ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ନୂଆ ଶିଳ୍ପ ନୀତିରେ କ୍ଷୁଦ୍ର ଶିଳ୍ପକୁ ଅଗ୍ରାଧିକାର, ୭୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି ରାଜ୍ୟ ଏମ୍‌ଏସ୍‌ଏମ୍‌ଇ

Published By : Prameya | March 20, 2025 1:48 PM

ଭୁବନେଶ୍ୱର,୨୦/୦୩: ଅଣୁ, କ୍ଷୁଦ୍ର ଏବଂ  ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ଦୃଢ଼ୀକରଣ  କରିବା ଲାଗି ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ  ଗ୍ରହଣ କରିଛନ୍ତି । ଶିଳ୍ପ ନୀତି, ଏମ୍‌ଏସ୍‌ଏମ୍‌ଇ ବିକାଶ  ନୀତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ନୀତି କାର୍ଯ୍ୟକାରୀ  ଦ୍ୱାରା କ୍ଷୁଦ୍ର ଶିଳ୍ପକୁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ  କରାଯାଇଛି । ଉଦ୍ୟମ ପୋର୍ଟାଲ ତଥ୍ୟ ଅନୁସାରେ  ରାଜ୍ୟରେ ୨୦୨୫ ଫେବ୍ରୁଆରୀ ସୁଦ୍ଧା ୧୦.୧୧ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ରହିଛନ୍ତି । ଏହି ଶିଳ୍ପଗୁଡ଼ିକ ୭୮.୧୪  ଲକ୍ଷ ନିଯୁକ୍ତି ସୃଷ୍ଟି କରିଥିବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ସୂଚନା  ଦେଇଛନ୍ତି । 

ଉଦ୍ୟମ ପୋର୍ଟାଲ ତଥ୍ୟ ମୁତାବକ, ରାଜ୍ୟରେ  ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ମୋଟ ୩୩,୯୭୩  କୋଟି ନିବେଶ ହୋଇଛି । ଖୋର୍ଦ୍ଧାରେ ୧.୧୪ ଲକ୍ଷ  ଏମ୍‌ଏସ୍‌ଏମ୍‌ଇ ରହିଛନ୍ତି । ଏଠାରେ ୫୭୯୪ କୋଟି  ଟଙ୍କା ଏ କ୍ଷେତ୍ରରେ ନିବେଶ ହୋଇଥିବା ବେଳେ  ୮.୮୧ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି । ସେହିଭଳି  କଟକରେ ରହିଛନ୍ତି ୮୪,୯୧୫ ଏମ୍‌ଏସ୍‌ଏମ୍‌ଇ । ଏଠାରେ ଏ କ୍ଷେତ୍ରରେ ୩୧୧୫ କୋଟିରୁ ଊଦ୍ଧ୍ୱର୍  ନିବେଶ ଏବଂ ୫.୧୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି ।  ବାଲେଶ୍ୱରରେ ୬୧,୮୧୨ ଏମ୍‌ଏସ୍‌ଏମ୍‌ଇରେ ୧୮୭୭  କୋଟି ନିବେଶ ହୋଇଛି ଓ ୪.୮୫ ଲକ୍ଷ ନିଯୁକ୍ତି  ଆସିଛି । ଏହାବାଦ ସମ୍ବଲପୁରରେ ୨୬ ହଜାର  ଏମ୍‌ଏସ୍‌ଏମ୍‌ଇରେ ୧୦୯୬ କୋଟି ନିବେଶ ଓ ୧.୬୨  ଲକ୍ଷ ନିଯୁକ୍ତି, ରାଉରକେଲାରେ ୨୬୩୯୩ କ୍ଷୁଦ୍ର  ଶିଳ୍ପରେ ୧୫୩୦ କୋଟି ନିବେଶ ଏବଂ ୧.୯୪ ଲକ୍ଷ  ନିଯୁକ୍ତି ଆସିଛି । ଅଧିକ ଏମ୍‌ଏସ୍‌ଏମ୍‌ଇ ସ୍ଥାପିତ ଥିବା  ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ ପୁରୀ ୫୬,୦୬୭ କ୍ଷୁଦ୍ର  ଶିଳ୍ପରେ ୧୨୪୧ କୋଟି, ମୟୁରଭଞ୍ଜରେ ୪୦,୧୯୨  ସଂସ୍ଥାରେ ୧୦୦୯ କୋଟି ଏବଂ କେନ୍ଦୁଝରରେ  ୩୯,୪୨୯ ଏମ୍‌ଏସ୍‌ଏମ୍‌ଇ ୨୦୨୫ କୋଟି ନିବେଶ  କରିଛନ୍ତି । 

