ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କୃଷକ ଉତ୍ପାଦକ ସଂଗଠନ ପାଇଁ ମାର୍କେଟିଂ ସହାୟତା ଉପରେ ରାଜ୍ୟସ୍ତରୀୟ କର୍ମଶାଳା

Published By : Suraj Kumar | November 9, 2024 4:50 PM

ଭୁବନେଶ୍ୱର, ୯।୧୧ - ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପାଇଁ ମାର୍କେଟିଂ ସହାୟତା ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।  ଓୟୁଏଟିର ସେଣ୍ଟର ଅଫ୍ ଏକ୍ସଲେନ୍ସ   ପକ୍ଷରୁ ଏହା  ଆୟୋଜନ କରାଯାଇଥିଲା।   ଏଫପିଓର ବଜାର ପ୍ରବେଶ, ଆର୍ଥିକ ଅନ୍ତଭୁକ୍ତିକରଣ ଏବଂ କାର୍ଯ୍ୟକ୍ଷମ ସ୍ଥିରତା ବୃଦ୍ଧି ପାଇଁ  ଅଭିନବ ରଣନୀତି ଏବଂ ସହଯୋଗ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ  ସରକାରୀ କର୍ମଚାରୀ, ଶିଳ୍ପ ବିଶେଷଜ୍ଞ ଏବଂ ଅନେକ ଏଫପିଓ ପ୍ରତିନିଧିଙ୍କ ସମେତ ପ୍ରମୁଖ ହିତାଧିକାରୀମାନେ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ଓୟୁଏଟି ଉପ-କୁଳପତି ପ୍ରଫେସର ପି.କେ. ରାଉଳ, ଉଦ୍ୟାନ କୃଷି ନିର୍ଦ୍ଦେଶକ (ଆଇଏଏସ୍) ନିଖିଲ ପାଭନ କଲ୍ୟାଣ, ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବି.କେ. ପଟ୍ଟନାୟକ, ଓୟୁଏଟିର ଏକ୍ସଟେନ୍ସନ ଏଜୁକେସନର ଡିନ୍ ପ୍ରଫେସର ପି.ଜେ ମିଶ୍ର ଏବଂ ଯୁଗ୍ମ ନିର୍ଦ୍ଦେଶକ ଏକ୍ସଟେନ୍ସନ୍ (ସୂଚନା)  ଡକ୍ଟର ସରବାନୀ ଦାସ ଯୋଗ ଦେଇ ଏଫପିଓ ପାଇଁ ବଜାର ପ୍ରବେଶକୁ ବିସ୍ତାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିଖିଲ ପାଭନ କଲ୍ୟାଣ ସରକାରୀ ନୀତିର ଭୂମିକା ଉପରେ ଆଲୋକପାତ କରିଥିବାବେଳେ ପ୍ରଫେସର ପି.କେ. ରାଉଳ, ସ୍ଥାୟୀ ବଜାର ସଂଯୋଗର ଆବଶ୍ୟକତା ଉପରେ  କହିଥିଲେ । ସେହିପରି ପ୍ରଫେସର ପି.ଜେ ମିଶ୍ର କୃଷି କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ସୂଚିତ କରିଥିଲେ। ସ୍ଥାୟୀ କୃଷି ବିକାଶ ପାଇଁ ଏଫପିଓ ଗୁଡ଼ିକୁ ମଜବୁତ କରିବା ଉପରେ ବି.କେ. ପଟ୍ଟନାୟକ ଗୁରୁତ୍ୱ ଦେଇଥିଲେ ।

 ଏହି ଆଲୋଚନାରେ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଡ।. ଲକ୍ଷ୍ମୀପ୍ରିୟା ଦେହୁରୀ, ପାଲାଡିୟମର ଆସୋସିଏଟ୍ ଡାଇରେକ୍ଟର ବିଶ୍ୱଜିତ୍ ବେହେରା, ଡି-ହାଟ୍‌ର ଆଞ୍ଚଳିକ ମୁଖ୍ୟ ବିଚିତ୍ର ସେନାପତି ଯୋଗ ଦେଇଏଫପିଓ ପାଇଁ ନୂତନ ମାର୍କେଟ ସୁଯୋଗ ଉପରେ କହିଥିଲେ। ଏଥିସହ ଏଫପିଓ ଗୁଡିକର ଅଭିବୃଦ୍ଧି କିପରି କରାଯାଇ ପାରିବ  ସେ ବିଷୟରେ ଆଲୋଚନା କରିଥିଲେ। ଆର୍ଥିକ ଅନ୍ତର୍ଭୂକ୍ତିକୁ ଗୁରୁତ୍ୱ ଦେଇ ନାବକିଷାନ ଷ୍ଟେଟ ଲିଡ ସୁବ୍ରଜିତ ଶତପଥୀ ବ୍ୟାଙ୍କିଙ୍ଗ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ । ରିଲାଏନ୍ସ ରିଟେଲରୁ କୌଶିକ ଘୋଷ ଏବଂ ସ୍ବଦେଶ ତ୍ରିପାଠୀ ପ୍ରମୁଖ ଖୁଚୁରା ବ୍ୟବସାୟୀଙ୍କୁ ସହଯୋଗ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।  | ଆଗ୍ରି ବିଜନେସ ମ୍ୟାନେଜମେଣ୍ଟର ମୁଖ୍ୟ ଡକ୍ଟର ସନତ ମିଶ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସୂଚନା ଦେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.