ବାଲିଗୁଡ଼ା, ୨୧/୧୨ : ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍। ବାଲିଗୁଡା ଥାନା ନିକଟରେ ଥିବା ଗଳିରେ ପାର୍କିଂ ହୋଇଥିବା କ୍ରିଷ୍ଣା ନାମକ ଏକ ଘରୋଇ ବସ୍‌ରେ ନିଆଁ ଲାଗିଯାଇଛି। ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ, କ୍ରିଷ୍ଣା ନାମକ ଏକ ଘରୋଇ ବସ୍‌ ବାଲିଗୁଡା ଥାନା ପାଖ ଗଳିରେ ସବୁଦିନ ଭଳି ପାର୍କିଂ ହୋଇଥିଲା। ଆଜି ହଠାତ୍ ବସ୍‌ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗି ବସ୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଛି। ତେବେ ବସ୍‌ଟି କୋଟଗଡ଼ରୁ ଦାରିଙ୍ଗିବାଡ଼ି ଯାଉଥିବା ବେଳେ ୩ ମାସ ହେବ ଅଫ୍ ରୋଡ୍‌ରେ ରହିଥିବା ଗାଡି ମାଲିକ ଟୁକୁନା ଡାକୁଆ କହିଛନ୍ତି।