ପ୍ରମୂଖ ଖବର
  • ଅନୁଗୁଳ : ଜମିବାଡ଼ି ଭାଗ କରିବା ପାଇଁ ମାଗୁଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବରିଷ୍ଠ କିରାଣୀ
  • ||
  • କନ୍ଧମାଳ : ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ଆଖି ବୁଜିଲା ବାପା, ପୋଲିସ ଆଗରେ ସତ ବଖାଣିଲା ଅଭିଯୁକ୍ତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ପ୍ରଶ୍ନକାଳ ସ୍ବାଭାବିକ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ମନ୍ତ୍ରୀ
  • ||
  • ମୁକୁନ୍ଦପୁର ଘାଟିରେ ବସ୍‌ ଓଲଟିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
  • ||
  • ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ଜବତ ମାମଲା: ୮ ପୁଲିସଙ୍କ ମୋବାଇଲ ଜବତ, ୮ ଅଧିକାରୀଙ୍କ ବୟାନ ବି ରେକର୍ଡ
  • ||
  • ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ
  • ||
  • ରାଜଧାନୀରୁ ଗୋରୁ ଭର୍ତ୍ତି ପିକଅପ୍ ଗାଡ଼ି ଜବତ, ରାସ୍ତା ଉପରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
  • ||
  • ଆଇପିଏଲ୍ ୨୦୨୫: ଆଜି ସୁପରକିଙ୍ଗ୍‌ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ଲଢ଼େଇ, ସ୍ପିନରଙ୍କୁ ସୁହାଇବ ଚିପକ୍‌ ପିଚ୍‌
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୩ ଆମ୍ବୁଲାନ୍ସ କର୍ମଚାରୀ
  • ||
  • ବାଲେଶ୍ୱର : ମର୍ଣ୍ଣିଙ୍ଗ୍ ୱାକ୍‌ କରିବା ବେଳେ ଅଘଟଣ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ଆସନ୍ତା ତିନି ଦିନ ନିଆଁ ବର୍ଷା: ୪୦ ଡିଗ୍ରୀ ଡେଇଁଲା ୮ ସହର ପାରଦ, ଆଜି ୪୨, କାଲି ୪୩ ଛୁଇଁବ ତାପମାତ୍ରା
  • ||

ସର୍ବଗୁଣସଂପନ୍ନା ଅପୁର୍ବମଣି; ପନିପରିବା, ଫଳ ଓ ମାଛ ଚାଷ କରି ହୋଇଛନ୍ତି ସ୍ୱାବଲମ୍ବୀ

Published By : prameya | March 8, 2025 2:51 PM

 ଭୁବନେଶ୍ବ,୦୮/୦୩: ନାରୀ ସ୍ରଷ୍ଟାଙ୍କର ଏକ ଚମତ୍କାର ସୃଷ୍ଟି । ତାଙ୍କର ଏକ ଅବର୍ଣ୍ଣନୀୟ ସୃଜନଶୀଳତା । ନାରୀ ବିନା ସୃଷ୍ଟିର ପ୍ରତିଟି ଦିଗ ଯେପରି ଅସମ୍ପୂର୍ଣ୍ଣ ।  ନାରୀ କେବେ ମା'ର ପଣତ କାନି ତ କେବେ ଭାଇ ହାତର ରାକ୍ଷୀ ।  ସେହିପରି ଆଣେ ଜଣେ ନାରୀଙ୍କ କଥା କହୁଛୁ ଯିଏ ଜାତୀୟ ଖେଳାଳିରୁ ପାଲଟିଛନ୍ତି ସଫଳ ଚାଷୀ । ଦିନେ ମାଟିରେ  ଲଟପଟ ହୋଇ ଜାତୀୟ ସ୍ତରୀୟ କବାଡ଼ିରେ ଓଡ଼ିଶା  ପାଇଁ ଗୌରବ ଆଣୁଥିଲେ । ଆଜି ସେହି ମାଟିରେ  ଲଟପଟ ହୋଇ କୃଷି କ୍ଷେତ୍ରରେ ଆଣିଛନ୍ତି ବିପ୍ଲବ ।  ସ୍ୱାମୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଗେଇ  ନେଇଛନ୍ତି ନିଜର ଅନନ୍ୟ କୃଷି ସଂସାର । ଓଡ଼ିଶାର  ଜଣେ ପ୍ରତିଭାବାନ୍‌ କବାଡ଼ି ତାରକା ଭାବେ ପରିଚୟ  ହାସଲ କରିଥିବା ଆଠଗଡ଼ ଇଚ୍ଛାପୁର ଗ୍ରାମର  ଅପୂର୍ବମଣି ରାଉତଙ୍କ ନାଁ ପଛରେ ଏବେ ଯୋଡ଼ି  ହୋଇଯାଇଛି ଜଣେ ସଫଳ ଚାଷୀର ପରିଚୟ ।  

ଅପୂର୍ବମଣିଙ୍କ ଘରେ କବାଡ଼ି ଖେଳରେ ସେ ଜିତିଥିବା  ଟ୍ରଫି ସହ ଏବେ ଶୋଭା ପାଉଛି ଜିଲ୍ଲା ପ୍ରଶାସନ  ଦେଇଥିବା ସଫଳ ଚାଷୀର ମାନପତ୍ର । ସାରା ବିଶ୍ୱ  ଶନିବାର ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ  କରୁଥିବା ବେଳେ ଆଠଗଡ଼ର ସର୍ବଗୁଣସଂପନ୍ନା  ଅପୂର୍ବମଣି ସାରା ସମାଜ ପାଇଁ ସାଜିଛନ୍ତି ପ୍ରେରଣା ।  ଭୁବନେଶ୍ୱରର ମଣିଚରଣ ରାଉତ ଓ  ଜାନକୀ ରାଉତଙ୍କ କନ୍ୟା ଅପୂର୍ବମଣିଙ୍କର  ଛୋଟବେଳୁ ଖେଳକୁଦ ପ୍ରତି ଥିଲା ଆଗ୍ରହ ।  ବରମୁଣ୍ଡା ସିଆର୍‌ପିଏଫ୍‌ ସ୍କୁଲ୍‌ରେ ପାଠ ପଢୁଥିବା  ବେଳେ କବାଡ଼ି ଖେଳିବା ଆରମ୍ଭ କରିଥିଲେ ।  ୨୦୦୯ ମସିହାରେ କିଶୋର କ୍ଲବ୍‌ରୁ କବାଡ଼ି  ପ୍ରତିଯୋଗିତାରେ ଓହ୍ଲାଇବା ପରେ ଖୋର୍ଦ୍ଧା  ଜିଲ୍ଲା ଦଳକୁ ପ୍ରତିନିଧିତ୍ୱ କରିବାର ସୁଯୋଗ  ପାଇଥିଲେ । ପ୍ରଦର୍ଶନ ଭିତ୍ତିରେ ସେହି ବର୍ଷ  ଜାତୀୟ ସବ୍‌ଜୁନିୟର କବାଡ଼ି ଚାମ୍ପିଅନ୍‌ସିପ୍‌କୁ  ଯାଇଥିଲେ । ସେବେଠାରୁ କବାଡ଼ିରେ ଆଗକୁ  ଆଗକୁ ମାଡ଼ି ଚାଲିଥିଲେ ଅପୂର୍ବମଣି । ଜୁନିୟର  ଓ ସିନିୟର ବର୍ଗରେ ଓଡ଼ିଶା ଦଳକୁ ପ୍ରତିନିଧିତ୍ୱ  କରିବା ସହିତ ଲଗାତାର ୪ ବର୍ଷ ସର୍ବଭାରତୀୟ  ବିଶ୍ୱବିଦ୍ୟାଳୟ ସ୍ତରୀୟ କବାଡ଼ି ପ୍ରତିଯୋଗିତାରେ  ସାମିଲ ହେବାର ସୁଯୋଗ ପାଇଥିଲେ । ଶାରୀରିକ  ଶିକ୍ଷା ପାଠ୍ୟକ୍ରମରେ ମାଷ୍ଟର୍‌ ଡିଗ୍ରୀ କରିବା ପରେ  ତିଗିରିଆ ପିଇଟି କଲେଜରେ ତାଙ୍କୁ ନିଯୁକ୍ତି ମଧ୍ୟ  ମିଳିଗଲା ।

