ଶ୍ରୀନଗର: ଜାମ୍ମୁକାଶ୍ମୀର ଶ୍ରୀନଗରରେ ବଡ଼ ଅଘଟଣା ନେଇ ସୂଚନା ମିଳିଛି । ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ରବିବାର ଗୋଟିଏ ପରିବାରର ୫ ଜଣଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରିବାରର ସ୍ବାମୀ ଏବଂ ସ୍ତ୍ରୀଙ୍କ ସମେତ ୩ ପିଲା ମୃତ୍ୟୁବରଣ କରିଛନ୍ତି । 

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତ ପରିବାର ମୂଳତଃ ବାରମୁଲ୍ଲାର ବାସିନ୍ଦା । ପାନ୍ଦ୍ରଥାନରେ ଭଡ଼ା ଘରେ ସେମାନେ ରହୁଥିଲେ । ରାତିରେ ଶୋଇଥିବା ଅବସ୍ଥାରେ ସେମାନେ ସମସ୍ତେ ବେହୋସ୍‌ ହୋଇପଡ଼ିଥିଲେ ।  ଏନେଇ ଜଣାପଡ଼ିବା ପରେ ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ବାପା-ମାଙ୍କ ସହ ୩ ପିଲାଙ୍କୁ ମୃତ ଘୋଷଣା କରିଛନ୍ତି । 

ସେପଟେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଶ୍ରୀନଗରରେ ଗୋଟିଏ ପରିବାରର ୫ ଜଣ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ନେଇ ଏହି ଖବର ଜାମ୍ମୁକାଶ୍ମୀରର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ।