ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରିଲାଏନ୍ସ ଫାଉଣ୍ଡେସନ-ୟୁଏନ୍‍ ଇଣ୍ଡିଆ ପକ୍ଷରୁ ଆଲୋଚନାଚକ୍ର : ପ୍ରାକ୍‍ ସତର୍କ ସୂଚନା, ଆଗୁଆ ପଦକ୍ଷେପ

Published By : Gurupada Nath | November 19, 2024 8:39 PM

ଭୁବନେଶ୍ୱର,୧୯/୧୧ : ବିପର୍ଯ୍ୟୟ ସମୟରେ ପ୍ରାକ୍‍ ସତର୍କ ସୂଚନା ଓ ଆଗୁଆ କାର୍ଯ୍ୟପନ୍ଥାକୁ ସୁଦୃଢ କରିବା ନିମନ୍ତେ ନୂତନ ଚିନ୍ତାଧାରା ସୃଷ୍ଟି ଉଦ୍ଦେଶ୍ୟରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନ୍ସ ଇଣ୍ଡିଆ ପକ୍ଷରୁ ବହୁଧା ବିପଦ ଏବଂ ପ୍ରାକ୍‍ ସତର୍କ ସୂଚନା ପ୍ରତି ବହୁଧା-ସହଭାଗୀ ସମ୍ବଳିତ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବାକୁ ବିକାଶଶୀଳ ରାଷ୍ଟ୍ରଗୁଡିକରୁ ସହଭାଗୀମାନଙ୍କ ନିମନ୍ତେ ଆଜି ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।

‘ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକ୍ସନ- ଏ ମଲ୍‍ଟି-ହାଜାର୍ଡ, ମଲ୍‍ଟି-ଷ୍ଟେକହୋଲଡର ଆପ୍ରୋଚ: ଲର୍ଣ୍ଣିଂ ଫ୍ରମ୍‍ କୋଷ୍ଟାଲ ଇକୋସିଷ୍ଟମସ୍‍’ ଶୀର୍ଷକ ଏହି ଓଡ଼ିଶା ସମ୍ମିଳନୀ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏନ ଇଣ୍ଡିଆ ଆୟୋଜନ କରୁଥିବା ଏହିଭଳି ଏକାଧିକ ସମ୍ମିଳନୀ ମଧ୍ୟରେ ପ୍ରଥମ ଅଟେ। ଏହି ସମାବେଶ ବିପର୍ଯ୍ୟୟ ପ୍ରବଣ ତଟୀୟ ଅଞ୍ଚଳରେ ଜୀବିକା ଓ ଲିଙ୍ଗଗତ ଦିଗ ଉପରେ ଦୃଷ୍ଟିନିବଦ୍ଧ କରି ପ୍ରାକ୍‍ ସତର୍କ ସୂଚନା ଏବଂ ପ୍ରାକ୍‍ ପଦକ୍ଷେପ ଗ୍ରହଣ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମ୍‍ଏ), ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଆଇଏନସିଓଆଇଏସ୍‍) ଆଦି ପ୍ରମୁଖ ଭାରତୀୟ ରାଷ୍ଟ୍ରୀୟ ସଂସ୍ଥା ସମୂହ, ଜାତିସଂଘ ସଂଗଠନ ସମୂହ, ଗବେଷକ, ନୀତି ବିଶାରଦ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶିକ୍ଷାବିତ୍‍ ଏବଂ ଅଣ ସରକାରୀ ସଂଗଠନ ସମୂହର ବିଶାରଦମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ “ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ଆମେ ସାମୁହିକ ଭାବରେ କାର୍ଯ୍ୟ କରୁଛୁ ଏବଂ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ହେବାକୁ ଥିବା ଏହି ଆଲୋଚନା ନିମନ୍ତେ ପ୍ରଥମ ରାଜ୍ୟ ଭାବରେ ମନୋନୀତ କରାଯାଇଥିବାରୁ ଆମେ ଆନନ୍ଦିତ ଅନୁଭବ କରୁଛୁ। ଓଡ଼ିଶା ସରକାର ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ସର୍ବନିମ୍ନ ସ୍ତରରେ ରଖିବା ନିମନ୍ତେ ବିବିଧ ସହଭାଗୀଙ୍କ ସହିତ ମିଶି କାର୍ଯ୍ୟ କରୁଛନ୍ତି। ଆମେ ପରାମର୍ଶ ଏବଂ ପ୍ରଯୁକ୍ତି ଗତ ସହାୟତା ନିମନ୍ତେ ଜାତିସଂଘ, ରିଲାଏନ୍ସ ଫାଉଣ୍ଡେସନ ଏବଂ ଅନ୍ୟ ସହଭାଗୀଙ୍କ ସହିତ କାର୍ଯ୍ୟ କରିବୁ। ବିପର୍ଯ୍ୟୟର ଆଗୁଆ ସତର୍କ ସୂଚନାରେ ଅଧିକ ସଠିକତା ଆଣିବା ନିମନ୍ତେ ସୂଚନା ବିଶ୍ଳେଷଣ ସହିତ ବିପର୍ଯ୍ୟୟ ପୂର୍ବାନୁମାନକୁ ସମନ୍ୱିତ କରିବାର ଉପାୟ ନିର୍ଦ୍ଧାରଣ ନିମନ୍ତେ ଆମେ ମିଳିତ ଭାବରେ କାର୍ଯ୍ୟ କରୁଥିବା ସଂଗଠନଗୁଡିକୁ ଅନୁରୋଧ କରୁଛୁ।"

“ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବାବେଳେ ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା ସୁଦୃଢ କରିବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ଅଧିକ ଫଳପ୍ରଦ ଭାବରେ ସ୍ଥାନୀୟ ସ୍ତରରେ ତାହାର କାର୍ଯ୍ୟନ୍ୱୟନ ସୁନିଶ୍ଚିତ କରାଯାଇପାରିବ। ଆମେ ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ମାତ୍ରାଧିକ ବିପର୍ଯ୍ୟୟ ପରିସ୍ଥିତିରେ ଜନସାଧାରଣଙ୍କର ସେବା କରିବା ସମୟରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନର ଜୀବନ ରକ୍ଷାକାରୀ ସାମର୍ଥ୍ୟକୁ ପ୍ରତ୍ୟକ୍ଷ ଭାବେ ଆମେ ଲକ୍ଷ୍ୟ କରିଛୁ। ଦ୍ରୁତ ପ୍ରଗତିଶୀଳ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ଜ୍ଞାନର ବିକାଶ କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି । ଆମେ ସଫଳ ପହଞ୍ଚ ଓ ପ୍ରଭାବ ନିମନ୍ତେ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଏବଂ ଉପଯୁକ୍ତ ଆଭିମୁଖ୍ୟ ଜରିଆରେ ପ୍ରାକ୍‍ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ନବୋନ୍ମେଷୀ ସମାଧାନଗୁଡିକୁ ଆଗେଇ ନେଇଛୁ। ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁନାଇଟେଡ ନେସନସ୍‍ ଇନ ଇଣ୍ଡିଆ କାର୍ଯ୍ୟାଳୟ ପକ୍ଷରୁ ଆୟୋଜନ କରାଯାଉଥିବା ସମ୍ମିଳନୀଗୁଡିକ ଜ୍ଞାନକୁ ସ୍ଥାନୀୟସ୍ତରରେ କାର୍ଯ୍ୟାନ୍ୱୟନରେ ରୂପାନ୍ତରିତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ବିବିଧ ସହଭାଗୀମାନଙ୍କ ସହ ସମ୍ମିଳିତ ଭାବରେ କାର୍ଯ୍ୟ କରିବା ଲକ୍ଷ୍ୟ ରଖିଛି,” ବୋଲି ରିଲାଏନ୍ସ ଫାଉଣ୍ଡେସନ ସିଇଓ ଜଗନ୍ନାଥ କୁମାର କହିଥିଲେ।

