ନୂଆଦିଲ୍ଲୀ,୨୨।୬: ଆମେରିକା-ଇରାନ ଡିଲରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ଆର୍ମି ଚିଫ୍ ଅସୀମ ମୁନୀରଙ୍କ ଲ୍ୟୁସର୍ନରେ ହୋଇଛି ଅନ୍ତର୍ଜାତୀୟ ସ୍ତରୀୟ ଅପମାନ। ଏହାର ଏକ ଭିଡିଓ କ୍ଲିପ୍ ବି ଭାଇରାଲ ହେଉଛି। ସ୍ବିଜରଲ୍ୟାଣ୍ଡର ଲ୍ୟୁସର୍ନରେ ଇରାନ ଡିଲ୍ ଉପରେ ଆମେରିକା, ଇରାନ ଭିତରେ କଥା ଚାଲିଥିଲା। ସେଠାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଓ ଆର୍ମି ଚିଫ୍ ଅସୀର ମୁନୀର ମଧ୍ୟ ପହଁଞ୍ଚିଥିଲେ। ସ୍ବିଜରଲ୍ୟାଣ୍ଡର ବ୍ୟୁରୋଗେନଷ୍ଟକ୍ ରିସୋର୍ଟରେ ଆମେରିକା-ଇରାନ ଟେକ୍ନୋଲୋଜି ସ୍ତରୀୟ ବାର୍ତ୍ତା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଏକ ଅଦ୍ଭୁତ ଓ ଅସହଜ କ୍ଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ହେଉଥିବା କ୍ଳିପ୍ ମଧ୍ୟ ଖୁବ୍ ମଜାଦାର। ଏହି କ୍ଳିଫ୍‌ରେ ଆରାଘାଚି, ଜେଡି ଭାନ୍ସ, ବାର୍ତ୍ତାକାର କୁଶନର, ଶରିଫ୍ ଓ ମୁନୀରଙ୍କୁ ଗୋଟିଏ ହିଁ ଫ୍ରେମ୍‌ ଦେଖିବାକୁ ମିଳୁଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘାଚି ରୁମ୍‌ରେ ପ୍ରବେଶ କରିବା ମାତ୍ରେ ଶେହବାଜ ଶରିଫ୍‌ଙ୍କ ସଂକ୍ଷିପ୍ତ ଅଭିବାଦନ କରିଛନ୍ତି ଓ ପରେ ତୁରନ୍ତ ବାହାରି ଯାଇଥିଲେ। ଶେହବାଜ୍ ତାଙ୍କୁ ରହିବାକୁ ଇଶାରା କରିବା ସହ ହାତ ହଲାଇଥିଲେ, କିନ୍ତୁ ଅରାଘାଚୀ ତାଙ୍କ କଥା ନଶୁଣି ତରବରିଆ ଭାବରେ ବାହାରି ଯାଇଥିଲେ।

ଏହି ସମୟରେ ଶେହବାଜଙ୍କ ଚେହେରାରେ ଚକିତ ଓ ଆଶ୍ଚର୍ଯ୍ୟ କଲା ଭଳି ରିଆକ୍ସନ ଦେଖିବାକୁ ମିଳିଥିଲା। ଯେପରି କୌଣସି ମହତ୍ବପୂର୍ଣ୍ଣ ସାକ୍ଷାତକୁ ସେ ଅପେକ୍ଷା କରିଥିଲେ, କିନ୍ତୁ ତାହା ଅଧା ରହିଗଲା। ମୁନୀର ଓ ଶେହବାଜଙ୍କ ଅପେକ୍ଷା କରିବା ସମୟର ଭିଡିଓ ଖୁବ୍ ଭାଇରାଲ ହୋଇଛି। ସେମାନେ ତାଙ୍କୁ ବହୁ ସମୟ ପର୍ଯ୍ୟନ୍ତ ଚକିତ ହୋଇ ଚାହିଁ ରହିଥିଲେ। ଏହାପରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଶେହବାଜଙ୍କୁ ଭେଟିବାକୁ ପହଁଞ୍ଚିଥିଲେ। ଏହି ଘଟଣା ପାକିସ୍ତାନର କୁଟନୈତିକ ମହତ୍ବକାଂକ୍ଷା ଓ ବାସ୍ତବିକତା ଭିତରେ ପ୍ରଭେଦକୁ ସ୍ପଷ୍ଟ କରୁଛି।