 ୨୦୧୮ ମସିହାରେ କବାଡ଼ି ଖେଳାଳି  ଅସିତ ପ୍ରଧାନଙ୍କ ସହ ତାଙ୍କର ବିବାହ ହୋଇଥିଲା ।  ଅସିତ ଏକ ଘରୋଇ କମ୍ପାନୀରେ ଚାକିରି ଛାଡ଼ି  ଗାଁରେ ଚାଷ କାର୍ଯ୍ୟ ନୂଆ ନୂଆ ଆରମ୍ଭ କରୁଥାନ୍ତି ।  ବାହାଘରର ୬ ମାସ ଭିତରେ ଅପୂର୍ବମଣି ଚାକିରି  ସହିତ ସ୍ୱାମୀଙ୍କ ବୃତ୍ତିରେ ନିଜକୁ ସାମିଲ୍‌ କରିଥିଲେ ।  କଲେଜ ସମୟ ବାଦ୍‌ ସେ ଚାଷ କାର୍ଯ୍ୟ ସଂପର୍କିତ  ବୈଷୟିକ ଶିକ୍ଷା ହାସଲ କରିଥିଲେ । ଫଳରେ  ସ୍ୱାମୀଙ୍କ ସହ ମିଶି ସେ ବୈଷୟିକ ଜ୍ଞାନକୌଶଳର  ସହାୟତାରେ ବେଶ୍‌ କମ୍‌ ଦିନରେ କୃଷି କ୍ଷେତ୍ରରେ  ଆଖିଦୃଶିଆ ପରିବର୍ତ୍ତନ ଆଣିପାରିଛନ୍ତି ।  ଆଠଗଡ଼ ଇଚ୍ଛାପୁରରେ ଅସିତଙ୍କର ପ୍ରାୟ  ୫ ଏକରରୁ ଅଧିକ ଜମି ରହିଛି । ଏଠାରେ ଧାନ  ଚାଷ ସହିତ ବର୍ଷ ତମାମ୍‌ ପର୍ଯ୍ୟାୟ କ୍ରମେ ବହୁ  ପନିପରିବା ଚାଷ କରାଯାଏ । ବିନ୍‌, କାକୁଡି,  ବାଇଗଣ, କୋବି ଭଳି ବହୁ ପନିପରିବା ଚାଷ  କରି ବଜାରକୁ ଚାଲାଣ କରନ୍ତି ଅପୂର୍ବମଣି ।  କୁକୁଡ଼ା ଓ ଧଳା ଘୁଷୁରୀ ଫାର୍ମ ବି ରହିଛି । ଦୁଇଟି  ପୋଖରୀରେ ମାଛଚାଷ ବି କରୁଛନ୍ତି । ଏ ସବୁ ଚାଷ  କାର୍ଯ୍ୟ ପାଇଁ ପ୍ରାୟ ୧୦ ଜଣ ଲୋକଙ୍କୁ ବି ନିଯୁକ୍ତି  ଦେଇଛନ୍ତି ଅପୂର୍ବମଣି । ଏହାସହ ସବୁ ଚାଷକୁ  ନିଜେ ବୁଝାଶୁଝା କରନ୍ତି । 

ଉତ୍ପାଦନ ଠାରୁ ଆରମ୍ଭ  କରି ବଜାରକୁ ଯିବା ଯାଏ ସବୁକିଛିର ହିସାବ  କିତାବ ରଖିବା ସହ ଚାଷ ଜମିରେ ବି ଝାଳବୁହା  ପରିଶ୍ରମ କରନ୍ତି । ଘର କାମ, ଚାଷ କାର୍ଯ୍ୟ ସହିତ  ଚାକିରିକୁ ସମାନ୍ତରାଳ ଭାବେ ତୁଲାଇ ନିଜକୁ ଜଣେ  ସର୍ବଗୁଣସଂପନ୍ନା ବୋହୂ ଭାବେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଏ ସମ୍ପର୍କରେ ଅପୂର୍ବମଣି କହନ୍ତି,  ସ୍ୱାମୀଙ୍କ ସହ ଚାଷ କାମ କରିବାକୁ ମୋତେ କେହି  ବାଧ୍ୟ କରନ୍ତି ନାହିଁ । ନିଜକୁ ସେ କ୍ଷେତ୍ରରେ ଯୋଗ୍ୟ  ଭାବି ମୁଁ ତାଙ୍କ ସହ ଚାଷଜମିକୁ ଓହ୍ଲାଇଛି । ମୁଁ  କିଛି ଦାୟିତ୍ୱ ନେଇପାରିଲେ ସ୍ୱାମୀ ଆଉ ନୂଆ  କିଛି କରିବାର ସାହସ ଜୁଟାଇ ପାରୁଛନ୍ତି । ମହିଳା  ଭାବେ ନିଜକୁ ମୁଁ କେବେ ଦୁର୍ବଳ ଭାବିନି ବୋଲି  ପ୍ରକାଶ କରିଛନ୍ତି ଅପୂର୍ବମଣି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.