ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦେଖନ୍ତୁ ଡିଜିଟାଲ ଆରେଷ୍ଟର ଲାଇଭ୍ ଭିଡ଼ିଓ : ପୁଲିସର ଭୟ ଓ ଜେଲ୍ ଯିବା ଡ଼ରରେ ସବୁ ତଥ୍ୟ ଦେଇ ଦିଅନ୍ତି ଲୋକେ

Published By : Prameya | October 24, 2024 9:57 PM

ନୂଆଦିଲ୍ଲୀ : ସାଇବର କ୍ରିମିନଲ୍ସ ଲୋକଙ୍କୁ ଠକିବା ପାଇଁ ଅନେକ ଉପାୟ ଆପଣାଇ ଥାନ୍ତି। ଏହି ସମୟରେ ଡିଜିଟାଲ ଆରେଷ୍ଟ ସ୍କାମ୍‌ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ପ୍ରକାରର ସ୍କାମ୍‌ରେ ସେମାନେ ଲୋକଙ୍କୁ ଟାର୍ଗେଟ୍‌ କରିଥାନ୍ତି, ତାଙ୍କୁ ଆଧାର କାର୍ଡର ମିସ୍‌ ୟୁଜ ବା ଫେକ୍‌ ନମ୍ୱର ନାଁରେ ଡ଼ରାଇ ଥାନ୍ତି ଏବଂ ତାଙ୍କୁ ଡିଜିଟାଲ ଆରେଷ୍ଟ କରିଥାନ୍ତି।

ଏହି ପ୍ରକାରର ଆରେଷ୍ଟରେ ଏହି ଲୋକେ ନକଲି ପୁଲିସ କର୍ମୀ ସାଜି ଲୋକଙ୍କ ଶୁଣାଣି ମଧ୍ୟ କରିଥାନ୍ତି। ତାଙ୍କୁ ଗିରଫଦାରୀର ଭୟ ଦେଖାଇ ଅର୍ଥ ଆଦାୟ କରିଥାନ୍ତି। ଏମିତି ହିଁ କିଛି ଜଣେ ବ୍ୟକ୍ତିଙ୍କ ସହ ହୋଇଛି, ଯେଉଁଥିରେ ସ୍କାମରମାନେ ତାଙ୍କୁ ଫସେଇବାକୁ ଚେଷ୍ଟା କରନ୍ତି। ଏହି ପୂରା ଘଟଣାକୁ ବ୍ୟକ୍ତି ରେକର୍ଡ କରି ନେଇ ଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। 


ଷ୍ଟେପ୍‌-୧ : ଟ୍ରାଇ ନାମରେ ଆସିଲା କଲ୍‌ - ବିଜୟ ପଟେଲ ନାମକ ଜଣେ ଏକ୍ସ ୟୁଜର ଏହି ଘଟଣାର ପୂରା ରେକର୍ଡିଂକୁ ସେୟାର କରିଛନ୍ତି। ସେ କହିଛନ୍ତି କି ତାଙ୍କ ଏକ ଅଜଣା ନମ୍ୱରରୁ କଲ୍‌ ଆସୁଛି। କଲର ତାଙ୍କୁ କହିଲା କି ତାଙ୍କ ମୋବାଇଲ ନମ୍ୱର ଆଗାମୀ ୪ଘଣ୍ଟାରେ ବ୍ଲକ୍‌ କରି ଦିଆଯିବ ,କାରଣ ଏହାର ବ୍ୟବହାର ଫ୍ରଡ୍‌ରେ ହୋଇଛି। ସ୍କାମର ଟ୍ରାଇ ନାମରେ ଏହି କଲ୍‌ କରିଥିଲା। 


