ନୂଆଦିଲ୍ଲୀ,୯/୫ : ନିଜ ପାଖରେ ୮,୦୦୦ଟଙ୍କା ଏବଂ ବର୍ଷରେ ଥରେ କଲ୍ କରିବା ସହ ରାଜସ୍ଥାନର କୋଟାରେ ଏକ ୧୯ବର୍ଷର ଛାତ୍ର ନିଜ ମା’-ବାପାଙ୍କୁ ଲେଖିଲେ କି ସେ ୫ବର୍ଷ ଲାଗି ଘର ଛାଡ଼ୁଛନ୍ତି । ଗଙ୍ଗାରାମପୁରର ବାମନବାସରେ ରହୁଥିବା ବାଲା ରାଜେନ୍ଦ୍ର ମୀନା କୋଟାରେ ମେଡ଼ିକାଲ ପ୍ରବେଶ ପରୀକ୍ଷା ନିଟର ପ୍ରସ୍ତୁତି କରୁଥିଲେ ।
ପୁଲିସର ସୂଚନା ମୁତାବକ, ରାଜେନ୍ଦ୍ରଙ୍କ ବାପା ଜଗଦୀଶ ମୀନା ଗୁମଶୁଦଗୀ ଏ ନେଇ ଏକ ମାମଲା ରୁଜୁ କରିଛନ୍ତି । ପରିବାର ଲୋକଙ୍କୁ ତାଙ୍କର ନିଖୋଜ ହେବାର ସୂଚନା ସେତେବେଳେ ଆସିଥିଲା ଯେତେବେଳେ ତାଙ୍କ ମୋବାଇଲରେ ଛାତ୍ର ଜଣଙ୍କର ମେସେଜ ଆସିଥିଲା ।
ରାଜେନ୍ଦ୍ରଙ୍କ ମେସେଜରେ ଲେଖା ଥିଲା କି, ମୁଁ ଘର ଛାଡ଼ୁଛି ଏବଂ ମୁଁ ଆଗକୁ ପଢିବାକୁ ଚାହୁଁନାହିଁ । ମୋ ପାଖରେ ୮,୦୦୦ଟଙ୍କା ଅଛି ଏବଂ ମୁଁ ୫ବର୍ଷ ଲାଗି ଚାଲିଯାଉଛି । ମୁଁ ନିଜ ଫୋନ ବିକ୍ରି କରିଦେବି ଏବଂ ସିମ କାର୍ଡ଼ ଭାଙ୍ଗିଦେବି । ଦୟାକରି ମା’ଙ୍କୁ କହିବେ ସେ ମୋ ଚିନ୍ତା କରିବେ ନାହିଁ । ମୁଁ କୌଣସି ଭୁଲ ନିଷ୍ପତ୍ତି ନେବି ନାହିଁ । ମୋ ପାଖରେ ସମସ୍ତଙ୍କ ନମ୍ବର ଅଛି । ଯଦି ଆବଶ୍ୟକ ହେବ ତ ବର୍ଷରେ ଥରେ ନିଶ୍ଚିତ କଲ କରିବି ।
ରାଜେନ୍ଦ୍ରଙ୍କ ବାପାଙ୍କ କହିବା ଅନୁଯାୟୀ, ଛାତ୍ର ଜଣଙ୍କ ୬ମଇରେ ନିଖୋଜ ହୋଇଯାଇଥିଲେ । ସେ ଅପରାହ୍ନ ୧.୩୦ମିନିଟରେ କୋଟାରେ ନିଜ ପେଇଂ ଗେଷ୍ଟଙ୍କ ଘରୁ ବାହାରିଥିଲେ । ତାଙ୍କର ମେସେଜ ପରେ ତାଙ୍କ ପାରିବାରର ସଦସ୍ୟ ପୋଲିସରେ ନିଖୋଜର ମାମଲା ରୁଜୁ କରିବା ପୂର୍ବରୁ ତାଙ୍କର ଖୋଜିବା ଆରମ୍ଭ କରିଦେଇଥିଲେ । ପ୍ରକାଶ ଯେ, ରାଜେନ୍ଦ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ କିନ୍ତୁ ପୋଲିସ ତାଙ୍କୁ ଖୋଜିବାର ଅଭିଯାନ ଆରମ୍ଭ କରିଦେଇଛି ।
ଏଥିରୁ କୋଟାରେ କୋଚିଂ ମାହୋଲରେ ଛାତ୍ରଙ୍କ ଉପରେ ପଡ଼ୁଥିବା ପ୍ରଭାବର କଥା ଜଣାପଡ଼ୁଛି । ଛାତ୍ରଙ୍କ ଦ୍ବାରା ବିନା କୌଣସି ସୂଚନାରେ ନିଜ ପାଠପଢା ଛାଡ଼ିବା ନୂଆ କଥା ନୁହେଁ ଏବଂ ଏହାଦ୍ବାରା କୋଚିଂ ସେଣ୍ଟର ଏବଂ ପୋଲିସ ଉଭୟ ତରଫରୁ ସତର୍କତା ବଢାଇ ଦିଆଯାଇଛି ।