ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟିଏମ୍‌ସି ନେତାଙ୍କ ଉପରୁ ମାମଲା ପ୍ରତ୍ୟାହାର କଲେ ମହିଳା, କହିଲେ-ଧଳା କାଗଜରେ ନିଆଯାଇଥିଲା ଦସ୍ତଖତ

କୋଲକାତା,୯।୫: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଏବେ ବଡ଼ ଅପଡେଟ୍। ଟିଏମ୍‌ସି ନେତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା ୩ ମହିଳାଙ୍କ ଭିତରୁ ଜଣେ  ମହିଳା  ମାମଲା ପ୍ରତ୍ୟାହାର କରିଛନ୍ତି। ଏହି ମାମଲାରେ ପଶ୍ଚିମବଙ୍ଗର ରାଜନୀତି ବେଶ୍ ସରଗରମ୍ ହୋଇଛି। ଏହି ମହିଳାଙ୍କ କହିବା ଅନୁସାରେ,  ମୋତେ ଯୌନ ନିର୍ଯାତନା ଦିଆଯାଇନଥିଲା।ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ମହିଳା ଜଣକ କହିଛନ୍ତି ମୋ’ଠାରୁ ବିଜେପିର ଲୋକ ଧଳା କାଗଜରେ ଦସ୍ତଖତ ନେଇଥିଲେ। ସେମାନେ କହିଥିଲେ ଆପଣଙ୍କୁ ପିଏମ୍ ଆବାସ ଯୋଜନାର ଲାଭ ମିଳିବ। ଏହାପରେ ମୋତେ ପୋଲିସ ଥାନା ନେଇ ଯୌନ ନିର୍ଯାତନା ମାମଲା ରୁଜୁ କରିଥିଲେ ।

ଏ ସମ୍ପର୍କରେ ମହିଳା ଜଣକ କହିଛନ୍ତି, ତାଙ୍କୁ ଓ ତାଙ୍କ ଶାଶୁଙ୍କୁ କିଭଳି ମିଛ ଦୁଷ୍କର୍ମ କେସ୍‌ରେ ରୁଜୁ କରିବାକୁ ବାଧ୍ୟ କରାଯାଇଥିଲା। ତାଙ୍କୁ ଜଣାନଥିଲା, ଧଳା କାଗଜରେ କ’ଣ ଲେଖା ହୋଇଛି। ଏବେ ଏହି ମହିଳା ପୋଲିସ ନିକଟରେ ନୂଆ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କର କହିବା ଅନୁସାରେ, ଟିଏମ୍‌ସି ନେତାଙ୍କ ବିରୋଧରେ ଅଭିଯୋଗ ଫେରାଇ ନେବା କାରଣରୁ ତାଙ୍କୁ ଧମକ ମିଳୁଛି, ଯେଉଁ କାରଣରୁ ତାଙ୍କୁ  ଭୟରେ ମାମଲା ରୁଜୁ କରିବାକୁ ପଡୁଛି।

ଉଳ୍ଲେଖନୀୟ ଯେ, ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଶାହାଜାହାଁ ଶେଖ୍ ଉପରେ ଅଭିଯୋଗ ଥିଲା ସେ ବହୁ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏପରିକି ତାଙ୍କର ଜମିକୁ ଦଖଲ କରିଥିଲେ। ଏହି ମାମଲାରେ ଟିଏମ୍‌ସିକୁ ଜୋରଦାର ଘେରିଥିଲା ବିଜେପି। କେବଳ ସେତିକି ନୁହେଁ ଲୋକସଭା ନିର୍ବାଚନରେ ମଧ୍ୟ ଏହା ଏକ ବଡ଼ ପ୍ରସଙ୍ଗ ପାଲଟିଥିଲା। ଏଭଳି ସ୍ଥିତିରେ ୨ ଜଣ ମହିଳା ୟୁଟର୍ଣ୍ଣ ନେବା ସମସ୍ତଙ୍କୁ ଚକିତ କରିଛି। ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଶଶି ପଞ୍ଜା କହିଛନ୍ତି, ଯେଉଁ ମହିଳା ଅଭିଯୋଗ ଫେରାଇ ନେଇଛନ୍ତି, ତାଙ୍କୁ ପରିଣତି ଭୋଗିବାକୁ ବିଜେପି ଧମକ ଦେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.