ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ହେମନ୍ତ ସୋରେନଙ୍କୁ ଝଟକା , ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ PMLA କୋର୍ଟ

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶନିବାର ଲାଗିଛି ବଡ଼ ଝଟକା। ରାଞ୍ଚିର ସ୍ୱତନ୍ତ୍ର ପିଏମଏଲଏ ( ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ) କୋର୍ଟ (ଜମି ଘୋଟାଲାରେ) ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ହେମନ୍ତ ସୋରେନ ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ କୋର୍ଟଙ୍କୁ ୧୩ଦିନର ଅନ୍ତରୀଣ ଜାମିନ୍‌ ପାଇଁ ଆବେଦନ କରିଥିଲେ। ସେ କୋର୍ଟଙ୍କୁ କହିଥିଲେ,ତାଙ୍କ ପିତାଙ୍କ ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି , ଏବଂ ସେ ତାଙ୍କ ଶ୍ରାଦ୍ଧ ଯାଏ ଅନ୍ତରୀଣ ଜାମିନ୍‌ ଚାହୁଁଛନ୍ତି। ଏହାର ବିରୋଧ ଇଡି ଦ୍ୱାରା କରାଯାଇଛି। ଉକ୍ତ ମାମଲାର ଶୁଣାଣି ପରେ କୋର୍ଟ ତାଙ୍କୁ ଜାମିନ୍‌ ଦେବାକୁ ମନା କରି ଦେଇଛନ୍ତି। 

ସୂଚନା ଆଧାରରେ , ଶନିବାର ସକାଳେ ହେମନ୍ତ ସୋରେନଙ୍କ ପିତା ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବଡ଼ ଭାଇ ରାମ ସୋରେନଙ୍କ ମୃତ୍ୟୁ ହୋଇଥିଲା। ସେ ଦୀର୍ଘ ଦିନରୁ ରୋଗରେ ପୀଡି଼ତ ଥିଲେ। ସେ ରାଞ୍ଚିରେ ହିଁ ରହୁ ଥିଲେ। 

କହି ରଖୁଛୁ କି, ଝାଡ଼ଖଣ୍ଡରେ ଜମି ଘୋଟାଲା ସମ୍ୱନ୍ଧିତ ମନି ଲଣ୍ଡରିଂର ଏକ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ( ଜେଏମଏମ)ର ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୩୧ ଜାନୁୟାରୀରେ ଗିରଫ କରିଥିଲା ଏବଂ ସେ ପାଖାପାଖି ୩ ମାସ ହେବ ନ୍ୟାୟିକ ହେପାଜତରେ ଜେଲରେ ଥିଲେ। ଇଡି ଏହି ମାମଲାରେ ୭ଘଣ୍ଟା ଯାଏ ପଚରାପଚରି ପରେ ତାଙ୍କୁ ଗିରଫ କରିଥିଲା। ଏବେ ସେ ରାଞ୍ଚିର ବିର୍ସା ମୁଣ୍ଡା ହୋଟୱାର ଜେଲ୍‌ରେ ବନ୍ଦୀ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.