ବାସୁଦେବପୁର, ୨।୩: ଛାତ୍ରୀଙ୍କୁ ଦୁର୍ବ୍ୟବହାର, ନ୍ୟାୟ ଦାବିରେ ଧାମରା ବାସୁଦେବପୁର ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ବାସୁଦେବପୁର ବ୍ଲକ କିସ୍ମତକୃଷ୍ଣପୁର ଗ୍ରାମରେ ଥିବା କିସ୍ମତକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀକୁ ଅନୁଚିତ ବ୍ୟବହାରକୁ ନେଇ ଛାତ୍ରୀ ଓ ଅବିଭାବକ ରାସ୍ତା ରୋକ କରିଛନ୍ତି । ଗତ ଶନିବାର ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌତମ ସାହୁ ରୁମ୍‌କୁ ଡାକି ଅସଦାଚରଣ କରିଥିଲେ । ପରେ ଛାତ୍ରୀ ଜଣକ ତାଙ୍କ ସହପାଠୀ ସହିତ ପରିବାର ଲୋକଙ୍କୁ ଖବର କରିଥିଲେ ।

ଏହା ବି ପଢ଼ନ୍ତୁ... ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ଧମକପୂର୍ଣ୍ଣ ମେଲ୍ ପରେ ବୋମା ନିଷ୍କ୍ରିୟ ଟିମ୍ ଓ ଡଗ୍ ସ୍କ୍ୱାର୍ଡର ଛାନଭିନ୍

ଆଜି ଏହି ଘଟଣାକୁ ନେଇ ସେହି ଗ୍ରାମର ଗ୍ରାମବାସୀ ଓ ଅବିଭାବକମାନେ ବିଦ୍ୟାଳୟ ତାଲା ପକାଇବା ସହିତ ହୋହାଲ୍ଲା କରିଥିଲେ । ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭିନାଶ ପ୍ରଧାନ ଏହି ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକ ସମେତ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ନ୍ୟାୟ ଦାବିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଧାମରା ବାସୁଦେବପୁର ରାସ୍ତାର ଷେଣ୍ଢ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଯେତେ ପର୍ଯ୍ୟନ୍ତ ନ୍ୟାୟ ନପାଇବୁ ସେତେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ରହିବ ବୋଲି ଛାତ୍ରୀ ଚେତାବନୀ ଦେଇଥିଲେ ।