କଟକ,୧୭।୧୧ : ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବଢିଲା । ଅଧ ଘଣ୍ଟା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ବୃଦ୍ଧି କରାଯାଇଛି। ରାତି ୧୦ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।
ବାଲିଯାତ୍ରା କଟକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନ ଉପୁଜିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ। ତଦନୁଯାୟୀ କଟକ ଜିଲ୍ଲାପାଳ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଆଉ ଅଧ ଘଣ୍ଟା ଅଧିକ ସମୟ ଡାକଵାଜି ଯନ୍ତ୍ର ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ସମୟ ସୀମା ୧୦ଟା ଯାଏଁ ଥିଲା ବର୍ତ୍ତମାନ ୧୦ଟା ୩୦ ଡାକଵାଜି ଯନ୍ତ୍ର ବ୍ୟବହାର କରିହେବ ।