ଚେନ୍ନାଇ,୨୩/୦୬; ଜଣେ ବାଳକ, ତାଙ୍କ ବାପା ଜଣେ ପ୍ରସିଦ୍ଧ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସେ ପୁଅକୁ ଡାକ୍ତର କରିବକୁ ଚାହୁଁଥିଲେ, କିନ୍ତୁ ସେ ଜଣେ ଚଳଚ୍ଚିତ୍ର ନାୟକ ହେବାକୁ ଚାହୁଁଥିଲେ । ଯେତେବେଳେ ବାପା ତାଙ୍କୁ ଫିଲ୍ମ ଦୁନିଆରେ ପ୍ରବେଶ କରିବାକୁ ବାରଣ କଲେ, ସେ ଘରେ ଏକ ଚିଠି ଲେଖି ଛାଡିଗଲେ, ଯେଉଁଥିରେ ଲେଖାଥିଲା, "ମୋତେ ଖୋଜିବାକୁ ଚେଷ୍ଟା କରନାହିଁ ।" ଏହା ପରିବାରକୁ ଚିନ୍ତାରେ ପକାଇଥିଲା । ବହୁ ଖୋଜାଖୋଜି କରିବା ତାଙ୍କୁ ନିକଟସ୍ଥ ଏକ ଥିଏଟରରୁ ପାଇଥିରେ ପାରିବାର । ବାପାମା' ତାଙ୍କୁ ଘରକୁ ଆଣିଲେ ।

ଶେଷରେ, ତାଙ୍କ ବାପା ତାଙ୍କ ପୁଅର ଦୃଢ଼ ନିଷ୍ପତ୍ତି ଏବଂ ପ୍ରତିଭା ଆଗରେ ହାର ମାନିଗଲେ । ସେ ତାଙ୍କୁ ଚଳଚ୍ଚିତ୍ରରେ ପ୍ରବେଶ କରିବାକୁ ଅନୁମତି ଦେଲେ । ପ୍ରଥମ ଚଳଚ୍ଚିତ୍ର ଫ୍ଲପ୍ ହେଲା। ତାଙ୍କର ଲୁକ୍ ଏବଂ ଅଭିନୟକୁ ଉପହାସ କରାଯାଇଥିଲା, ତଥାପି ସେ ହାରମାନିନଥିଲେ । ଧୀରେ ଧୀରେ, ହିଟ୍, ସୁପରହିଟ୍ ଏବଂ ବ୍ଲକବଷ୍ଟରର ଫିଲ୍ମ ଭେଟି ଦେଇଥିଲେ । ତାଙ୍କର ଏକ ଧାରା ଆରମ୍ଭ ହେଲା, ଏବଂ ସେ ତାମିଲ ସିନେମାର ସୁପରଷ୍ଟାର ହୋଇଗଲେ । ଅଭିୟନ କ୍ୟାରିୟରର ଶୀର୍ଷରେ ପହଞ୍ଚିବା ପରେ ସେ ଅଭିନୟ ଛାଡି ରାଜନୀତିକୁ ବାଛିଲେ ବିଜୟ । ସେ ଏକ ଦଳ ଗଠନ କଲେ ଏବଂ ଦୁଇ ବର୍ଷ ପରେ ପ୍ରଥମ ବିଧାନସଭା ନିର୍ବାଚନରେ ​ ୧୦୮ ଆସନ ଜିତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେଲେ । ୫୯ବର୍ଷର ରାଜନୈତିକ ସମୀକରଣକୁ ବଦଳାଇ ଦେଲେ । ସେ ହେଉଛନ୍ତି ଥଲାପତି ବିଜୟ । ଯିଏକି ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ । ସିଏମ୍ ଭାବେ ପ୍ରଥମ ଜନ୍ମ ଦିନ ପାଳିଛନ୍ତି ଥଲାପତି ବିଜୟ । ୫୨ ବର୍ଷରେ ପାଦ ଥାପିଛନ୍ତି ବିଜୟ । ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ନେଇ ଅଭିନେତା କମଲ ହାସନଙ୍କ ଯାଏ ବିଜୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବିଜୟଙ୍କ ବ୍ୟକ୍ତିଗତ ଜୀବନ- ଥଲାପତି ବିଜୟ ତାଙ୍କର ଜଣ ଫ୍ୟାନ୍ସଙ୍କୁ ବିବାହ କରିଥିଲେ । ୧୯୯୬ରେ 'ପୂର୍ବ ଉନକ୍କାଗା' ଦେଖିବା ପରେ ଲଣ୍ଡନରେ ରହୁଥିବା ସଂଙ୍ଗୀତା ସ୍ୱର୍ଣ୍ଣଲିଙ୍ଗମ ବିଜୟଙ୍କ ବଡ଼ ଫ୍ୟାନ୍ ହୋଇଯାଇଥିଲେ । କେବଳ ତାଙ୍କୁ ଭେଟିବାକୁ ଚେନ୍ନାଇ ଚାଲିଆସିଥିଲେ । ବିଜୟଙ୍କୁ ସଂଙ୍ଗୀତା ପସନ୍ଦ ଆସିଥିଲେ । ତାଙ୍କ ପରିବାର ସହ ଭେଟ କରାଇଥିଲେ । ୧୯୯୯ ଅଗଷ୍ଟ ୨୫ରେ ଦୁହେଁ ବିବାହ କରିଥିଲେ । ତାଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ୨୦୨୬ରେ ସଂଙ୍ଗୀତା ଚେନ୍ନାଇର ଏକ କୋର୍ଟ ଛାଡପତ୍ର ଆବେଦନ କରିଥିଲେ । ସେ ଅଭିଯୋଗ ଆଣିଥିଲେ ବିଜୟଙ୍କ  ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ସମ୍ପର୍କ ଅଛି । ବର୍ତ୍ତମାନ ମାମଲା କୋର୍ଟରେ ରହିଛି । ବିଜୟଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିବା ପରେ ସାଉଥ୍ ଅଭିନେତ୍ରୀ ତ୍ରଷାଙ୍କ ନାମ ତାଙ୍କ ସହ ଯୋଡା ଯାଇଛି । ଦୁହେଁ ତାଙ୍କ ସମ୍ପର୍କକୁ ନେଇ କିଛି କହିନାହାନ୍ତି । ତ୍ରିଷା ବିଜୟଙ୍କ ଶପଥ ଗ୍ରହଣରେ ସାମିଲ ହୋଇଥିଲେ । ବିଧାନସଭା ନିର୍ବାଚନ ଫଳାଫଳ ଦିନ ବି ତାଙ୍କୁ ବିଜୟଙ୍କ ଘରେ ଦେଖିବାକୁ ମିଳିଥିଲା  ।

