ମୁମ୍ବାଇ,୧୧/୪ : ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ ନିଜ ଧମାକାଦାର ବ୍ୟାଟିଂ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ଇଣ୍ଡିଆନ ପ୍ରିମିୟର ଲିଗର ଚେୟାରମ୍ୟାନ ଅଋଣ ଧୁମଲ ବି ବୈଭବଙ୍କଠାରୁ ବହୁ ପ୍ରଭାବିତ ନଜର ଆସୁଛନ୍ତି । ସେ ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ ତଥା ବିସିସିଆଇକୁ ବୈଭବଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ଦେବାକୁ ଦାବି କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି କି ଏହି ଦାବି ପରେ ଭାରତୀୟ ବୋର୍ଡ଼ କ’ଣ କରିବ ।
ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ଗତ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ରନ୍ ଚେଜରେ ବହୁ ଭଲ ପାଳି ଖେଳି ୨୬ବଲରେ ୮ଚୌକା ଏବଂ ୭ଛକା ସାହାଯ୍ୟରେ ୭୮ରନ୍ ସ୍କୋର କରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୩୦୦ର ଥିଲା । ବୈଭବ ଜୋଶ ହେଜଲବୁଡ଼ ଏବଂ ଭୁବନେଶ୍ବର କୁମାରଙ୍କ ଭଳି ଭେଟରାନ ବୋଲରଙ୍କୁ ବି ଛାଡ଼ି ନଥିଲେ ।
ଆଇପିଏଲ୍ ଚେୟାରମ୍ୟାନ ଅଋଣ ଧୁମଲ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ବୈଭବଙ୍କୁ ନେଇ ଏକ ପୋଷ୍ଟ କରି ଲେଖିଥିଲେ କି , ‘ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୬ ସିଜନରେ ବ୍ୟାଟିଂରେ ବହୁ ଭଲ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକୁ ଦେଖି ଏହି ପ୍ରତିଭାଶାଳୀ ଖେଳାଳୀ ନିଶ୍ଚିତ ରୂପରେ ଟିମ୍ ଇଣ୍ଡିଆ ଲାଗି ସବୁଠାରୁ କମ୍ ବୟସର ଖେଳାଳୀ ରୂପରେ ଡେବ୍ୟୁ କରିବାର ଦାବିଦାର ଅଟନ୍ତି । ’ ପ୍ରକାଶ ଯେ, ଟିମ୍ ଇଣ୍ଡିଆ ଲାଗି ସବୁଠାରୁ କମ୍ ବୟସରେ ଡେବ୍ୟୁ କରିବାର ରେକର୍ଡ଼ ସଚିନ ତେନ୍ଦୁଲକରଙ୍କ ନାଁ ରହିଛି । ଯିଏ ୧୬ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ ।
ସେ ଆଗକୁ ଲେଖିଥିଲେ, ଏତେ ପ୍ରତିଭାଶାଳୀ ଏବଂ ଏତେ କମ୍ ବୟସର ଖେଳାଳୀଙ୍କୁ ଚୟନର ସୁଯୋଗ ବହୁତ କମ୍ ମିଳିଥାଏ । ନିଶ୍ଚିତ ରୂପରେ ସେ ଭାରତ ଲାଗି ସବୁଠାରୁ କମ୍ ବୟସରେ ଡେବ୍ୟୁ କରିବା ଖେଳାଳୀ ଭାବେ ହକଦାର୍ ଅଟନ୍ତି ।