ହରଭଙ୍ଗା,୧୫/୧୧: ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ବିଦ୍ୟାଳୟ ସମୂହ ଫୂଟବଲ ଏବଂ କବାଡ଼ି ପ୍ରତିଯୋଗିତା ୨୦୨୫-୨୬ ହରଭଙ୍ଗା ବ୍ଲକ ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ଟେମଲାଲ ଦୁବେ ମହୋଦୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଯୁଗଳ କିଶୋର ସାମଲ, ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ହରଭଙ୍ଗା ଶ୍ରୀଯୁକ୍ତ ହାଡିବନ୍ଧୁ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କଣ୍ଟାମାଳ ଶ୍ରୀଯୁକ୍ତ ଅଶୋଭ ରଞ୍ଜନ ମାଳି ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଓମ ପ୍ରକାଶ ପ୍ରଧାନ ଓ ଜିଲ୍ଲା ଶିକ୍ଷା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଆନନ୍ଦ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସରୋଜ ପ୍ରଧାନ ଚଳିତ ବର୍ଷଠାରୁ ସରକାରଙ୍କର ସାଂସଦ ଖେଳ ଯୋଜନା, ତଥା ଖେଳର ବିକାଶ ପାଇଁ ସରକାର ପ୍ରତ୍ୟେକ ପଞ୍ଚlୟତର ବିଦ୍ୟାଳୟରେ ଖେଳ ପଡିଆ ତିଆରି ପାଇଁ ନେଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଜିଲ୍ଲାର ତିନି ବ୍ଲକରୁ ୨୭୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାଳକ ଓ ବାଳିକା ପ୍ରତ୍ୟେକ ଫୁଟବଲ ଟିମ ରେ ୧୫ ଜଣ ଲେଖାଏଁ, ଓ ପ୍ରତ୍ୟେକ କବାଡ଼ି ଟିମରେ ୯ ଜଣ ଲେଖାଏଁ ଖେଳାଳି ରାଜ୍ୟ ସ୍ତରକୁ ଖେଳିବାକୁ ଯିବେ।
୧୭ ବର୍ଷରୁ କମ ଫୁଟବଲରେ ବାଳକ ବିଜେତା ଦଳ ବୌଦ୍ଧ ବ୍ଲକ ଓ ରନର୍ସ ଅପ୍ କଣ୍ଟାମାଳ ବ୍ଲକ ଓ ବଳିକା ବିଜେତା ଦଳ ହରଭଙ୍ଗା ବ୍ଲକ ଓ ରନର୍ସ ଅଫ କଣ୍ଟାମାଳ ବ୍ଲକ ପାଇଥିଲା। ସେହିପରି ୧୭ ବର୍ଷରୁ କମ କବାଡିରେ ବାଳକ ବିଜେତା ଦଳ କଣ୍ଟାମାଳ ବ୍ଲକ ଓ ରନର୍ସ ଅପ୍ ହରଭଙ୍ଗା ବ୍ଲକ ଓ ବାଳିକା ବିଜେତା ହରଭଙ୍ଗା ବ୍ଲକ ଓ ରନର୍ସ ଅପ୍ ବୌଦ୍ଧ ବ୍ଲକ ହୋଇଥିଲା। ୧୪ ବର୍ଷରୁ କମ କବାଡିରେ ବାଳକ ବିଜେତା ଦଳ ହରଭଙ୍ଗା ବ୍ଲକ ଓ ରନର୍ସ ଅଫ କଣ୍ଟାମାଳ ବ୍ଲକ ଓ ବାଳିକା ବିଜେତା ଦଳ କଣ୍ଟାମାଳ ବ୍ଲକ ଓ ରନର୍ସ ଅପ୍ ହରଭଙ୍ଗା ବ୍ଲକ ହୋଇଥିଲା।ସେମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିବା ସହ ଅନୁଷ୍ଠାନିକ ଭାବେ ଉଦଯାପନୀ ଘୋଷଣା କରିଥିଲେ। ଅବସରପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାକୁଡ଼ ଓ ଶ୍ରୀଯୁକ୍ତ ବରୁଣ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ତିନି ବ୍ଲକର କ୍ରୀଡା ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଶିକ୍ଷା କ୍ରୀଡ଼ା ଅଧିକାରୀ ସମସ୍ତ ଏବିଇଓ, ସମସ୍ତ ସି. ଆର. ସି. ସି ଓ ଖେଳ ଶିକ୍ଷକ ମାନେ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ରେ ସହଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟ ର ଶିକ୍ଷକ ନବ କିଶୋର ଦୀପ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଓମ ପ୍ରକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।