ଲକ୍ଷ୍ନୌ : ସୋମବାର ଲକ୍ଷ୍ନୌର ଅଲିଗଞ୍ଜ ସ୍ଥିତ ପୂର୍ଣ୍ଣିଆ ଅଞ୍ଚଳରେ ଏକ କୋଚିଂ ସେଣ୍ଟରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ କର୍ମଚାରୀଙ୍କ ୮ଟି ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ କେହି ମୃତାହତ ହେବାର ସୂଚନା ଆସି ନାହିଁ , କିନ୍ତୁ ଅନେକ ଛାତ୍ରଛାତ୍ରୀଙ୍କ ବିଲ୍ଡିଂ ଭିତରେ ଫସି ରହିବାର ଆଶଙ୍କା କରାଯାଉଛି।

ପୁଲିସ ସୂତ୍ରାନୁସାରେ , କିଛି ଛାତ୍ରଛାତ୍ରୀ ନିଆଁ କବଳରୁ ନିଜର ରକ୍ଷା କରିବାକୁ ଯାଇ ବଲ୍ଡିଂରୁ ତଳକୁ ଡ଼େଇଁ ପଡ଼ିଛନ୍ତି। କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ର ଟ୍ରମା ସେଣ୍ଟରର ପ୍ରଫେସର ପ୍ରେମରାଜ ସିଂହ କହିଛନ୍ତି ଯେ, ଦୁଇ ଜଣ ଆହତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ୱାର୍ଡକୁ ଅଣାଯାଇ ଥିବା ବେଳେ ଆଉ ୧୫ ଜଣ ବ୍ୟକ୍ତିଙ୍କ ଆସିବାର ଆଶା କରାଯାଉଛି।

ଜଣେ ସ୍ଥାନୀୟ ନିବାସୀ ପିଟିଆଇକୁ କହିଛନ୍ତି ଯେ, ନିଆଁ ସ୍ପାର୍କ ହୋଇ ଲାଗି ଥାଇ ପାରେ। ନିବାସୀଙ୍କ କହିବାନୁସାରେ,ସାତରୁ ଆଠ ଜଣ ଛାତ୍ରଛାତ୍ରୀ ନିଜର ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡ଼େଇପଡ଼ି ଥିଲେ। ପ୍ରାୟ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ଏବେ ବି କୋଚିଂ ସେଣ୍ଟର ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି।

ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି , ଲକ୍ଷ୍ନୌର ସେକ୍ଟର –ଡି ସ୍ଥିତ ପୁରାନିଆ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ସୂଚନା ସରକାର ପାଇଛନ୍ତି। ସେ କହିଛନ୍ତି , ଆହତଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସଂପୃକ୍ତ ଅଧିକାରୀଙ୍କ ସଠିକ୍ ଭାବେ ଚିକିତ୍ସାର ଦେଖାଶୁଣା କରିବା ଓ ଯଥା ସମ୍ଭବ ସହାୟତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଓ ଛଅଟି ଆମ୍ୱୁଲାନ୍ସ ଘଟଣାସ୍ଥଳକୁ ପଠାଯାଇ ଥିବାର ପାଠକ କହିଛନ୍ତି ଏବଂ ସେ ନିଜେ ମଧ୍ୟ ଘଟଣାସ୍ଥଳକୁ ଯାଉଛନ୍ତି। ସେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି – ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି କି ସମସ୍ତ ଆହତ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ।

ଆହୁରି ମଧ୍ୟ ପଢନ୍ତୁ :  ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଶୁଭେନ୍ଦୁ ସରକାରଙ୍କ ପ୍ରଥମ ବଜେଟ୍‌ରେ ୨୦% ବଢ଼ିଲା DA