ଭୁବନେଶ୍ବର, ୨।୪ : କନ୍ୟା ସୁମଙ୍ଗଳ ଯୋଜନାର ଏସଓପି ଖୁବଶୀଘ୍ର ଆସିବ। ଏହି ଯୋଜନାରେ ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା ନାମରେ ଟଙ୍କା ରଖାଯିବ। ଝିଅକୁ ୨୧ ବର୍ଷ ହେବା ପରେ ତା ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

କନ୍ୟା ସୁମଙ୍ଗଳ ଯୋଜନା ବଜେଟରେ ଘୋଷଣା ହୋଇଛି । ତାର ଏସଓପି ଖୁବଶୀଘ୍ର ଫାଇନାଲ ହେବ । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ । ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା ନାମରେ ଟଙ୍କା ରଖାଯିବ। ଝିଅ କୁ ୨୧ ବର୍ଷ ହେବା ପରେ ତା ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯିବ ଏସବୁର ପୁରା ଏସଓପି ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।