ଚେନ୍ନାଇ ୨୨/୦୧: ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ଦମ୍ପତିଙ୍କୁ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କହିଛନ୍ତି ଯେ, ଲିଭ୍‌-ଇନ୍‌ ସଂପର୍କରେ ରହୁଥିବା ମହିଳାଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପତ୍ନୀର ମାନ୍ୟତା ମିଳିବା ଆବଶ୍ୟକ ।

​​​​​​​

ଆହୁରି ପଢନ୍ତୁ...ବିଜେପି ଉପରେ ପଡ଼ିବ କି ପ୍ରଭାବ ? ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏକାଠି ହେଲେ ଆପ୍- କଂଗ୍ରେସ

ଜଣେ ଅଭିଯୁକ୍ତଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରି ଜଷ୍ଟିସ୍‌ ଏସ୍‌ ଶ୍ରୀମତୀ ଏହି ଟିପ୍ପଣୀ ଦେଇଥିଲେ । ବ୍ୟକ୍ତିଜଣକ ପୀଡିତାଙ୍କ ସହ ପ୍ରଥମେ ଲିଭ୍‌ଇନ୍‌ରେ ରହିଥିଲେ । ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ପୁରୁଷ ଆଧୁନିକ ହୋଇ ଲିଭ-ଇନ୍‌ ରିଲେସନ୍‌ସିପ୍‌ରେ ରହୁଛନ୍ତି । ପରେ ସଂପର୍କ ଖରାପ ହୋଇଗଲେ ମହିଳାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଉଛନ୍ତି । ଆଇନରେ ଲିଭ-ଇନକୁ ନେଇ କୌଣସି ନିୟମ ନଥିବାରୁ ସେମାନେ ଏପରି କରିପାରୁଛନ୍ତି । ଏପରିସ୍ଥଳେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅନୁସାରେ ତାଙ୍କ ବିରୋଧରେ ମକଦ୍ଦମା ଚଳାଇହେବ ବୋଲି ଜଷ୍ଟିସ୍‌ ଶ୍ରୀମତୀ କହିଥିଲେ ।