“ଜାତିସଂଘ ମହାସଚିବଙ୍କ ପକ୍ଷରୁ ସମଗ୍ର ବିଶ୍ୱରେ ସମସ୍ତଙ୍କ ପାଇଁ ଆଗୁଆ ସତର୍କ ସୂଚନା ପ୍ରଦାନ ନିମନ୍ତେ ଦିଆଯାଇଥିବା ଆହ୍ୱାନର ପ୍ରୟାସ ଭାବରେ ଜାତିସଂଘ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହଭାଗୀତାରେ ଆଜି ଆୟୋଜନ କରାଯାଇଥିବା ସମ୍ମିଳନୀ ଡିଆରଆର ଉପରେ ହେବାକୁ ଥିବା ବହୁପର୍ଯ୍ୟାୟ ସମ୍ମିଳନୀ ମଧ୍ୟରେ ପ୍ରଥମ ହୋଇଛି। ଆମେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଗୁଆ ସତର୍କ ସୂଚନା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନେତୃତ୍ୱକୁ ପ୍ରଦର୍ଶିତ କରୁଛୁ, ଯାହା ଅନ୍ୟ ରାଜ୍ୟ ଏବଂ ବିକାଶଶୀଳ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କୁ ଏହି କ୍ଷେତ୍ରରେ ରହିଥିବା ସର୍ବୋତ୍ତମ କାର୍ଯ୍ୟ ଉଦାହରଣ ଏବଂ ଜ୍ଞାନରେ ସହଭାଗୀତା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସୁଦୃଢ କରିବା ଏବଂ ଗୋଷ୍ଠୀଗୁଡିକର ମଜଭୁତପଣ ନିର୍ମାଣ କରିବାକୁ ସରକାର, ନାଗରିକ ସମାଜ ଏବଂ ରିଲାଏନ୍ସ ଫାଉଣ୍ଡେସନ ଭଳି ସହଭାଗୀଙ୍କ ସହିତ ମିଶି କାର୍ଯ୍ୟ କରୁଥିବା ଆମର ବିଭିନ୍ନ ସଂସ୍ଥା ଜରିଆରେ ଏହିଭଳି ପ୍ରୟାସଗୁଡିକୁ ସମର୍ଥନ କରିବାକୁ ଜାତିସଂଘ ପ୍ରତିବଦ୍ଧ ରହିଛି,” ବୋଲି ଭାରତ ପାଇଁ ଥିବା ଜାତିସଂଘର ଆବାସିକ ସଂଯୋଜକ ସୋମ୍ବି ଶାର୍ପ କହିଥିଲେ।

ବିଶେଷଜ୍ଞମାନେ ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାରେ ସାମ୍ପ୍ରତିକ ଅଗ୍ରଗତି ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ଆହ୍ୱାନସମୂହ ଏବଂ ଆଗୁଆ ପଦକ୍ଷେପ ସୁଦୃଢ କରିବା ଉପାୟର ବିବିଧ ଦିଗ ସମ୍ପର୍କରେ ମତ ବିନିମୟ କରିଥିଲେ। ଆଲୋଚନାରେ ନିକଟରେ ତଟୀୟ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଥିବା ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥା, ଯୁବ ଓ ଲିଙ୍ଗଗତ ନେତୃତ୍ୱରେ ପରିଚାଳିତ ବିପର୍ଯ୍ୟୟ ଆପଦା ହ୍ରାସ ପ୍ରୟାସସମୂହ ଏବଂ ଆଗୁଆ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥା ସହିତ ଜୀବିକା ସୁରକ୍ଷାକୁ ସମନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ସମ୍ମିଳନୀ ବିକାଶଶୀଳ ରାଷ୍ଟ୍ରଗୁଡିକ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନକୁ ସୁଗମ କରିଥିଲା, ଯେଉଁଠାରେ ଶ୍ରୀଲଙ୍କା ଏବଂ ବାଂଲାଦେଶର ବିଶେଷଜ୍ଞମାନେ ଏହି କ୍ଷେତ୍ରରେ ସେମାନଙ୍କର ସର୍ବୋତ୍ତମ କାର୍ଯ୍ୟ ଉଦାହରଣଗୁଡିକ ସମ୍ପର୍କରେ ସୂଚନା ଦେବା ସହିତ ସହଭାଗୀତାକୁ ସୁଦୃଢ କରିବାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଦଳଗତ ଆଲୋଚନାକାରୀମାନେ ମଧ୍ୟ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏନ୍ ଇଣ୍ଡିଆ ପକ୍ଷରୁ ପ୍ରଶାସନ ସହିତ ମିଳିତ ଭାବରେ କରାଯାଇଥିବା କାର୍ଯ୍ୟ ନିରୀକ୍ଷଣ କରିବାକୁ ସମ୍ମିଳନୀ ପୂର୍ବରୁ ହୋଇଥିବା କ୍ଷେତ୍ର ଗସ୍ତ ସମ୍ପର୍କରେ ଉଲ୍ଲେଖ କରିଥିଲେ।  ୟର୍ଲି ୱାର୍ଣ୍ଣିଂ ଟୁ ୟର୍ଲି ଆକନ୍ସ ସମ୍ମିଳନୀ ଅଧିକରୁ ଅଧିକ ଜୀବନ ଓ ଜୀବିକା ସୁରକ୍ଷିତ ରଖିବା ସକାଶେ ସର୍ବୋତ୍ତମ କାର୍ଯ୍ୟ ଉଦାହରଣଗୁଡିକ ଲିପିବଦ୍ଧ କରିବା, ନବସୃଜନଗୁଡିକୁ ଚିହ୍ନଟ କରିବା ଏବଂ ପ୍ରଭାବୀ ନୀତି-ସ୍ତରୀୟ ଫଳାଫଳ ପ୍ରଦାନ ଲକ୍ଷ୍ୟ ରଖିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.