ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସିରେ ବିଦ୍ରୋହ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ସରକାର ଯିବା ପରେ ଦିଲ୍ଲୀରେ ମଧ୍ୟ ଦଳରେ ଫାଟ ଦେଖାଦେଇଛି । ଦଳର ୧୯ ଜଣ ସାଂସଦ ଏନଡିଏକୁ ସମର୍ଥନ ପାଇଁ ବାଚସ୍ପତିଙ୍କୁ ଏକ ଦାବି ଜଣାଇଥିଲେ । ଯାହାର ତାଲିକା ସାମ୍ନାକୁ ଆସିଛି । ପୂର୍ବରୁ କୁହାଯାଉଥିଲା ଶତ୍ରୁଘ୍ନ ସିହ୍ନା ଦିଦିଙ୍କ ସହ ରହିଛନ୍ତି । ସେ ଏହି ତାଲିକାରେ ନାହାନ୍ତି । ମାତ୍ର ଏବେ ଏହି ୧୯ ତାଲିକାରେ ତାଙ୍କ ନାମ ରହିଛି ।

TMCର ଲୋକସଭାରେ ୨୮ ଜଣ ସାଂସଦ ରହିଛନ୍ତି । ମମତାଙ୍କ ସହ ଏବେ ଆଉ ୯ ଜଣ ସାଂସଦ ରହିଛନ୍ତି । ଅଧିକାଂଶ ସାଂସଦ ବିଦ୍ରୋହ କରିଛନ୍ତି । ୧୯ ସାଂସଦ ଲୋକସଭା ସାଂସଦ ଏକ ଦାବିପତ୍ର ବାଚସ୍ପତିଙ୍କୁ ଦେଇଛନ୍ତି । କାକୋଳି ଘୋଷଙ୍କ ନେତୃତ୍ବରେ ଏହିସବୁ ସାଂସଦ ଦାବିପତ୍ର ଦେଇଛନ୍ତି । ଏହି ତାଲିକାରେ ରହିଛନ୍ତି ସାୟାନୀ ଘୋଷ, ୟୁସୁଫ୍ ପଠାନ୍,ଜଗଦିଶଚନ୍ଦ୍ର ବଶୁନିଆ, ଖଲିଲୁର ରହମାନ, ଅବୁ ତାହେର ଖାନ୍, ପାର୍ଥ ଭୌମିକ୍,ବାପୀ ହଲଦାର, ମାଲା ରୟ, ମିତାଲି ବାଗ୍, ଦୀପକ ଅଧିକାରୀ, କାଳୀପଦ ସୋରେନ୍, ଜୁନ୍ ମାଲିଆ, ଅରୂପ ଚକ୍ରବର୍ତ୍ତୀ, ଶର୍ମିଲା ସରକାର, ଶତ୍ରୁଘ୍ନ ସିହ୍ନା, ଅସିତ କୁମାର ମାଲ, ଶତ୍ବାଦ୍ଧୀ ରୟ ଏବଂ ରଚନା ବାନାର୍ଜୀ ।

ସେପଟେ ମମତାଙ୍କ ସହ ରହିଛନ୍ତି ୯ ଜଣ ସାଂସଦ । ଏମାନେ ହେଲେ ପୁତୁରା ଅଭିଷେକ ବାନାର୍ଜୀ, ମହୁଆ ମୈତ୍ର, କିର୍ତ୍ତୀ ଆଜାଦ, ସୌଗତ ରୟ, କଲ୍ୟାଣ ବାନାର୍ଜୀ। ତେବେ ଏହିସବୁ ସାଂସଦ ମମତାଙ୍କ ସହ ରହିଥିବାବେଳେ ଏମାନଙ୍କୁ ନେଇ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବାପରେ ପ୍ରଥମେ ୟୁସୁଫ, କାକୋଳି, ସାୟାନୀ ଘୋଷ ପ୍ରମୁଖ ଦୂରେଇ ରହିଥିଲେ । ଆଉ ରାଜ୍ୟ ପରେ ଦିଲ୍ଲୀ ରାଜନୀତିରେ ମଧ୍ୟ ଟିଏମସିର ଅବସ୍ଥା ଖରାପ ହେବାରେ ଲାଗିଛି ।

ଏହାସହ ପଢ଼ନ୍ତୁ : Vaibhav Sooryavanshi: ବୈଭବଙ୍କ ପରବର୍ତ୍ତୀ ମ୍ୟାଚ୍ କେବେ, ଏଥର ଚାଲିବ ତ ବ୍ୟାଟ୍ ?