ଷ୍ଟେପ୍‌-୨ : ହ୍ୱାଟ୍ସଆପ୍‌ରେ ଜବାବ ଦେବାକୁ ଦିଆଯାଏ ବିକଳ୍ପ –

ସ୍କାମର ବିଜୟଙ୍କୁ ୧୨ ଘଣ୍ଟା ଭିତରେ ଲକ୍ଷ୍ନୌ ପୁଲିସ ଷ୍ଟେସନ ପହଞ୍ଚିବା ପାଇଁ କହିଥିଲା। ତାଙ୍କୁ ହ୍ୱାଟ୍ସଆପ୍‌ ଭିଡ଼ିଓ କଲ୍‌ରେ ଷ୍ଟେଟମେଣ୍ଟ ରେଜିଷ୍ଟର କରାଇବାର ଅପସନ ମଧ୍ୟ ଦେଲା। କୌଣସି ବି ସାଧାରଣ ବ୍ୟକ୍ତିଙ୍କ ପରି ବିଜୟ ଦ୍ୱିତୀୟ ବିକଳ୍ପ ବାଛିଲେ,ଏହାପରେ ତାଙ୍କୁ ଏକ ହ୍ୱାଟ୍ସଆପ୍‌ ଭିଡ଼ିଓ କଲ୍‌ ଆସିଲା।


ଷ୍ଟେପ୍‌-୩ : ପୁଲିସ ୟୁନିଫର୍ମରେ ସ୍କାମରର ଭିଡ଼ିଓ କଲ୍‌ ଆସିଲା ।

ଷ୍ଟେପ୍‌-୪ : ଆଖପାଖରେ କେହି ଅଛି କି ନାହିଁ, ଏହା ବିଷୟରେ ସ୍କାମର ଯାଞ୍ଚ କରେ। 


ଷ୍ଟେପ-୫ : ସୁପ୍ରିମକୋର୍ଟ ନାଁରେ ଆସେ ଡକ୍ୟୁମେଣ୍ଟ , ଯେଉଁଥିରେ ମାମଲା ଆହୁରି ଗୁରୁତର ମନେହୁଏ।


ଷ୍ଟେପ-୬ : ପୁଲିସ ହେଡକ୍ୱାର୍ଟରରେ ଯାଞ୍ଚ ପାଇଁ ଦିଆଯାଏ ଡିଟେଲ।


ଷ୍ଟେପ-୭ : ପୁଲିସ ବେଶରେ ସେହି ବ୍ୟକ୍ତି ଧମକାଇବା ଆରମ୍ଭ କରେ।


ଷ୍ଟେପ-୮ : ବ୍ୟାଙ୍କ ଡିଟେଲ୍ସ ମଗାଯାଏ।

ଷ୍ଟେପ-୯ : ଡିସିପିଙ୍କୁ ଟ୍ରାନ୍ସଫର କରାଯାଏ କଲ୍।

ଷ୍ଟେପ-୧୦: ମାମଲାର ଖୁଲାସା ହୋଇଥାଏ – ଯେମିତି ସ୍କାମର ଜାଣିପାରେ ବିଜୟ ତାର ପ୍ଲାନ ବିଷୟରେ ଜାଣି ପାରିଲେ , ସେ ତୁରନ୍ତ ଖରାପ ବ୍ୟବହାର ଦେଖାଇ ଫୋନ୍‌ କାଟି ଦିଏ। 

ଏଣୁ ଏହିପରି ସ୍କାମ୍‌ କଲ୍‌ ଆପଣଙ୍କ ପାଖକୁ ବି ଆସି ପାରେ। ଏଥିପାଇଁ ଆପଣଙ୍କୁ ଏହି ପୂରା ମାମଲାକୁ ସାବଧାନତା ସହ ବୁଝିବା ଉଚିତ ଏବଂ ଭବିଷ୍ୟତରେ କେବେ ବି ଏମିତି ସ୍କାମ୍‌ କଲ୍‌ରେ ନିଜର କୌଣସି ତଥ୍ୟ ସେୟାର କରିବା ଉଚିତ ନୁହେଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.