କୋଣାର୍କ,୧୨।୦୨: ଆଜି ଭାରତ ବନ୍ଦ। ୧୪ଟି ଶ୍ରମିକ ସଂଗଠନ ଓ ୫ଟି ବାମପନ୍ଥୀ ଦଳର ୧୨ ଘଣ୍ଟିଆ ବନ୍ଦ ଡାକରା। ଯାହାର ପ୍ରଭାବ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦେଖିବାକୁ ମିଳିଛି। ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ବେହେରା, ଶ୍ରମିକ ନେତା ମନୋରଞ୍ଜନ ପରିଡା, ସୁକାନ୍ତ କୁମାର ମହାନ୍ତି,ଭାସ୍କର ସେଠଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସୂର୍ଯ୍ୟମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ ସୂର୍ଯ୍ୟମନ୍ଦିର ଟିକେଟ କାଉଣ୍ଟର, ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ଓ ମୁଖ୍ୟ ଦ୍ବାର ବନ୍ଦ କରାଯାଇଥିଲା।
ଆହୁରି ପଢନ୍ତୁ-୧୨ ଘଣ୍ଟିଆ ଭାରତ ବନ୍ଦ, ୧୪ଟି ଶ୍ରମିକ ସଂଗଠନ ଓ ୫ଟି ବାମପନ୍ଥୀ ଦଳ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ
ଫଳରେ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ ନିରାଶରେ ଫେରିଥିଲେ। ଭୁବନେଶ୍ୱରରୁ କୋଣାର୍କକୁ ଯାତ୍ରୀବାହୀ ବସ ଚଳାଚଳ,ବ୍ୟାଙ୍କ,ପୋଷ୍ଟ ଅଫିସ ଆଦି ବନ୍ଦ ରହିଥିଲା। କୋଣାର୍କ ବସଷ୍ଟାଣ୍ଡ , ଚନ୍ଦ୍ରଭାଗା ବେଳାଭୂମି ଶୂନଶାନ ହୋଇପଡିଥିଲା।