ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

‘ଯଦି ଇସ୍ରାଏଲ ଉପରେ ପୁଣି ହମଲା କର ... ପରିସ୍ଥିତି ଭୟଙ୍କର ହେବ’

Published By : Prameya | November 3, 2024 10:28 PM

ନୂଆଦିଲ୍ଲୀ : ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲି ଥିବା ଉତ୍ତେଜନାରେ ଏବେ ଆମେରିକାର ମଧ୍ୟ ଏଣ୍ଟ୍ରି ହୋଇଛି। ଏହା ଇରାନକୁ ଚେତାଇ ଦେଇଛି କି, ଯଦି ସେ ଇସ୍ରାଏଲ ଉପରେ ପୁଣି ଥରେ ଆକ୍ରମଣ କରେ ତ, ଏହି ଥର ସେ ବି ଇସ୍ରାଏଲକୁ ରୋକି ପାରିବ ନାହିଁ। ଏକ୍ସିୟୋସ ଜଣେ ଅଜଣା ଆମେରିକୀୟ ଅଧିକାରୀ ଓ ପୂର୍ବ ଇସ୍ରାଏଲୀୟ ଅଧିକାରୀଙ୍କ ଅନୁସାରେ ରିପୋର୍ଟ କରିଛି ଯେ, ଆମେରିକା ମଧ୍ୟ ପୂର୍ବରେ ଆଉ ଏକ ଯୁଦ୍ଧକୁ ନେଇ ଚିନ୍ତିତ। ଆମେରିକା ଯୁଦ୍ଧକୁ ଟାଳିବା ପାଇଁ ଇରାନକୁ ଚେତାବନୀ ଦେଇଛି। 

ଇସ୍ରାଏଲ ଓ ଇରାନ ମଧ୍ୟରେ କିଛି ମାସରୁ ସ୍ଥିତି ବିଗିଡ଼ି ଯାଇଛି। ମହାଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି। ୧ଅକ୍ଟୋବରରେ ଇରାନ ଇସ୍ରାଏଲ ଉପରେ ହମଲା କରିଥିଲା, ଏହାପରେ ଇସ୍ରାଏଲ ଇରାନର ସେନା କ୍ଷେତ୍ରକୁ ଧ୍ୱଂସ କରି ଦେଇଛି। ଏବେ ଇରାନ ଧମକ ଦେଇଛି ଯେ, ସେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇସ୍ରାଏଲ ଉପରେ ବଡ଼ ହମଲା କରିବ। 

ରିପୋର୍ଟରେ ଆମେରିକୀୟ ଅଧିକାରୀଙ୍କ ଅନୁସାରେ କୁହାଯାଇଛି , ଆମେ ଇରାନକୁ କହିଛୁ କି, ଏହିଥର ଆମେ ଇସ୍ରାଏଲକୁ ରୋକି ପାରିବୁ ନାହିଁ ଏବଂ ଏହା ସୁନିଶ୍ଚିତ କରି ପାରିବୁ ନାହିଁ, ଆଗାମୀ ହମଲା ମଧ୍ୟ ଗତ ହମଲା ପରି ଯୋଜନାବଦ୍ଧ ଓ ଲକ୍ଷ୍ୟଭେଦୀ ହେବ। 

ରିପୋର୍ଟରେ ଅଧିକାରୀଙ୍କ ମୁତାବିକ କୁହାଯାଇଛି ଯେ,ଏହି ବାର୍ତ୍ତା ଇରାନର ଶୀର୍ଷ ନେତାଙ୍କୁ ପଠାଯାଇ ଥିଲା, ହେଲେ ଇସ୍ରାଏଲ ସୂତ୍ର କହିଛି ଯେ, ଏହି ବାର୍ତ୍ତା ସ୍ୱିସ୍‌ ମଧ୍ୟସ୍ଥିଙ୍କ ମାଧ୍ୟମରେ ତେହରାନକୁ ପଠାଯାଇଛି। ଏକ୍ସିୟୋସ୍‌ର ଏହି ରିପୋର୍ଟରେ ୱାଂଶିଟନ ବା ତେହରାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ଏହା ପୂର୍ବରୁ ଇରାନ ଇସ୍ରାଏଲ ଉପରେ ପାଖାପାଖି ୨୦୦ ବାଲିଷ୍ଟିକ୍‌ ମିସାଇଲ ମାଡ଼ କରିଥିଲା। ଆକାଶ ମାର୍ଗରୁ ହମଲା ଡ଼ରରେ ଅଧିକାଂଶ ଲୋକେ ବୋମା ଆଶ୍ରୟ ଓ ବଙ୍କର ମଧ୍ୟକୁ ପଳାଇ ଥିଲେ।

ଇରାନୀ ସରକାରୀ ମିଡ଼ିଆ ଦ୍ୱାରା ଜାରି ଭିଡ଼ିଓରେ ଖାମେନେଇ କହିଥିଲେ, ଶତ୍ରୁ , ଇହୁଦୀ ଶାସନ ହେଉ କି ଆମେରିକା ସେ ଯାହା କରୁଛନ୍ତି ଏହାର କଡ଼ା ଜବାବ ନିଶ୍ଚିତ ରୂପେ ମିଳିବ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.