ଏହା ବି ପଢନ୍ତୁ...Maharashtra Politics: ମହାରାଷ୍ଟ୍ରରେ ଅପରେସନ୍ ଟାଇଗର୍‌ ଶେଷ...୨ ଫାଳ ଉଦ୍ଧବସେନା, ସିନ୍ଦେ ସେନାରେ ସାମିଲ ଉଦ୍ଧବଙ୍କ ୬ ସାଂସଦ

ତୃତୀୟ ଧନୀ ସିଏମ୍‌-  ସର୍ବାଧିକ ୨୦୦ କୋଟିରୁ ଅଧିକ ରୋଜଗାର ଫିଲ୍ମ ଦେଇଥିବା ଅଭିନେତା ହେଉଛନ୍ତି ବିଜୟ । ରଜନୀକାନ୍ତଙ୍କଠୁ ବି ବିଜୟଙ୍କ ସମ୍ପତ୍ତି ଅଧିକ । ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଟିଭିକେ ୧୦୮ ଆସନ ଜିତିଥିଲା । ୫୯ ବର୍ଷର ସରକାର ଡିଏମକେ ଏବଂ ଏଆଇଏଡିଏମକେର ଦବଦବାର ଅନ୍ତ ହୋଇଥିଲା । ମେ ୧୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜୟ । ୬୪୮ କୋଟି ବିଜୟଙ୍କ ଘୋଷିତ ସମ୍ପତ୍ତି ସହିତ ଭାରତର ସେ ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଧନୀ ସିଏମ୍ ତାଲିକାରେ ପ୍ରଥମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଥିବା ବେଳେ ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶ ସିଏମ୍ ଚନ୍ଦ୍ରବାବୁ ନାୟୁଡୁ ଅଛନ୍ତି ।

ବାପା ମାଆଙ୍କ ବିରୋଧରେ କେସ୍ କରିଥିଲେ ବିଜୟ- ୨୦୨୦ ନଭେମ୍ବରରେ ବିଜୟଙ୍କ ବାପା ଚନ୍ଦ୍ରଶେଖର ବିଜୟଙ୍କ ଅଧିକାରୀ ଫ୍ୟାନ କ୍ଲବ ବିଜୟ ମକ୍କଲ ଅଧ୍ୟକ୍କମକୁ ରାଜନୈତିକ ପାର୍ଟିରେ ବଦଳାଇବାକୁ ଚାହୁଁଥିଲେ । ଏହି ପାର୍ଟିର ନାମ ଅଲ୍ ଇଣ୍ଡିଆ ଥଲାପତି ବିଜୟ ମକ୍କଲ ଅଧ୍ୟକ୍କମ ରଖାଯାଇଥିଲା । ଯେଉଁଥିରେ ବାପା ଜେନେରାଲ ସେକ୍ରେଟାରୀ ଏବଂ ମା ଶୋଭା ଚନ୍ଦ୍ରଶେଖର କୋଷଧ୍ୟକ୍ଷ ଥିଲେ । ଏହି ପଦକ୍ଷେପ ବିଜୟ ବିନା ନିଆଯାଇଥିଲା । ୨୦୨୧ରେ ବିଜୟ ତାଙ୍କ ବାପା-ମାଆଙ୍କ ସମେତ ୧୧ ଜଣଙ୍କ ବିରୋଧରେ ଚେନ୍ନାଇ ସିଟି ସିଭିଲ କୋର୍ଟରେ ମାମଲା ଦାୟର କରିଥିଲେ ।