ନୂଆଦିଲ୍ଲୀ : ସାଇବର କ୍ରିମିନଲ୍ସ ଲୋକଙ୍କୁ ଠକିବା ପାଇଁ ଅନେକ ଉପାୟ ଆପଣାଇ ଥାନ୍ତି। ଏହି ସମୟରେ ଡିଜିଟାଲ ଆରେଷ୍ଟ ସ୍କାମ୍‌ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ପ୍ରକାରର ସ୍କାମ୍‌ରେ ସେମାନେ ଲୋକଙ୍କୁ ଟାର୍ଗେଟ୍‌ କରିଥାନ୍ତି, ତାଙ୍କୁ ଆଧାର କାର୍ଡର ମିସ୍‌ ୟୁଜ ବା ଫେକ୍‌ ନମ୍ୱର ନାଁରେ ଡ଼ରାଇ ଥାନ୍ତି ଏବଂ ତାଙ୍କୁ ଡିଜିଟାଲ ଆରେଷ୍ଟ କରିଥାନ୍ତି।

ଏହି ପ୍ରକାରର ଆରେଷ୍ଟରେ ଏହି ଲୋକେ ନକଲି ପୁଲିସ କର୍ମୀ ସାଜି ଲୋକଙ୍କ ଶୁଣାଣି ମଧ୍ୟ କରିଥାନ୍ତି। ତାଙ୍କୁ ଗିରଫଦାରୀର ଭୟ ଦେଖାଇ ଅର୍ଥ ଆଦାୟ କରିଥାନ୍ତି। ଏମିତି ହିଁ କିଛି ଜଣେ ବ୍ୟକ୍ତିଙ୍କ ସହ ହୋଇଛି, ଯେଉଁଥିରେ ସ୍କାମରମାନେ ତାଙ୍କୁ ଫସେଇବାକୁ ଚେଷ୍ଟା କରନ୍ତି। ଏହି ପୂରା ଘଟଣାକୁ ବ୍ୟକ୍ତି ରେକର୍ଡ କରି ନେଇ ଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। 


ଷ୍ଟେପ୍‌-୧ : ଟ୍ରାଇ ନାମରେ ଆସିଲା କଲ୍‌ - ବିଜୟ ପଟେଲ ନାମକ ଜଣେ ଏକ୍ସ ୟୁଜର ଏହି ଘଟଣାର ପୂରା ରେକର୍ଡିଂକୁ ସେୟାର କରିଛନ୍ତି। ସେ କହିଛନ୍ତି କି ତାଙ୍କ ଏକ ଅଜଣା ନମ୍ୱରରୁ କଲ୍‌ ଆସୁଛି। କଲର ତାଙ୍କୁ କହିଲା କି ତାଙ୍କ ମୋବାଇଲ ନମ୍ୱର ଆଗାମୀ ୪ଘଣ୍ଟାରେ ବ୍ଲକ୍‌ କରି ଦିଆଯିବ ,କାରଣ ଏହାର ବ୍ୟବହାର ଫ୍ରଡ୍‌ରେ ହୋଇଛି। ସ୍କାମର ଟ୍ରାଇ ନାମରେ ଏହି କଲ୍‌ କରିଥିଲା। 


ଷ୍ଟେପ୍‌-୨ : ହ୍ୱାଟ୍ସଆପ୍‌ରେ ଜବାବ ଦେବାକୁ ଦିଆଯାଏ ବିକଳ୍ପ –

ସ୍କାମର ବିଜୟଙ୍କୁ ୧୨ ଘଣ୍ଟା ଭିତରେ ଲକ୍ଷ୍ନୌ ପୁଲିସ ଷ୍ଟେସନ ପହଞ୍ଚିବା ପାଇଁ କହିଥିଲା। ତାଙ୍କୁ ହ୍ୱାଟ୍ସଆପ୍‌ ଭିଡ଼ିଓ କଲ୍‌ରେ ଷ୍ଟେଟମେଣ୍ଟ ରେଜିଷ୍ଟର କରାଇବାର ଅପସନ ମଧ୍ୟ ଦେଲା। କୌଣସି ବି ସାଧାରଣ ବ୍ୟକ୍ତିଙ୍କ ପରି ବିଜୟ ଦ୍ୱିତୀୟ ବିକଳ୍ପ ବାଛିଲେ,ଏହାପରେ ତାଙ୍କୁ ଏକ ହ୍ୱାଟ୍ସଆପ୍‌ ଭିଡ଼ିଓ କଲ୍‌ ଆସିଲା।


ଷ୍ଟେପ୍‌-୩ : ପୁଲିସ ୟୁନିଫର୍ମରେ ସ୍କାମରର ଭିଡ଼ିଓ କଲ୍‌ ଆସିଲା ।

ଷ୍ଟେପ୍‌-୪ : ଆଖପାଖରେ କେହି ଅଛି କି ନାହିଁ, ଏହା ବିଷୟରେ ସ୍କାମର ଯାଞ୍ଚ କରେ। 


ଷ୍ଟେପ-୫ : ସୁପ୍ରିମକୋର୍ଟ ନାଁରେ ଆସେ ଡକ୍ୟୁମେଣ୍ଟ , ଯେଉଁଥିରେ ମାମଲା ଆହୁରି ଗୁରୁତର ମନେହୁଏ।


ଷ୍ଟେପ-୬ : ପୁଲିସ ହେଡକ୍ୱାର୍ଟରରେ ଯାଞ୍ଚ ପାଇଁ ଦିଆଯାଏ ଡିଟେଲ।


ଷ୍ଟେପ-୭ : ପୁଲିସ ବେଶରେ ସେହି ବ୍ୟକ୍ତି ଧମକାଇବା ଆରମ୍ଭ କରେ।


ଷ୍ଟେପ-୮ : ବ୍ୟାଙ୍କ ଡିଟେଲ୍ସ ମଗାଯାଏ।

ଷ୍ଟେପ-୯ : ଡିସିପିଙ୍କୁ ଟ୍ରାନ୍ସଫର କରାଯାଏ କଲ୍।

ଷ୍ଟେପ-୧୦: ମାମଲାର ଖୁଲାସା ହୋଇଥାଏ – ଯେମିତି ସ୍କାମର ଜାଣିପାରେ ବିଜୟ ତାର ପ୍ଲାନ ବିଷୟରେ ଜାଣି ପାରିଲେ , ସେ ତୁରନ୍ତ ଖରାପ ବ୍ୟବହାର ଦେଖାଇ ଫୋନ୍‌ କାଟି ଦିଏ। 

ଏଣୁ ଏହିପରି ସ୍କାମ୍‌ କଲ୍‌ ଆପଣଙ୍କ ପାଖକୁ ବି ଆସି ପାରେ। ଏଥିପାଇଁ ଆପଣଙ୍କୁ ଏହି ପୂରା ମାମଲାକୁ ସାବଧାନତା ସହ ବୁଝିବା ଉଚିତ ଏବଂ ଭବିଷ୍ୟତରେ କେବେ ବି ଏମିତି ସ୍କାମ୍‌ କଲ୍‌ରେ ନିଜର କୌଣସି ତଥ୍ୟ ସେୟାର କରିବା ଉଚିତ ନୁହେଁ।