ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଏବେ ବିବ୍ରତ

Published By : Gurupada Nath | July 10, 2025 11:25 PM

ଭୁବନେଶ୍ୱର, ୧୦/୭ : ବିଶ୍ୱରେ ବର୍ତ୍ତମାନ ସଂକଟ ସୃଷ୍ଟି କରିଥିବା ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପନର ପ୍ରଭାବକୁ ନେଇ ୮ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୀତିଜ୍ଞମାନେ ଚିନ୍ତାପ୍ରକଟ କରିବା ସହ ପରିବେଶକୁ ବଂଚାଇବା ନିମନ୍ତେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଛନ୍ତି । ଏହି ବିପଦ ଏବେ ଆମ ଦ୍ୱାରଦେଶରେ । ଏହା ମାନବ ସମାଜ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ - ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ଶ୍ରୀ ପୁଜୋଲ । 

ଶ୍ରୀ ପୁଜୋଲଙ୍କ ସମେତ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ପ୍ରତିନିଧିମାନଙ୍କ ମଧ୍ୟରେ ଉରୁଗୁୟେର ରାଷ୍ଟ୍ରଦୂତ ଆଲବର୍ଟୋ ଗୁଆନି, ପେରୁର ରାଷ୍ଟ୍ରଦୂତ ଜାଭିୟର ପଲିନିଚ, ଏକୁଏଡରର ରାଷ୍ଟ୍ରଦୂତ ଫର୍ଣ୍ଣାଣ୍ଡୋ  ବୁଚେଲି, ଗୁଏଟେମାଲାର ରାଷ୍ଟ୍ରଦୂତ ଓମାର କାଷ୍ଟାନେଡା ସୋଲାରେସ, ଇଟାଲୀର ରାଷ୍ଟ୍ରଦୂତ ଆନ୍‌ଟୋନିଓ ବାର୍ଟୋଲି ସିଚେଲସର ହାଇକମିସନର ଲାଲାଟିଆନା ଆକୋଚେ ଓ ଗାୟାନା ହାଇକମିଶନଙ୍କ ପ୍ରତିନିଧି କେଶଭ ତିୱାରୀ । ଏହି କାର୍ଯ୍ୟକ୍ରମରେ ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ନିଜର ଅଭିଭାଷଣ ରଖିଥିବାବେଳେ ସୋଆ କୁଳପତି ଦାୟିତ୍ୱରେ ଥିବା ଉପକୁଳପତି ପ୍ରଫେସର ନୀତା ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜୀତ ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । 

ଏହି ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲଜି (ଆଇଆଇଟିଏମ୍‌), ଇସ୍ରୋ ଏବଂ ଆଇଆଇଟି ଭଳି ଭାରତର ଶ୍ରେଷ୍ଠ ଅନୁଷ୍ଠାନ ଗୁଡ଼ିକରୁ ୧୭ଜଣ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ୍ ଓ ବିଶେଷଜ୍ଞ ଯୋଗ ଦେଇ ବିଭିନ୍ନ ପର୍ଯ୍ୟାୟରେ ଜଳବାୟୁ ପରିବର୍ତନ ପ୍ରସଙ୍ଗରେ ବକ୍ତବ୍ୟ ରଖିବେ ବୋଲି ବିଶିଷ୍ଟ ପରିବେଶବିତ୍ ତଥା ସୋଆର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି ନିଜ ଅଭିଭାଷଣରେ କହିଥିଲେ । ସିଚେଲସର ହାଇକମିସନର ଶ୍ରୀମତି ଆକୋଚେ ନିଜ ବକ୍ତବ୍ୟରେ କହିଥିଲେ ଯେ ତାଙ୍କ ଦେଶ ଆଫ୍ରିକାର ଏକ ଛୋଟ ଦ୍ୱୀପ ଦେଶ ହୋଇଥିବା ବେଳେ ଏହା ଜଳବାୟୁ ପରିବର୍ତନର ଗଭୀର ପ୍ରଭାବ ଅନୁଭବ କରୁଛି । ସମୂଦ୍ର ପତନ ବୃଦ୍ଧି, ଉପକୂଳ କ୍ଷୟ ଏବଂ ପାଣିପାଗର ବିପର୍ଯ୍ୟୟ ସ୍ଥିତି ଯୋଗୁଁ ଏହା ଦେଶର ଅର୍ଥନୀତି ବିଶେଷ କରି ପର୍ଯ୍ୟଟନ ଓ ପ୍ରାକୃତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଉଛି ବୋଲି ଶ୍ରୀମତି ଆକୋଚେ କହିଛନ୍ତି ।

