ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଗୁରୁବାର ବରୁଥିନୀ ଏକାଦଶୀ, ଜାଣନ୍ତୁ ଏହାର ଗୁରୁତ୍ୱ ଏବଂ ପୂଜା ପଦ୍ଧତି...

Published By : Harapriya Sethi | April 24, 2025 7:20 AM

ହିନ୍ଦୁ ଧର୍ମରେ ଏକାଦଶୀ ତିଥିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ ପୁରାଣରେ ଏହି ଉପବାସ ମୋକ୍ଷ ପ୍ରଦାନ କରେ ବୋଲି କୁହାଯାଇଛି। ପ୍ରତିବର୍ଷ ବୈଶାଖ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥିରେ ବରୁଥିନୀ ଏକାଦଶୀର ଉପବାସ ପାଳନ କରାଯାଏ ଏବଂ ଏଥର ଏହି ଶୁଭ ତିଥି ଆଜି ଅର୍ଥାତ ଗୁରୁବାର ପଡ଼ୁଛି । ଏହି ଉପବାସ କରିବା ଦ୍ୱାରା ଶାସ୍ତ୍ରରେ ମୋକ୍ଷ ପ୍ରଦାନ କରେ ବୋଲି କୁହାଯାଇଛି। ପଦ୍ମପୁରାଣରେ କୁହାଯାଇଛି ଯେ, ଯେଉଁ ଭକ୍ତ ଏକାଦଶୀରେ ସ୍ୱଚ୍ଛ ହୃଦୟରେ ପୂଜା କରି ଉପବାସ କରନ୍ତି, ସେ ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ପାଆନ୍ତି ଏବଂ ମୋକ୍ଷ ପ୍ରାପ୍ତ କରନ୍ତି । ଆସନ୍ତୁ ଜାଣିବା ବରୁଥିନୀ ଏକାଦଶୀର ଗୁରୁତ୍ୱ ଏବଂ ପୂଜା ପଦ୍ଧତି…

ବରୁଥିନୀ ଏକାଦଶୀର ମହତ୍ତ୍ୱ-

ଯଦିଓ ଗୋଟିଏ ବର୍ଷରେ ୨୬ଟି ଏକାଦଶୀ ଉପବାସ ପାଳନ କରାଯାଏ, କିନ୍ତୁ ବରୁଥିନୀ ଏକାଦଶୀ ଉପବାସ ପାଳନ କରିବା ଦ୍ୱାରା ସମସ୍ତ ପ୍ରକାରର ଦୁଃଖ, ଯନ୍ତ୍ରଣା ଏବଂ ଦାରିଦ୍ର୍ୟ ଦୂର ହୁଏ। ପଦ୍ମପୁରାଣରେ କୁହାଯାଇଛି ଯେ, ଏହି ବ୍ରତ ପାଳନ କରିବା ଦ୍ୱାରା ଅନନ୍ତ ପୁଣ୍ୟ ମିଳିଥାଏ ଏବଂ ସମସ୍ତ ପ୍ରକାରର ପାପ ନଷ୍ଟ ହୁଏ। ଏହି ଦିନ ଉପବାସ ଏବଂ ଦାନ କରିବା ଦ୍ୱାରା, ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଭାଗ୍ୟରେ ଥିବା ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଶୁଭ ଫଳ ମିଳିଥାଏ । ବିଶ୍ୱାସ କରାଯାଏ ଯେ, ସୁନା ଦାନ, ହଜାର ହଜାର ବର୍ଷ ଧରି ତପସ୍ୟା କିମ୍ବା କନ୍ୟାଦାନ କରି ଯେତେ ପୁଣ୍ୟ ଅର୍ଜନ କରାଯାଏ, ତାହା ଠାରୁ ଅଧିକ ଫଳ ବରୁଥିନୀ ଏକାଦଶୀରେ ଉପବାସ ରଖିଲେ ମିଳିଥାଏ ।

ବରୁଥିନୀ ଏକାଦଶୀ ବ୍ରତର ତିଥି-

ଏକାଦଶୀ ତିଥିର ଏପ୍ରିଲ ୨୩ ତାରିଖ ଅର୍ଥାତ ଗତକାଲି ଅପରାହ୍ନ ୪ଟା୪୩ ରୁ ଆରମ୍ଭ ହୋଇଛି । ଏହାର ପରଦିନ ଏପ୍ରିଲ ୨୪ ତାରିଖ ଅର୍ଥାତ ଆଜି ