ବଲାଙ୍ଗିର ୧୮।୧୨: ମଣ୍ଡିରୁ ଧାନ ନ ଉଠାଇବାରୁ ୪ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ନୋଟିସ୍ ଜାରି କରିଛି । ନୋଟିସ ଜାରି  କରାଯାଇଥିବା ମିଲର ଗୁଡିକ ହେଲା ପାହାଡ଼ି ମାତା, ଶ୍ରୀ ଶ୍ୟାମ , ଜି ରାଧାଗୋବିନ୍ଦ ଓ ଭଗବତୀ । ମଣ୍ଡିରେ ଧାନ ପଡିଥିବା ବେଳେ ମିଲର୍ସ ଧାନ ନ ଉଠାଇବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୋଟିସ କରାଯାଇଛି । ଏ ନେଇ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ସୂଚନା ଦେଇଛନ୍ତି ।