କେସିଙ୍ଗା, ୧୦/୦୬ : କଳାହାଣ୍ଡି ଜିଲ୍ଲା ୨୬ନଂ ଜାତୀୟ ରାଜପଥ କେସିଙ୍ଗା ନିକଟସ୍ଥ ଖଜୁରିପଡା ରାସ୍ତା କଡରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ଟ୍ରକ୍ ଡ୍ରାଇଭରଙ୍କୁ ଚାପି ଦେଲା ଦ୍ରୁତଗାମୀ କଣ୍ଟେନର୍। ଘଟଣାସ୍ଥଳରେ ୨ ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ୨ ଡ୍ରାଇଭରଙ୍କ ପରିଚୟ ମିଳିନଥିବା ବେଳେ କଣ୍ଟେନର ଗାଡି ଫେରାର ମାରିଛି।

ଅନ୍ୟପଟେ କେସିଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ୨ ଡ୍ରାଇଭର ଧାନ ବୋଝେଇ ଟ୍ରକ ନେଇ ଖାଲି କରିବାକୁ ରାସ୍ତା କଡରେ ଥିବା ସମୟରେ ଦ୍ରୁତଗାମୀ କଣ୍ଟେନର୍ ସେମାନଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା। ଫଳରେ ଦୁଇ ଡ୍ରାଇଭରଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାରେ ପଡିରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି ।

ଆହୁରି ପଢନ୍ତୁ- BJD Meeting: ବିଜେଡି ସଜାଡ଼ିବାକୁ ସୁପ୍ରିମୋଙ୍କ ନୂଆ ରଣନୀତି, ଆଜି ପରାଜିତ ନେତାଙ୍କୁ ସଞ୍ଜିବନୀ ମନ୍ତ୍ର ଦେବେ ନବୀନ

ସିଂହଦ୍ବାର ଫିଟାନୀତି । ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି