ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଯାତ୍ରା ମଞ୍ଚରେ ସାପ ଖେଳ: ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ, କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya | December 1, 2024 11:40 AM

ବ୍ରହ୍ମପୁର, ୦୧/୧୨: ଯାତ୍ରା ମଞ୍ଚରେ ସାପ  ଖେଳ । ସାପକୁ ଡବାରୁ କାଢ଼ି ପେଣ୍ଡାଲ ମଝିରେ ଛାଡ଼ି  ଦେଲେ ସାପୁଆ । ସାପ ଚାରିପଟେ ଘେରି ରହିଥିଲେ  ସାଧାରଣ ଲୋକ । ଏହାର ଏକ ଭିଡ଼ିଓ ଭାଇରାଲ  ହେବାରେ ଲାଗିଛି । ଖୋଲା ମଞ୍ଚରେ ଏଭଳି ଖେଳ ଉଭୟ  ଲୋକ ଓ ସାପର ଜୀବନ ପ୍ରତି ବିପଦ ସାଜିଛି । ଟିକେ ଅସାବଧାନତାରେ ସାପ କାମୁଡ଼ାରେ ଚାଲିଯିବ ଜୀବନ ।  ବନ୍ୟପ୍ରାଣୀ ଆଇନର ଖୁଲମ୍‌ ଖୁଲା ଉଲ୍ଲଘଂନ କରୁଛନ୍ତି  ସାପ ଧରାଳି । ସାପ ଖେଳର ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହେଉଛି । ଏହାକୁ ନେଇ ପିସିସିଏଫ୍‌ ୱାଇଲ୍ଡ  ଲାଇଫ୍‌ଙ୍କୁ ଏକ୍ସ(ଟୁଇଟର) ଯୋଗେ ଅଭିଯୋଗ କରିଛନ୍ତି  ପଶୁପ୍ରେମୀ । ଅଭିଯୋଗ ଆସିବାପରେ ଘଟଣାର ତଦନ୍ତ  ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ । 

ଗଞ୍ଜାମ ଜିଲ୍ଲାରେ ବନ୍ୟପ୍ରାଣୀ ଆଇନ ଉଲ୍ଲଘଂନ  ହେବାର ଚିତ୍ର ନିୟମିତ ଦେଖିବାକୁ ମିଳୁଛି । ବନ୍ୟପ୍ରାଣୀ  ସଂରକ୍ଷଣ ଆଇନରେ ୧ ନମ୍ବର ତଫସିଲଭୁକ୍ତ ଥିବା  ବନ୍ୟଜନ୍ତୁଙ୍କୁ ଧରି ଖେଳ ପ୍ରଦର୍ଶନ କରୁଛନ୍ତି ଲୋକ । ଯାତ୍ରା  ମଞ୍ଚରେ ନିୟମିତ ସାପ ଖେଳ ହେଉଥିବାର ଚିତ୍ର ନଜରକୁ  ଆସୁଛି । ଗତ ୨୪ରେ ହିଞ୍ଜିଳି ବ୍ଲକ ରାଳବ ଗ୍ରାମରେ ଯାତ୍ରା  ମଞ୍ଚରେ ସାପ ଖେଳ ହୋଇଛି । ଏହାର ଏକ ଭିଡିଓ ସୋସିଆଲ୍‌  ମିଡିଆରେ ଘୁରି ବୁଲୁଛି । ଏ ନେଇ ଏକ୍ସ(ଟୁଇଟର) ଯୋଗେ  ପିସିସିଏଫ୍‌ ୱାଇଲ୍ଡ ଲାଇଫ୍‌ଙ୍କୁ ଅଭିଯୋଗ କରିଛନ୍ତି ଆଞ୍ଚଳିକ  ବିକାଶ ପରିଷଦ ସଭାପତି ସାଗର ପାତ୍ର । ସେ କହିଛନ୍ତି, ଉକ୍ତ  ଦିନ ଗ୍ରାମରେ ଦୁଇଟି ଯାତ୍ର ମଞ୍ଚରେ ପୌରାଣିକ ରାମାୟଣ  ନାଟକ ଲାଗିଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବାଦ ବିବାଦରେ  ନାଟକ ଜାରି ରହିଥିଲା । ମ୍ୟାଜିକ୍‌ ସୋ’ରୁ ଆରମ୍ଭ ହୋଇ  ଶେଷରେ ବିଷଧର ସାପଙ୍କୁ ନେଇ ମଞ୍ଚରେ ଖେଳ ହୋଇଥିଲା ।  ପାରମ୍ପରିକ ବେଶରେ ଦୁଇଜଣ ବ୍ୟକ୍ତି ବିଷଧରା ନାଗ ସାପକୁ  ନେଇ ଖେଳ ପ୍ରଦର୍ଶନ କରୁଛନ୍ତି । ନିକଟରେ ଜଣେ ସାପୁଆ  ସାପ ଧରିବା ଷ୍ଟିକ୍‌ ଧରି ଛିଡ଼ା ହୋଇଛନ୍ତି । ଶତାଧିକ ଲୋକ  ସାପ ଚାରିପାଖେ ଛିଡ଼ା ହୋଇଛନ୍ତି । ଯାହାକି ଲୋକଙ୍କ  ଜୀବନ ପ୍ରତି ବିପଦ ରହିଛି । 

ସ୍ନେକ ହେଲ୍‌ପ ଲାଇନ୍‌ ସାଧାରଣ ସମ୍ପାଦକ ଶୁଭେନ୍ଦୁ  ମଲ୍ଲିକ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ମଞ୍ଚରେ ସାପ ଖେଳ  ଚିତ୍ର ପ୍ରତିବର୍ଷ ସାମ୍ନାକୁ ଆସୁଛି । ଏହାକୁ ନେଇ ଡିଏଫ୍‌ଓଙ୍କ  ଠାରୁ ଆରମ୍ଭ କରି ପିସିସିଏଫ୍‌ ୱାଇଲ୍ଡ ଲାଇଫ୍‌ଙ୍କ ନିକଟରେ  ଅଭିଯୋଗ କରୁଛୁ । କିନ୍ତୁ ବନବିଭାଗ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାରେ ସବୁବେଳେ ପଛଘୁଞ୍ଚା ଦେଉଛି । ଏହି  ସାପ ଗୁଡ଼ିକ ବନ୍ୟପ୍ରାଣୀ ସଂରକ୍ଷଣ ଆଇନରେ ୧ ନମ୍ବର  ତଫସିଲରେ ରହିଛି । ବନ୍ୟପ୍ରାଣୀଙ୍କ ସହ ଫଟୋ ନେବା  ବି ଅପରାଧ ଭାବେ ୨୦୧୪ରୁ ନିୟମ ରହିଛି । ତଥାପି  ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିଥିବା  ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି  ଖୋଖର କହିଛନ୍ତି, ଅଭିଯୋଗ ଆସିଛି । କର୍ମଚାରୀଙ୍କ ଦ୍ୱାରା  ତଦନ୍ତ ଜାରି ରହିଛି । ତଦନ୍ତ ରିପୋର୍ଟ ଅନୁଯାୟୀ ଦୋଷୀଙ୍କ  ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.