ସେହିଭଳି ଯାଜପୁର ୪୨,୯୦୭ ସଂସ୍ଥା ୧୬୦୩  କୋଟି, ଜଗତସିଂହପୁର ୩୧,୩୦୫ ସଂସ୍ଥା ୧୮୫୫  କୋଟି,ଢ଼େଙ୍କାନାଳ ୨୯,୮୮୮ ସଂସ୍ଥା ୮୬୫ କୋଟି,  ଭଦ୍ରକ ୪୧,୫୮୧ ସଂସ୍ଥା ୧୦୩୯ କୋଟି, ବରଗଡ  ୨୯,୯୨୩ ସଂସ୍ଥାରେ ୯୬୨ କୋଟି, ବଲାଙ୍ଗୀର ୩୦୪୪୫ କ୍ଷୁଦ୍ର ଶିଳ୍ପରେ ୭୭୭ କୋଟି ଏବଂ  ଅନୁଗୁଳର ୩୪,୪୯୧ ଏମ୍‌ଏସ୍‌ଏମ୍‌ଇରେ ୧୧୯୩  କୋଟି ନିବେଶ ହୋଇଛି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ  ଉତ୍ସାହିତ କରିବା ଲାଗି ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ  ସରକାର ନୂଆ ଏବଂ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୟୁନିଟଗୁଡ଼ିକୁ ୫୦ କୋଟି ଟଙ୍କା ଯାଏ ନିବେଶ ଉପରେ ସବ୍‌ସିଡି ପ୍ରଦାନ କରାଯାଉଛି । ଏହା ପ୍ଲାଣ୍ଟ ଏବଂ ମେଶିନାରୀ ଉପରେ ସର୍ବାଧିକ ୩.୫୦ କୋଟି ଟଙ୍କା  ରହିଛି । ଏସ୍‌ସିଏସ୍‌ଟି ଉଦ୍ୟୋଗୀଙ୍କ କ୍ଷେତ୍ରରେ ଏହା  ୪ କୋଟି ଟଙ୍କା ରହିଛି । ସେହିଭଳି ରେଫର୍‌ ଯାନ  ଏବଂ ମୋବାଇଲ କୁଲିଂ ଯାନରେ ୩୫% ସବସିଡି, ମେଗା ଫୁଡ ପାର୍କ, ସି ଫୁଡ ପାର୍କ, ଷ୍ଟେଟ ଫୁଡ ପାର୍କ  ସ୍ଥାପନରେ ପ୍ରକଳ୍ପ ଖର୍ଚ୍ଚର ୨୦% ସବ୍‌ସିଡି ସରକାର  ପ୍ରଦାନ କରିବା ବ୍ୟବସ୍ଥା ରହିଛି। 

ସେହିଭଳି ଶିଳ୍ପ ନୀତି ୨୦୨୨ରେ କ୍ଷୁଦ୍ର ଶିଳ୍ପକୁ  ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ଜମି କିସମ ପରିବର୍ତ୍ତନ  ଲାଗି ପ୍ରିମିୟମ, ଷ୍ଟାମ୍ପଡ୍ୟୁଟିରେ ୧୦୦% ଛାଡ,  ଅଗ୍ରାଧିକାର କ୍ଷେତ୍ରର ଶିଳ୍ପକୁ ରିହାତିରେ ବିଜୁଳି  ଯୋଗାଣ, ଦେୟ ଛାଡ ସୁବିଧା, କ୍ୟାପ୍ଟିଭ ଅକ୍ଷୟ  ଶକ୍ତି ପ୍ଲାଣ୍ଟକୁ ୩୦% ପୁଞ୍ଜି ନିବେଶ ସବସିଡି, ୨୦  ବର୍ଷ ଲାଗି ୧୦୦% ବିଜୁଳି ଦେୟ ଛାଡ, ରାଜ୍ୟ  ଜିଏସ୍‌ଟିରେ ରିହାତି, ନିଯୁକ୍ତି ସବସିଡି, ଭିତ୍ତିଭୂମି ପ୍ରୋତ୍ସାହନ ଏବଂ ଗବେଷଣା ଏବଂ ଉନ୍ନତୀକରଣ  ଲାଗି ୧୦ କୋଟି ଯାଏ ପ୍ରିମିୟମ ସୁବିଧା ପ୍ରଦାନ  କରାଯାଉଥିବା ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.