ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ୟାଙ୍କ କର୍ମଚାରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏଭଳି ଋ‌ଣ ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କୁ ଜୋରଦାର ଝଟକା ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ନିଜର ଏକ ରାୟରେ କହିଛନ୍ତି ଯେ, ବ୍ୟାଙ୍କ କର୍ମଚାରୀଙ୍କୁ ଚାକିରି କରିଥିବା ବ୍ୟାଙ୍କରୁ ମିଳୁଥିବା ବିନା ସୁଧ କିମ୍ବା ଅଳ୍ପ ସୁଧର ଋ‌ଣ ଉପରେ ଟ୍ୟାକ୍ସ ଲାଗିବା ଜରୁରି । ଏହାର ଅର୍ଥ, ଏବେ ଏଭଳି ଲୋନ୍‌ ଉପରେ ବ୍ୟାଙ୍କ କର୍ମଚାରୀଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆୟକର ଅଧିନିୟମ, ୧୯୬୧ର ଧାରା ୧୭(୨) (viii) ଓ ଆୟକର ନିୟମ, ୧୯୬୨ର ନିୟମ ୩(୭)(i)ର ବୈଧତାକୁ କାଏମ୍ ରଖାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ସେମାନେ କାର୍ଯ୍ୟ କରୁଥିବା ବ୍ୟାଙ୍କ ତରଫରୁ ରିହାତି ଦରରେ ବା ବିନା ସୁଧରେ ଯେଉଁ ଲୋନର ସୁବିଧା ଦିଆଯାଇଥାଏ, ତା’ ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ ବୋଲି ଶୀର୍ଷ ଅଦାଲତ ନିଜ ନିଷ୍ପତ୍ତିରେ କହିଛନ୍ତି ।

ଏହାର ଅର୍ଥ ହେଉଛି ଏହି ପ୍ରକାରର ଲୋନ ଉପରେ ବ୍ୟାଙ୍କ କର୍ମଚାରୀଙ୍କୁ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ସୁପ୍ରିମକୋର୍ଟ ଏହି ସମ୍ବନ୍ଧରେ ଆୟକର ବିଭାଗର ନିୟମକୁ କାଏମ୍ ରଖିଛନ୍ତି । ଏହା ଏକ ସ୍ୱତନ୍ତ୍ର ସୁବିଧା ହୋଇଥିବା ବେଳେ ତାହା କେବଳ ବ୍ୟାଙ୍କ କର୍ମଚାରୀମାନଙ୍କୁ ଦିଆଯାଇଥାଏ । ସୁପ୍ରିମକୋର୍ଟ ଏହାକୁ ଫ୍ରିଜ ବେନିଫିଟ ବା ଅମେନିଟିଜ୍ ଆଖ୍ୟା ଦେବା ସହ ଏହି କାରଣରୁ ଏପରି ଲୋନ ଟ୍ୟାକ୍ସେବଲ ହୋଇଥାଏ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ ପକ୍ଷରୁ ଆୟକର ବିଭାଗର ଏକ ନିୟମକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଯାଇଥିଲା । ମାତ୍ର ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ଆୟକର ବିଭାଗରର ପକ୍ଷକୁ ଠିକ ବୋଲି ଦର୍ଶାଇଛନ୍ତି ।

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.