ଯଦିଓ ସିଚେଲସର ବିଶ୍ୱରେ ଉଦ୍ଭବ ହୋଇଥିବା ଏହି ସମସ୍ୟାରେ କୌଣସି ଭାଗିଦାରୀ ନାହିଁ ତଥାପି ଏହାର ପ୍ରଭାବ ଯୋଗୁଁ ଏହା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବୋଲି ସେ କହିଛନ୍ତି । ଶ୍ରୀମତି ଆକୋଚେଙ୍କ ମତ ସହ ସ୍ୱର ମିଳାଇ ଶ୍ରୀ ତିୱାରୀ କହିଥିଲେ ଯେ ଯେଉଁ ଦେଶମାନେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କୌଣସି ସମସ୍ୟା ସୃଷ୍ଟି କରୁ ନାହାନ୍ତି ସେହିମାନେ ହିଁ ସବୁଠାରୁ ବେଶୀ ପ୍ରଭାବିତ ହେଉଛନ୍ତି । ମାତ୍ର ୮ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ଦେଶ ଗାୟେନା ପରିବେଶକୁ ସୁରକ୍ଷା ଦେବା ନିମନ୍ତେ ସ୍ୱତନ୍ତ୍ର ନୀତି ଅବଲମ୍ବନ କରିବାର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏହି ଦେଶକୁ ଗ୍ରୀନ ସୁପର ପାୱାର ଭାବେ ପରିଗଣିତ କରାଯାଉଥିବା ସେ କହିଥିଲେ । ଶ୍ରୀ ମହାପାତ୍ର କହିଥିଲେ ଯେ ମଣିଷର ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ନିର୍ଗତ ଗ୍ରୀନ୍ ହାଉସ ଗ୍ୟାସ ହିଁ ବର୍ତ୍ତମାନର ପରସ୍ଥିତି ପାଇଁ ଦାୟୀ ଏବଂ ଏହାର ପ୍ରଭାବରେ ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟା ସୃଷ୍ଟି ହେଉଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି । ଉଚ୍ଚ ତାପମାତ୍ରା ଯୋଗୁଁ ୬ ରୁ ୧୦ ପ୍ରତିଶତ କୃଷି ଉତ୍ପାଦନ ହ୍ରାସ ପାଉଛି ।   ସେହିପରି ଏହାର ପ୍ରଭାବରେ ମତ୍ସ୍ୟଚାଷ ପ୍ରଭାବିତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଂଚଳ ଗୁଡ଼ିକରେ ଆଗୁଆ ବିପଦ ସୂଚନା ଦେବା ବ୍ୟବସ୍ଥାର ଆବଶ୍ୟକତା ଥିବା ଶ୍ରୀ ମହାପାତ୍ର କହିଥିଲେ । 

ଶ୍ରୀ ପୁଜୋଲ କହିଥିଲେ ଯେ ମାନବକୃତ କାର୍ଯ୍ୟଗୁଡ଼ିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଉଥିବା ବେଳେ ଏହା ଯୋଗୁଁ ସମୂଦ୍ରର ପତନ ୧୯୦୦ ମସିହା ଠାରୁ ୨୦ ସେମି ବୃଦ୍ଧି ପାଇଛି । ସେହିପରି ଦେଶଗୁଡ଼ିକ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ୨୦୫୦ ସୁଦ୍ଧା ସ୍ପେନ୍ କାର୍ବନ୍ ନ୍ୟୁଟ୍ରାଲିଟି ହାସଲ କରିବା ନେଇ ନିଷ୍ପତି ନେଇଥିବା ବେଳେ ଜଳବାୟୁ ପରିବର୍ତନ ଭଳି ସମସ୍ୟାର ସମ୍ମୁଖୀନ କରିବା ପାଇଁ ୟୁରୋପୀୟ ଦେଶଗୁଡ଼ିକ ନେଉଥିବା ପଦକ୍ଷେପକୁ ସ୍ପେନ୍ ସମର୍ଥନ କରୁଛି ବୋଲି   ଶ୍ରୀ ପୁଜୋଲ କହିଥିଲେ । ସେ କହିଥିଲେ ଯେ ମଣିଷର ସମସ୍ୟାର ସମାଧାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଇନ୍‌କ୍ୟୁବେଟର ଭାବେ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉଚିତ୍ । 

ଇଟାଲୀର ରାଷ୍ଟ୍ରଦୂତ ଶ୍ରୀ ବାର୍ଟୋଲି କହିଥିଲେ ଯେ ନିକଟରେ ଟେକ୍ସାସ୍‌ରେ ଦେଖାଦେଇଥିବା ବନ୍ୟା ଅନପେକ୍ଷିତ ଭାବେ ଧ୍ୱଂସ ସାଧନ କରିଥିଲା । ମଣିଷ ବୈଷୟିକ ସ୍ତରରେ ଯେତେ ଉନ୍ନତି କଲେ ମଧ୍ୟ ପ୍ରକୃତି ଉପରେ ତାହାର ନିୟନ୍ତ୍ରଣ ନାହିଁ । ପେରୁର ପ୍ରତିନଧି ଶ୍ରୀ ପଲିନିଚ କହିଥିଲେ ଯେ ତାଙ୍କ ଦେଶରେ ଜଳର ମୁଖ୍ୟ ସୂତ୍ର ବରଫ ଗ୍ଲେସିଅର୍‌ର ୭୧ ପ୍ରତିଶତ ତରଳିବାକୁ ଲାଗିଛି । ଏହା ବରଫ ନୁହେଁ ବରଂ ଆମର ଭବିଷ୍ୟତ ତରଳିବାକୁ ଲାଗିଛି ବୋଲି ସେ କହିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.