ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ହାତ ପତାଇଲା ପାକିସ୍ତାନ୍: ୪୧,୦୦୦ କୋଟି ଋଣ ନେବ ପାକ୍, ୪ ବଡ଼ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା

Published By : Prameya | May 22, 2025 1:32 PM

ନୂଆଦିଲ୍ଲୀ,୨୨/୦୫: ଭୁଷୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କ୍‌ଗୁଡ଼ିକରୁ ୪.୯ ବିଲିୟନ  ଡଲାର(ପାଖାପାଖି ୪୧,୦୦୦ କୋଟି ଟଙ୍କା)ର ଋଣ ନେବାକୁ ଯୋଜନା କରୁଛି । ଚଳିତ ମାସ  ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ରୁ ୧  ବିଲିୟନ ଡଲାର(୧୨,୦୦୦ କୋଟି ଟଙ୍କା)ର  ଋଣ ମଞ୍ଜୁର ବାଦ୍‌ ଏହି ଋଣ ନେବାକୁ ଯୋଜନା  କରିଛି ପାକ୍‌ । 

ଏହି ଋଣ ରାଶିର ବ୍ୟବହାର ବିତ୍ତୀୟ ଆବଶ୍ୟକତାକୁ ପୂରଣ କରିବା ଏବଂ ବିଦେଶୀ  ମୁଦ୍ରା ଭଣ୍ଡାରକୁ ବଢ଼ାଇବା ପାଇଁ ନିଆଯିବ । ଋଣ ପାଇଁ ପାକିସ୍ତାନ ୪ ବଡ଼ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କଗୁଡ଼ିକ  ସହ ଆଲୋଚନ କରୁଛି । ପାକିସ୍ତାନ ଚୀନ୍‌ର ଆଇସିବିସି ବ୍ୟାଙ୍କ୍‌ରୁ ୧.୧  ବିଲିୟନ ଡଲାର ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ଏବଂ  ଦୁବାଇ ଇସ୍‌ଲାମିକ୍‌ ବ୍ୟାଙ୍କରୁ ୫୦ କୋଟି ଡଲାର  ଲେଖାଏଁ ଋଣ ପାଇଁ କଥାବାର୍ତ୍ତା କରୁଛି । 

ଏହାସହିତ ଏସିଆନ୍‌ ଡେଭଲପ୍‌ମେଣ୍ଟ  ବ୍ୟାଙ୍କ(ଏଡିବି)ରୁ ବି ୫୦ କୋଟି ଡଲାର ପାଇଁ  ଗ୍ୟାରେଣ୍ଟି ମାଗୁଛି ପାକିସ୍ତାନ । ୨୦୨୪-୨୫ ଆର୍ଥିକବର୍ଷ ପାଇଁ ପାକ୍‌ ଏହାର ଆର୍ଥିକ ବିକାଶ  ଲକ୍ଷ ୩.୬% ରଖିଥିଲା । କିନ୍ତୁ ବିକାଶ ହାର  ୨.୬୮% ହିଁ ରହିପାରିଛି ।  

ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ,  ସେଠାକାର ସରକାର ୨.୬୪ ବିଲିୟନ  ଡଲାର(୨୨,୦୦୦ କୋଟି ଟଙ୍କା)ର ସ୍ୱଳ୍ପମିଆଦୀ  ଋଣ ନେବେ, ଯାହା ଉପରେ ୭ରୁ୮% ସୁଧ  ଦେବାକୁ ପଡ଼ିବ । ଏହାବ୍ୟତୀତ ସରକାର ୨.୨୭  ବିଲିୟନ ଡଲାର(୧୮,୯୦୦ କୋଟି ଟଙ୍କା)ର ଦୀର୍ଘମିଆଦୀ ଋଣ ନେବାକୁ ଯୋଜନା କରିଛି । 

 ଏହାପୂର୍ବରୁ ଆଇଏମ୍‌ଏଫ୍‌ ପହଲ୍‌ଗାମ  ଆତଙ୍କବାଦ ହମ୍‌ଲା ପରେ ଭାରତ-ପାକିସ୍ତାନ  ମଧ୍ୟରେ ବଢ଼ିଥିବା ବିବାଦକୁ ବେଲ୍‌ଆଉଟ୍‌  ପ୍ରୋଗ୍ରାମ ପାଇଁ ବିପଦ ବୋଲି ଦର୍ଶାଇଥିଲା । ଏହାସହିତ ପରବର୍ତ୍ତୀ କିସ୍ତି ଋଣ ରାଶି ଜାରି  କରିବା ପାଇଁ ପାକିସ୍ତାନ ଉପରେ ୧୧ ନୂଆ ସର୍ତ୍ତ  ଲଗାଇଥିଲା । ଏବେ ଋଣ ପାଇଁ ପାକିସ୍ତାନ ଉପରେ  ମୋଟ ସର୍ତ୍ତ ୫୦ରେ ପହଞ୍ଚିଛି ।  

ବେଲ୍‌ଆଉଟ୍‌ ପ୍ରୋଗ୍ରାମର ପ୍ରଥମ ସମୀକ୍ଷା  ବୈଠକରେ ଆଇଏମ୍‌ଏଫ୍‌ କହିଥିଲା ଯେ, ଯଦି  ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼େ ତେବେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍‌ ଋଣ  କ୍ଷେତ୍ରରେ ଚାପ ପାଲଟିପାରେ । ଋଣ ରାଶିକୁ  ଏହି ଦେଶ ଦୁରୂପଯୋଗ କରିପାରେ ବୋଲି ଆଇଏମ୍‌ଏଫ୍‌ ଆଶଙ୍କା କରୁଛି । ଋଣ ଟଙ୍କାରେ  ପାକିସ୍ତାନ ଏହାର ପ୍ରତିରକ୍ଷା ବଜେଟ୍‌ ବଢ଼ାଇବାକୁ  ଚାହେଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.