ନୂଆଦିଲ୍ଲୀ,୨୨/୦୬: ସବୁ କଳ୍ପନା ଜଳ୍ପନା, ଚର୍ଚ୍ଚା ଆଲୋଚନାର ଅନ୍ତ । ପଦ ଛାଡିଲେ ୟୁକେ ପ୍ରଧାନମନ୍ତ୍ରୀ । ବ୍ରିଟେନ ପିଏମ୍ କିର୍ ଷ୍ଟାର୍ମର ଇସ୍ତଫା ଘୋଷଣା କରିଛନ୍ତି । ଶସକ ଲେବର ପାର୍ଟିରେ ବିଦ୍ରୋ ପାଇଁ ଇସ୍ତଫା ଦେଇଛନ୍ତି କିର୍ ଷ୍ଟାର୍ମ । ୨୦୨୪ ନର୍ବାଚନରେ ଲେବର ପାର୍ଟିକୁ ଜିତାଇଥିଲେ ଷ୍ଟାର୍ମର । ୧୪ ବର୍ଷ କ୍ଷମତାରେ ଥିବା କଞ୍ଜରଭେଟିଭ୍ ପାର୍ଟିକୁ ଗାଦିଚ୍ୟୁତ କରିଥିଲେ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଷ୍ଟାର୍ମର କହିଛନ୍ତି, "ମୁଁ ନେଇଥିବା ପ୍ରତ୍ୟେକ ନିଷ୍ପତ୍ତି ମୁଁ ଯେଉଁ ଦେଶକୁ ବହୁତ ଭଲ ପାଏ ତାହାର ମଙ୍ଗଳ ପାଇଁ ହୋଇଛି ଏବଂ ସେଥିପାଇଁ ମୁଁ ଇସ୍ତଫା ଦେଉଛି । " ପଦରୁ ଇସ୍ତଫା ଦେବା ସହ ସେ ତାଙ୍କ ଉତ୍ତରାଧିକାରୀକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି ।

ଲେବର ପାର୍ଟି ଭିତରେ ବଢ଼ୁଥିବା ଚାପ ମଧ୍ୟରେ, ଷ୍ଟାର୍ମର ଇସ୍ତଫା ଘୋଷଣା କରିବେ ବୋଲି ପୂର୍ବରୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏବେ ତାଙ୍କ ଇସ୍ତଫା ପରେ ବ୍ରିଟେନରେ ନେତୃତ୍ୱ ପରିବର୍ତ୍ତନ ପାଇଁ ପଥ ପରିସ୍କାର ହୋଇଛି । ମାତ୍ର ଦୁଇ ବର୍ଷ ପୂର୍ବେ, ଷ୍ଟର୍ମର ଲେବର ପାର୍ଟିକୁ ଏକ ବିଶାଳ ନିର୍ବାଚନ ବିଜୟ ଦେଇଥିଲେ । ଯେଉଁଥିରେ ସେ ୧୭୪ ଆସନର ବହୁମତ ହାସଲ କରିଥିଲେ । ସେତେବେଳେ, ଏହାକୁ ଲେବର ପାଇଁ ଏକ ନିର୍ଣ୍ଣାୟକ ରାଜନୈତିକ ପ୍ରତ୍ୟାବର୍ତ୍ତନ ବୋଲି ବିବେଚନା କରାଯାଉଥିଲା । ତଥାପି, ଅନେକ ବିବାଦ ଏବଂ ନୀତି ପରିବର୍ତ୍ତନ ଯୋଗୁଁ ତାଙ୍କ କାର୍ଯ୍ୟକାଳ ନିରନ୍ତର ଚାପରେ ରହିଥିଲା । କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଓ ଟ୍ରେଡ୍ ୟୁନିଅନ ନେତାଙ୍କ ସହ ଷ୍ଟାର୍ମର ଆଲୋଚନା କରିବା ପରେ ସେ ପଦରେ ଆଉ ରହିବା ଉଚିତ ନୁହେଁ ବୋଲି ମତପ୍ରକାଶ ପାଇଥିଲା । ଷ୍ଟାର୍ମରଙ୍କ ଲେବର ପାର୍ଟିର ୧୦୦ରୁ ଅଧିକ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଗତ ୧୦ ବର୍ଷ ଭିତରେ ସମୟ ପୂର୍ବରୁ ପଦ ଛାଡିବାରେ ସେ ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି । କାରଣ ଏହା ପୂର୍ବରୁ ଡେଭିଡ କ୍ୟାମେରନ, ଥେରେସା ମେ, ବୋରିସ୍ ଜନସନ, ଲିଜ ଟ୍ରସ୍ ଏବଂ ରୁଷି ସୁନକ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ । ଗତ ଶୁକ୍ରବାର ଉପନିର୍ବାଚନରେ ଷ୍ଟାର୍ମରଙ୍କ ବିରୋଧୀ ତଥା ଲେବର ପାର୍ଟିର ଅନ୍ୟତମ ନେତା ଆଣ୍ଡି ବର୍ଣ୍ଣହାମ୍ ବିଜୟୀ ହୋଇଥିଲେ । ତାଙ୍କୁ ଅଧିକାଂଶ ସାଂସଦ ସମର୍ଥନ କରୁଥିବାରୁ ଷ୍ଟାର୍ମରଙ୍କ ଉପରେ ଇସ୍ତଫା ଚାପ ବଢ଼ିବାରେ ଲାଗିଛି ।

