ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାଘ ଛାଲ ଜବତ, ଦେଶୀ ବନ୍ଧୁକ ସହ ଦୁଇ ଗିରଫ

Published By : Harapriya Sethi | November 30, 2024 2:33 PM

ଫୁଲବାଣୀ/ଜି.ଉଦୟଗିରି,୩୦/୧୧: ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ହୋଇଥିବା ଯୁବକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ଏବଂ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜି.ଉଦୟଗିରି ରେଞ୍ଜ ଅଧିକାରୀ କାଜଲ ନାୟକଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କଳିଙ୍ଗା ବାବୁଛକ ଠାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖି ତାଙ୍କୁ ପଚରାଉଚରା କରିଥିଲେ। ଯାଞ୍ଚ ବେଳେ ତାଙ୍କ ପାଖରେ ଥିବା ବ୍ୟାଗରୁ ଏକ କଲରାପତରିଆ ଛାଲ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ବୋଲି ଜଣାପଡିଛି। ଭବାନୀଙ୍କୁ ଜେରା କରି ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। 

ପ୍ରମୋଦଙ୍କ ଘରୁ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ମାନଙ୍କଠାରୁ ଏକ ମୋବାଇଲ ଏବଂ ଛୁରୀ ଜବତ ହୋଇଛି। ଜବତ ଛାଲଟି ଏକ ବୟସ୍କ କଲରାପତରିଆର ଏବଂ ପ୍ରାୟ ଦେଢ ମାସ ତଳେ ଶୀକାର କରାଯାଇଥିବା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ । କଲରାପତରିଆର ଦୈର୍ଘ୍ୟ ୧୪୫ ସେଣ୍ଟିମିଟର ରହିଥିବା ବେଳେ ଲାଞ୍ଜର ଲମ୍ବ ୯୪ ସେଣ୍ଟିମିଟର ରହିଛି। ଏହାର ପରୀକ୍ଷଣ ପାଇଁ କୋଲକାତା ଜେଡଏସଆଇକୁ ପଠାଯାଇଛି । ତେବେ ଏହି ବାଘ ଶୀକାରରେ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଏବଂ ଏନେଇ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ଡିଏଫଓ । ବନଖଣ୍ଡ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ଏସିଏଫ ମଳୟ ରଞ୍ଜନ କାଲୋ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.