ନୂଆଦିଲ୍ଲୀ,୨୨।୫: ଚୀନ୍ ଖୁବ୍ ଶୀଘ୍ର ନିଜର ଆଡଭାନ୍ସଡ ଡ୍ରୋନ୍ ‘ମଦରସିପ୍’ ଜିୟୁ ଟିୟାନ ଲଞ୍ଚ କରିବାକୁ ଯାଉଛି। ସରକାର ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଡ୍ରୋନ୍ ଜୁନ୍ ଶେଷ ପର୍ଯ୍ୟନ୍ତ ନିଜର ମିଶନ୍ ଫ୍ଲାଇଟ୍ରେ ରଖିବାକୁ ହେବ। ଏହି ମିଶନ୍ ସହ ଚୀନ୍ ଲମ୍ବା ଦୂରଗାମୀ ମାନବ ବିହୀନ ଉଡାଣ କ୍ଷମତା ବୃଦ୍ଧି କରିବାକୁ ଯାଉଛି। ତା ପୂର୍ବରୁ କିନ୍ତୁ ଭାରତ ନିଜର ସୁରକ୍ଷା ପ୍ରସ୍ତୁତିରେ କଡା ବାର୍ତ୍ତା ଦେଇ ‘ଭାର୍ଗବାସ୍ତ୍ର’ ନାମକ ନୂଆ କାଉଣ୍ଟର ଡ୍ରୋନ୍ ପ୍ରଣାଳିର ସଫଳ ପରୀକ୍ଷଣ କରିଥିଲା।
ଚୀନ୍ ସରକାରୀ ମିଡିଆର କହିବା ଅନୁସାରେ, ଏହି ମାନବ ବିହୀନ ବିମାନ ନିଜର ପ୍ରଥମ ମିସନ୍ ଫ୍ଳାଇଟ୍ ଜୁନ୍ ଶେଷ ପର୍ଯ୍ୟନ୍ତ ପୂରଣ କରିବ। ‘ଜିୟୁ ଟିୟାନ’ର ଅର୍ଥ ‘ଉଚ୍ଚ ଆକାଶ’ ଓ ଏହାକୁ ଶାକ୍ସି ଅନମ୍ୟାନ୍ଡ୍ ଇକ୍ବିପମେଣ୍ଟ ଟେକ୍ନୋଲୋଜି ଦ୍ବାରା ବିକଶିତ କରାଯାଇଛି। ଏହି ୟୁଏଭି ନଭେମ୍ବର ୨୦୨୪ ରେ ଝୁହାଇ ଏୟାର ଶୋ’ରେ ପ୍ରଥମ ଥର ପ୍ରଦର୍ଶିତ ହୋଇଥିଲା।
ଏହାର ରେଞ୍ଜ ୭୦୦୦ କିଲୋମିଟର ରହିଛି। ଏହାର ଉଡାଣ ଉଚ୍ଚତା ୧୫୦୦୦ ମିଟର ରହିଛି। ଅଧିକାଂଶ ଟେକ୍-ଅଫ୍ ଓଜନ ୧୬୦୦୦ କିଲୋଗ୍ରାମ୍ ରହିଛି। ପେଲୋଡ୍ କ୍ଷମତା ୬୦୦୦ କିଲୋଗ୍ରାମ୍ ରହିଛି। ଏହା ଏକାଠି ୧୦୦ ଡ୍ରୋନ୍ ଲଞ୍ଚ କରିବାର କ୍ଷମତା ରଖିଥାଏ। ଏହା କ୍ରୁଜ ଓ ପିଏଲ୍-୧୨ଇ ଏୟାର-ଟୁ-ଏୟାର ମିସାଇଲରେ ସଜ୍ଜିତ ଏହି ୟୁଏଭିର ସବୁଠାରୁ ଖାସ୍ କଥା ଏହା ଯେ, ମିଶନ୍ ଅନୁସାରେ, ଦ୍ରୁତ ଗତିରେ ବଦଳାଇ ହେବ। ତାହା ସୀମା ସୁରକ୍ଷା, ସମୁଦ୍ର ଉପରେ ନଜର ରଖିବା କିମ୍ବା ଏମର୍ଜନ୍ସିଂ ରେସଜ୍ୟୁ କିମ୍ବା ସାମରିକ ଅପରେସନ୍ ହେଉ। ଚୀନ୍ର ଏହି ପ୍ରସ୍ତୁତି ଭିତରେ ଭାରତ ମଧ୍ୟ ନିଜର ନୂଆ କାଉଣ୍ଟର ଡ୍ରୋନ୍ ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରି ଜବାବ୍ ଦେଇଛି। ଏହି ପରୀକ୍ଷଣ ଓଡିଶାର ଗୋପାଳପୁରରେ ଗତ ସପ୍ତାହରେ ହୋଇଥିଲା।
‘ଭାର୍ଗବାସ୍ତ୍ର’ ଭାରତର ସ୍ବଦେଶୀ ବିକଶିତ ଏକ ବହୁସ୍ତରୀୟ କାଉଣ୍ଟର ଡ୍ରୋନ୍ ପ୍ରଣାଣୀ, ଯାହାକୁ ବିଶେଷ ଭାବରେ ଛୋଟ ଓ କମ ଉଚ୍ଚତାରେ ଉଡୁଥିବା ଡ୍ରୋନ୍କୁ ମାରିବାକୁ ଡିଜାଇନ୍ କରାଯାଇଛି। ଏହି କାଉଣ୍ଟର ଡୋନ୍ ପ୍ରଣାଳୀ ୬ରୁ ୧୦ କିଲୋମିଟର ଦୂରରେ ଡ୍ରୋନ୍କୁ ଆଟାକ୍ କରିପାରେ। ଏହାକୁ ଇଲୋକ୍ଟେ୍ରାନିକ୍ସ ଜେମିଂ କିମ୍ବା ହାର୍ଡ କିଲ୍ ଟେକ୍ନୋଲୋଜିରୁ ନିଷ୍କ୍ରିୟ କରାଯାଇପାରେ। ଏଥିରେ ଏଆଇ ଆଧାରିତ ଟ୍ରାକିଂ, ଆରଏଫ୍ ରିସିଭର, ଲେଜର ଡିଟେକ୍ସନ୍ ଓ ଇଣ୍ଟରସ୍ପେଶନ୍ ସିଷ୍ଟମ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ରହିଛି। ଭାରତର ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ ଦ୍ବାରା ବିକଶିତ ଏହି ପ୍ରଣାଳୀ ସୀମାବର୍ତ୍ତୀ କ୍ଷେତ୍ରରେ ଦ୍ରୁତ ଗତିରେ ମୁତୟନ କରାଯିବା ପାଇଁ ଉପଯୁକ୍ତ ବୋଲି ମନେ କରାଯାଉଛି।