ନେତୃତ୍ୱ ଉପରେ ଉଠିଥିଲା ପ୍ରଶ୍ନ- ଅନେକ ନୀତିଗତ ୟୁ-ଟର୍ଣ୍ଣ ଏବଂ ବିବାଦର ସାମ୍ନା ଷ୍ଟାର୍ମରଙ୍କ ସରକାରକୁ କରିବାକୁ ପଡିଛି । ବୟସ୍କ ଲୋକଙ୍କ ପାଇଁ ଶୀତକାଳୀନ ଇନ୍ଧନ ଦେୟ ଏବଂ ୱାଶିଂଟନରେ ବ୍ରିଟେନର ରାଷ୍ଟ୍ରଦୂତ ଭାବରେ ପିଟର ମାଣ୍ଡେଲସନଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ସବୁଠାରୁ ବିବାଦୀୟ ଥିଲା । ଏହି ଘଟଣାଗୁଡ଼ିକ ତାଙ୍କ ନେତୃତ୍ୱ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲା ଏବଂ ଦଳ ମଧ୍ୟରେ ଅସନ୍ତୋଷକୁ ବଢ଼ାଇଥିଲା । ସାମ୍ପ୍ରତିକ ଜନମତ ସର୍ଭେରେ ଲେବର ପାର୍ଟିର ସ୍ଥିତି ଦୁର୍ବଳ ହୋଇଛି, ଯେତେବେଳେ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ମଧ୍ୟ ହ୍ରାସ ପାଇଛି । ଦଳର ସାଂସଦ ମାନେ ନେତୃତ୍ୱ ପରିବର୍ତ୍ତନ ନେଇ ଦାବି କରିଥିଲେ । ସାଂସଦ କହିଥିଲେ ନେତୃତ୍ୱ ପରିବର୍ତ୍ତନ ନହେଲେ ଆଗାମୀ ନିର୍ବାଚନରେ ସମସ୍ୟା ଆସିଥାନ୍ତା । ରିଫର୍ମ ୟୁକେ ନେତା ନାଇଜଲ ଫେରାଜ କ୍ଷମତାରେ ଆସିବ ସମ୍ଭାବନା ବଢିପାରେ । ଏହି କାରଣରୁ ଦଳ ଭିତରେ ନେତୃତ୍ୱ ପରିବର୍ତ୍ତନ ଦାବି ବଢିଥିଲା ।

କିଏ ବ୍ରିଟେନ୍ ନୂଆ ପିଏମ୍ ? କିର୍ ଷ୍ଟାର୍ମର ଇସ୍ତଫା ପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରେସରେ ସବୁଠୁ ଆଗରେ ଲେବର ପାର୍ଟିର ଆଣ୍ଡି ବର୍ଣ୍ଣହାମ୍ ରହିଛନ୍ତି । ଉପନିର୍ବାଚନରେ ବିଜୟୀ ହୋଇଥିଲେ । ଅନ୍ୟ ନେତାଙ୍କ ତୁଳନାରେ ଆଣ୍ଡିଙ୍କର ଦବଦବା ମଜବୁତ ସ୍ଥିତିରେ ରହିଛି । ପାର୍ଟି ନିୟମ ଅନୁସାରେ, କୌଣସି ନେତୃତ୍ୱ ଚ୍ୟାଲେଞ୍ଜ ପାଇଁ ଅତି କମରେ ୨୦ ପ୍ରତିଶତ ସାଂସଦଙ୍କ ସମର୍ଥନ ଜରୁରୀ । ଅର୍ଥାତ ପ୍ରାୟ ୮୧ ସାଂସଦଙ୍କ ସହମତି ଆବଶ୍ୟକ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ୱେସ୍ ଷ୍ଟ୍ରିଟିଂ ମଧ୍ୟ ନେତୃତ୍ୱ ଦୌଡ଼ରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି, କିନ୍ତୁ ତାଙ୍କ ସମର୍ଥନ ସମ୍ପର୍କରେ ଅନିଶ୍ଚିତତା ରହିଛି, କାରଣ ଅନେକ ସାଂସଦ ସମ୍ଭାବ୍ୟ ବିଜେତାଙ୍କ ଆଡ଼କୁ ଢଳୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତ...ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ପ୍ରସ୍ତୁତି, ଶୁଳ୍କ ସଙ୍କଟକୁ ଏଡାଇବା ପାଇଁ ପ୍ରୟାସ