ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭବିଷ୍ୟତରେ ଆଉ ନିର୍ବାଚନ ଲଢିବାକୁ ଚାହୁଁନି …ମହାରାଷ୍ଟ୍ର ମତଦାନର ୧୫ ଦିନ ପୂର୍ବରୁ ଶରଦ ପାୱାରଙ୍କ ବଡ଼ ଘୋଷଣା

Published By : Prameya | November 5, 2024 5:47 PM

ବାରାମତି – ବରିଷ୍ଠ ନେତା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ( ଏନସିପି) ( ଏସପି)ର ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି, ସେ ଆଉ ଭବିଷ୍ୟତରେ କୌଣସି ବି ନିର୍ବାଚନ ଲଢିବାକୁ ଚାହୁଁ ନାହାନ୍ତି। ତାଙ୍କର ଏହି ଘୋଷଣା ଏମିତି ସମୟରେ ଆସିଛି, ଯେତେବେଳେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। 

କହି ରଖୁଛୁ କି, ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି। ଉଲ୍ଲେଖନୀୟ ଯେ , ଶରଦ ପାୱାର ୩ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ପାୱାର ଏହି କଥା ବାରାମତୀରେ ନିଜର ନିର୍ବାଚନୀ ଯାତ୍ରା ବେଳେ ଜନତାଙ୍କୁ ସମ୍ୱୋଧିତ କରି କହିଛନ୍ତି, ଯେଉଁଠି ସେ ନିଜର ନାତି ଯୋଗେନ୍ଦ୍ର ପାୱାରଙ୍କର ନିର୍ବାଚନ ପ୍ରଚାର ପାଇଁ ପହଞ୍ଚି ଥିଲେ। 

ପାୱାର ଜନତାଙ୍କୁ ସମ୍ୱୋଧିତ କରି କହିଛନ୍ତି , ମୁଁ ଏବେ ଲୋକସଭା ନିର୍ବାଚନ ଲଢିବି ନାହିଁ। ଏବେସୁଦ୍ଧା ମୁଁ ୧୪ଟି ନିର୍ବାଚନ ଲଢିଛି ଏବଂ ଆପଣମାନେ ସମସ୍ତେ ପ୍ରତିଥର ମୋତେ ବିଜୟୀ କରିଛନ୍ତି। ଏବେ ସମୟ ଆସି ଯାଇଛି ନୂଆ ପିଢିକୁ ସୁଯୋଗ ଦେବାର। ମୁଁ ସାମାଜିକ କାର୍ଯ୍ୟ ଜାରି ରଖିବି, ବିଶେଷକରି ଗ୍ରାମୀଣ ଓ ପଛୁଆ କ୍ଷେତ୍ର ପାଇଁ। ଏହା କାମ ପାଇଁ କୌଣସି ନିର୍ବାଚନ ଜିତିବାର ଆବଶ୍ୟକ ନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ,୨୦୨୬ରେ ରାଜ୍ୟସଭାର କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ଭାବିବେ କି ସେ ପଦ ଠାରୁ ଅଲଗା ହେବା ଉଚିତ ନା ନାହିଁ। 

ନିର୍ବାଚନୀ ସଭାକୁ ସମ୍ୱୋଧିତ କରିବା ବେଳେ ଶରଦ ପାୱାର ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ମଧ୍ୟ ଜୋରଦାର ଟିପ୍ପଣୀ କରିଛନ୍ତି। ସେ ଅଭିଯୋଗ ଲଗେଇଛନ୍ତି କି, ଅନେକ ବଡ଼ ବଡ଼ ପ୍ରୋଜେକ୍ଟ, ଯାହା ମହାରାଷ୍ଟ୍ରକୁ ଆସିବା ଥିଲା , ସେଗୁଡ଼ିକୁ ଗୁଜରାଟ ଶିଫ୍ଟ କରି ଦିଆଗଲା। ସେ କହିଛନ୍ତି, ଯେବେ ମୁଁ ଶାସନରେ ଥିଲି, ମୁଁ ପୁନେର ବିକାଶ ଉପରେ ଜୋର ଦେଇଥିଲି। ହେଲେ ଆଜିକା ସରକାର କେବଳ ଗୋଟିଏ ରାଜ୍ୟ ପାଇଁ କାମ କରୁଛନ୍ତି। ଟାଟା ଏୟାରବସର କାରଖାନା, ଯାହା ନାଗପୁରରେ ପ୍ରତିଷ୍ଠା ହେବାର ଥିଲା, ତାକୁ ଗୁଜରାଟ ପଠାଇ ଦିଆଗଲା। ଏହିପରି ବେଦାନ୍ତା-ଫକସ୍କାନର ସେମିକଣ୍ଡକ୍ଚର ପ୍ଲାଣ୍ଟ ମଧ୍ୟ ଗୁଜରାଟ ଚାଲି ଗଲା। ଯଦି ଆପଣ କେବଳ ଗୋଟିଏ ରାଜ୍ୟ ପାଇଁ କାମ କରିବେ , ତ ପ୍ରଧାନମନ୍ତ୍ରୀ ହେବାର କଣ ଅର୍ଥ ?

କହି ରଖୁଛୁ କି ବାରାମତିରେ ପୱାର ପରିବାର ମଧ୍ୟରେ ପୁଣି ଥରେ ନିର୍ବାଚନୀ ମୁକାବିଲା ଦେଖିବାକୁ ମିଳିବ। ଚଳିତ ବିଧାନସଭା ନିର୍ବାଚନରେ ଅଜିତ ପାୱାର ଓ ତାଙ୍କ ପୁତୁରା ଯୋଗେନ୍ଦ୍ର ପାୱାର ମୁହାଁମୁହିଁ ହେବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.