ନୂଆଦିଲ୍ଲୀ,୨୬।୭: ସୁଡାନରେ ଜାରି ଗୃହଯୁଦ୍ଧ ଭିତରେ ସାଧାରଣ ଲୋକ ଜୀବିତ ରହିବା ଖୁବ୍ କଷ୍ଟକର ହୋଇଯାଇଛି। ଏଠାରେ କେବଳ ସେନା ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବାହିନୀଙ୍କ ଗୁଳିରୁ ରକ୍ଷା ବଞ୍ଚିବା କେବଳ ଜୀବନ ନୁହେଁ। ଅନାହର ଓ ଦୁର୍ଭିକ୍ଷ ମଧ୍ୟ ଲୋକଙ୍କୁ ଧିରେ ଧିରେ ମାରୁଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ଲୋକ ନିଜର ଭୋକ ମେଣ୍ଟାଇବା ପାଇଁ ଘାସ ଖାଇବାକୁ ବାଧ୍ୟ ହେଉଛନ୍ତି।
‘ଦ ଇଣ୍ଡିପେଣ୍ଡେଣ୍ଟ’ର ଏକ ରିପୋର୍ଟ ଅନୁସାରେ, ସୁଡାନର ବହୁ ଅଞ୍ଚଳରେ ଅନାହର ଲାଗି ରହିଛି। ଲୋକ ଜଙ୍ଗଲୀ ଗଛ ଓ ଘାସକୁ ଲୁଣ ଦେଇ ସିଝାଇ ନିଜେ ଖାଉଛନ୍ତି ଓ ପିଲାଙ୍କୁ ମଧ୍ୟ ଖୁଆଉଛନ୍ତି। ଖନ୍ଦିଜା କୋରୋ ନାମକ ଏକ ଗଛକୁ ଲୋକେ ଆଜିକାଲି ଭୋକ ମେଣ୍ଟାଇବା ପାଇଁ ଖାଉଛନ୍ତି। ସୁଡାନରେ ପ୍ରାୟ୨୪.୬ ମିଲିୟନ ଲୋକଙ୍କ ଭିତରୁ ଜଣେ, ଯିଏକି ଗମ୍ଭୀର ଖାଦ୍ୟ ଅସୁରକ୍ଷାର ସାମନା କରୁଛନ୍ତି। ଏତେ ସବୁ ଲୋକ ଏହି ଦେଶର ଜନସଂଖ୍ୟାର ଅଧା ଅଂଶ। ସୁଡାନରେ ଏପ୍ରିଲ ୨୦୨୩ ରୁ ଗୃହଯୁଦ୍ଧ ଜାରି ରହିଛି। ଏବେ ସୁଡାନ ସେନା ଓ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସେଜ୍ (ଆରଏସ୍ଏଫ୍) ଭିତରେ ବିବାଦ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି।
ଗୃହଯୁଦ୍ଧର ଆରମ୍ଭ ରାଜଧାନୀ ଖାର୍ତୁମରୁ ଆରମ୍ଭ ହୋଇଥିଲା। ଏହାପରେ ପୁରା ଦେଶକୁ ବ୍ୟାପି ଯାଇଥିଲା। ଯୁଦ୍ଧରେ ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି। ଯୁଦ୍ଧ କାରଣରୁ ପ୍ରାୟ ୧ କୋଟି ୩୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଳେ। ଏହା ସହ ଜନସଂଖ୍ୟାର ଏକ ବଡ଼ ଅଂଶ ଦୁର୍ଭିକ୍ଷରେ ପ୍ରଭାବିତ ହୋଇଛନ୍ତି। ଆଜିକାଲି ସୁଡାନ ଉପରେ ବିଶ୍ବର ସବୁଠାରୁ ବଡ଼ କ୍ଷୁଧା ସଙ୍କଟ ଦେଖାଦେଇଛି। ସଂଘର୍ଷ ଯୋଗୁଁ ଖାଦ୍ୟା ସାମଗ୍ରୀର ଦାମ୍ ଆକାଶ ଛୁଆଁ ହୋଇଛି। କିଛି ଲୋକ ଦିନରେ କେବଳ ଥରେ ଖାଦ୍ୟ ଖାଇ ବଞ୍ଚୁଛନ୍ତି। ଉତ୍ତର ଦାରଫୁରରେ କିଛି ଲୋକ ନିଜର କ୍ଷୁଧା ମେଣ୍ଟାଇବା ପାଇଁ କୋଇଲା ଚାଟୁଛନ୍ତି। ଶୁକ୍ରବାର ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ସୁଦାନର ସାମରିକ ନେତା ଜେନେରାଲ ଅବଦେଲ-ଫତାହ ବୁରହାନଙ୍କୁ ଫୋନ୍ କରି ଏଲ୍ ଫାସରରେ ଏକ ସପ୍ତାହ ଧରି ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲେ ଯାହାଦ୍ୱାରା ସାହାଯ୍ୟ ପହଞ୍ଚିପାରିବ। ବୁରହାନ ଏହି ଅନୁରୋଧରେ ରାଜି ହୋଇଥିଲେ, କିନ୍ତୁ ଆରଏସଏଫ ଯୁଦ୍ଧବିରତିରେ ରାଜି ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୁଡାନର କୃଷି ମନ୍ତ୍ରୀ ଅବୁ ବକର ଅଲ-ବଶାରୀ ଏପ୍ରିଲ ମାସରେ ଅଲ-ହଦଥ ନ୍ୟୁଜ୍ ଚ୍ୟାନେଲକୁ କହିଥିଲେ ଯେ ଦେଶରେ ଦୁର୍ଭିକ୍ଷର କୌଣସି ସଙ୍କେତ ନାହିଁ, କିନ୍ତୁ ଆରଏସଏଫ ଭାବରେ ଜଣାଶୁଣା ବିଦ୍ରୋହୀ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ ଖାଦ୍ୟ ଯୋଗାଣର ଅଭାବ ରହିଛି। ଉଲ୍ଲେଖନୀୟ ଯେ, ସୁଡାନରେ, ସେନା ଦୁଇଟି ଗୋଷ୍ଠୀ ସହିତ ମୁହାଁମୁହିଁ ହୋଇଛି। ଗୋଟିଏ ହେଉଛି ରାପିଡ୍ ସପୋର୍ଟ ଫୋର୍ସ ଏବଂ ଅନ୍ୟଟି ହେଉଛି ପିପୁଲ୍ସ ଲିବରେସନ ମୁଭମେଣ୍ଟ-ନର୍ଥ, ଯାହାକି ସେନା ସହ ଲଢୁଛି।, ଯାହାର RSF ସହିତ ସମ୍ପର୍କ ଭଲ ରହିଛି, ଯେଉଁ କାରଣରୁ ଖାଦ୍ୟ, ସ୍ୱଚ୍ଛ ପାଣି କିମ୍ବା ଔଷଧ ପାଇବା ପ୍ରାୟ ଅସମ୍ଭବ ହୋଇଯାଇଛି।