ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

’ମୁନ୍ ଏକ୍ସପ୍ରେସ୍’ ନେଇ ନାସାର ନୂଆ ପ୍ରୋଜେକ୍ଟ, ରେଲଓ୍ବେ ଲାଇନ୍ ତିଆରି ପାଇଁ କରୁଛି ପ୍ରସ୍ତୁତି

ନୂଆଦିଲ୍ଲୀ,୯।୫: ଗତ କିଛି ବର୍ଷ ହେବ ଚନ୍ଦ୍ରରେ କିଛି ଅସମ୍ଭବ ପ୍ରୋଜେକ୍ଟ ଉପରେ କାମ ଚାଲିଛି। ଇସ୍ରୋ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡିଂ କରି ଏହାର ସବୁଠାରୁ ତାଜା ଉଦାହରଣ ସୃଷ୍ଟି କରିଛି। ଚନ୍ଦ୍ରକୁ ନେଇ ଗତ କିଛି ବର୍ଷରେ ସବୁ ଦେଶର ରିସର୍ଚ୍ଚ ବଢିଯାଇଛି। ନାସା ଯଦି ନିଜର ଆଗାମୀ ପ୍ରୋଜେକ୍ଟରେ ସଫଳ ହୁଏ, ତେବେ ଚନ୍ଦ୍ରରେ ମଣିଷ ଚଲା ବୁଲା କରିବା ସମ୍ଭବ ହୋଇପାରିବ। ନାସା ଚନ୍ଦ୍ରରେ ରେଲଓ୍ବେ ଲାଇନ୍‌ ବିଛାଇବା ପ୍ରୋଜେକ୍ଟ ଉପରେ କାମ କରୁଛି। ନାସାର ମୁନ୍ ଏକ୍ସପ୍ରେସ୍‌ ମିଶନ୍ ଏବେ କେତେ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି ? ଜାଣନ୍ତି କି ?

ଆମେରିକାର ମହାକାଶ ଏଜେନ୍ସି ନାସାର ମୁନ୍ ଏକ୍ସପ୍ରେସ୍‌କୁ ସମ୍ଭବ କରିବାରେ ଲାଗିପଡିଛି। ନାସାର ଏହି ପ୍ରୋଜେକ୍ଟ ଏବେ କୌଣସି ସାଇନ୍ସ ଫିକ୍ସନ୍‌ ଭଳି ଫିଲ୍ମ ଭଳି ଲାଗିଥାଇ ପାରେ, ଯଦିଓ ଏହା ଅସମ୍ଭବ ଲାଗୁଛି ତେବେ ନାସାର ବୈଜ୍ଞାନିକ କହୁଛନ୍ତି ଆଗାମୀ କିଛି ଦଶକରେ ଏଭଳି କରିବା ସମ୍ଭବ ହେବ। କାଳ୍ପନିକକୁ ବାସ୍ତବିକତାରେ ପରିଣିତ କରିବା ପାଇଁ ନାସା ଟିମ୍‌ ଚନ୍ଦ୍ରରେ ରେଲଓ୍ବେ ଲାଇନ୍ ବିଛାଇବା ପାଇଁ ଫଣ୍ଡ ଏକତ୍ରିତ କରୁଛି। ନାସା ବୈଜ୍ଞାନିକ କହିଛନ୍ତି, ଯଦି ଏହା ସମ୍ଭବ ହୁଏ ତେବେ ମାନବ ଜାତିର ଇତିହାସରେ ଏକ ମାଇଲଷ୍ଟୋନ୍‌ ପ୍ରମାଣିତ ହେବ।

ନିଜର ମହତ୍ବକାଂକ୍ଷୀ ଯୋଜନା ବିଷୟରେ  ନାସା ବୈଜ୍ଞାନିକ ଜନ୍ ନେଲସନ୍‌ କହିଛନ୍ତି, ଏହା ବିଜ୍ଞାନର ଚମତ୍କାରିତା। ତାଙ୍କର କହିବା ଅନୁସାରେ, ଏହି ମିଶନ୍ ସଫଳ ହେବାର ଏବେ ଯଦିଓ କିଛି ଗ୍ୟାରେଣ୍ଟି ଦେଖାଯାଉନି, କିନ୍ତୁ ଭବିଷ୍ୟତରେ ଚନ୍ଦ୍ରରେ ରେଳ ପ୍ରୋଜେକ୍ଟ କୌଣସି ଦିନ ଏରୋସ୍ପେସ୍‌ ମିଶନ୍‌ର ଅଂଶ ହୋଇପାରେ। ଏହି ପ୍ରୋଜେକ୍ଟରେ ଚନ୍ଦ୍ରରେ ରେଲଓ୍ବେ ଲାଇନ୍ ତିଆରି କରିବା ଛଡା ମଙ୍ଗଳ ଗ୍ରହରେ ମଣିଷ ଓ ମାଲ୍‌ ଟ୍ରାନ୍ସଫର ପାଇଁ ଅତ୍ୟାଧୁନିକ ପ୍ରଣାଳି ବିକଶିତ କରିବାକୁ ପଡିବ। ନାସାର ଏହି ପ୍ରୋଜେକ୍ଟ ଇନୋଭେଟିକ୍ ଆଡଭାନ୍ସଡ୍ କନସେପ୍ଟ(ଏନ୍‌ଆଇଏସି) କାର୍ଯ୍ୟକ୍ରମର ଅଂଶ ଅଟେ। ଏଭଳି ମୋଟ ୬ଟି ପ୍ରୋଜେକ୍ଟ ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.