ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମହାନଦୀରୁ ସାତଫୁଟର ମୃତ କୁମ୍ଭୀର ଉଦ୍ଧାର

Published By : Harapriya Sethi | November 3, 2024 1:11 PM

ଭାପୁର,୦୩/୧୧: ମହାନଦୀରୁ ଏକ ସାତଫୁଟ ଲମ୍ବର ମୃତ କୁମ୍ଭୀର ଉଦ୍ଧାର ହୋଇଛି ।  ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ନିକଟସ୍ଥ ମହାନଦୀରୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀରର ମୃତଦେହକୁ ଉଦ୍ଧାର କରିଛନ୍ତି । 

ରବିବାର ସକାଳୁ କିଛି ମତ୍ସ୍ୟଜୀବୀ ମହାନଦୀକୁ ମାଛ ଧରିବାକୁ ଯିବାବେଳେ ହନୁମନ୍ତପ୍ରସାଦ ଓ ପଦ୍ମାବତୀ ମଝି ମହାନଦୀ କୂଳରେ ଏକ କୁମ୍ଭୀର ଦେଖି ବନବିଭାଗକୁ ଜଣାଇଥିଲେ । ଭାପୁର ବନବିଭାଗ ଅଧିକାରୀ ବନମାଳୀ ରାଉତ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟି ମରି ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ଏକ ଅଣ୍ଡିରା ବଉଳା କୁମ୍ଭୀର ଓ ଏହାର ଲମ୍ବ ସାତଫୁଟ ହେବ ବୋଲି ସୂଚନା ମିଳିଛି । ଭାପୁର ଭିଏଏସ ଜ୍ୟୋତିର୍ମୟୀ ପାତ୍ର, ଏଲଆଇ ଲକ୍ଷ୍ମୀକାନ୍ତ ସାହୁ ପହଞ୍ଚି କୁମ୍ଭୀର ବ୍ୟବଚ୍ଛେଦ ପରେ ନଦୀ କୂଳରେ ପୋତି ଦେଇଥିଲେ । ତେବେ ଏହି କୁମ୍ଭୀର କେଉଁଠୁ ଏବଂ କିପରି ଆସିଲା, ଏ ନେଇ ତଦନ୍ତ ଚାଲୁ ରହିଥିବା ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.