ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ନିର୍ବାଚନ ପ୍ରଚାର ମୌଳିକ ଅଧିକାର ନୁହେଁ’, କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନକୁ ବିରୋଧ କଲା ଇଡି

ନୂଆଦିଲ୍ଲୀ,୯।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ କମୁନି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ଆସନ୍ତାକାଲି(୧୦ ମେ) ଏହି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଛି। ଏହା ପ୍ରଥମ ଥର ହେବ, ଯେବେ କେଜ୍ରିଓ୍ବାଲଙ୍କ ନାଁ ଚାର୍ଜସିଟ୍‌ରେ ଦାଖଲ କରାଯିବ। ଇଡି ନିଜ ଚାର୍ଜସିଟ୍‌ରେ କେଜ୍ରିଓ୍ବାଲଙ୍କ ନାଁ ମୁଖ୍ୟ ଷଡଯନ୍ତ୍ରକାରୀ ଓ କିଙ୍ଗପିନ୍‌ ଭାବରେ ଦାଖଲ କରିବାକୁ ଯାଉଛି ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ଇଡି ଅନ୍ତରୀଣ ଜାମିନ୍ ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। ଏହା ସହ କହିଛି ନିର୍ବାଚନ ପ୍ରଚାର ମୌଳିକ ଅଧିକାର ନୁହେଁ।

ଇଡି ଉପ ନିର୍ଦେଶକ ଭାନୁ ପ୍ରିୟା କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନ ଉପରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ପ୍ରଚାର ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀର ଜାମିନ୍ ଦେବା ଠିକ୍ ନୁହେଁ,  କାରଣ ତାଙ୍କ ଭଳି ସବୁ ରାଜନେତା ଅପରାଧ କରି ନିର୍ବାଚନ କାରଣ ଦର୍ଶାଇ ଯାଞ୍ଚରୁ ବଞ୍ଚିବାକୁ ଅନୁମତି ମାଗିବେ। ନିର୍ବାଚନ ପ୍ରଚାର କୌଣସି ମୌଳିକ କିମ୍ବା ସମ୍ବିଧାନିକ ଅଧିକାର ନୁହେଁ।ଏପରିକି ଆଇନଗତ ଅଧିକାର ପରିସରରେ ଆସୁନି। ଇଡିର ସୂଚନାରେ ଏଭଳି କୌଣସି ଘଟଣା ନାହିଁ, କୌଣସି ରାଜନୈତିକ ନେତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ୍ ଦିଆଯାଇଛି। ଏପରିକି ନିର୍ବାଚନ ଲଢୁଥିଲେ ମଧ୍ୟ ଜାମିନ ମିଳିନି। ପ୍ରାୟ ୧୨୩ ନିର୍ବାଚନ ହୋଇସାରିଛି, ଆମେ ଗତ ୩ ବର୍ଷ ହେବ ଅଛୁ ଓ ଯଦି ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ୍ ଦିଆଯିବ ତେବେ‌ କୌଣସି ରାଜନେତାଙ୍କୁ ଗିରଫ କରିହେବନି, କାରଣ ନିର୍ବାଚନ ପୁରା ବର୍ଷ ଧରି ଚାଲିଥାଏ।

ଉଲ୍ଲେଖନୀୟ ଯେ, ଶୁକ୍ରବାର ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ୍ ଉପରେ ଶୁଣାଣି କରିପାରନ୍ତି। କେଜ୍ରିଓ୍ବାଲଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ  ଶୁକ୍ରବାର ଅନ୍ତରୀଣ ଜାମିନ୍ ନିର୍ଦେଶ ଶୁଣାଇବ। ଗିରଫକୁ ଚ୍ୟାଲେଞ୍ଜ ଦେବା ସମ୍ପର୍କିତ ମୁଖ୍ୟ ମାମଲାରେ ଉପରେ ମଧ୍ୟ ସେହି ଦିନ ରାୟ ଦିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.