କଟକ,୧୬/୧୧ : କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି । ବୈଷ୍ଣବ ପାଣି ମଞ୍ଚ ନିକଟରେ ସୃଷ୍ଟି ହେଲା ଏହି ପରିସ୍ଥିତି। ସାଉଣ୍ଡ ବନ୍ଦ କରିବାକୁ ଯାଇ ପୋଲିସର ବଳ ପ୍ରୟୋଗ । ବଳ ପ୍ରୟୋଗ କରି ସାଉଣ୍ଡ ବନ୍ଦ କରିବାକୁ ନେଇ ଅସନ୍ତୋଷ । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଘଟିଲା ଏଭଳି କାଣ୍ଡ। ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ସ୍ଥିତି ଦେଖାଦେଇଛି ।
ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ । ଗୀତ ଅଧାରୁ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ । ରାତି ୧୦ଟା ବାଜିବାରୁ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦିଆଯାଇଥିବା ସୂଚନା । ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।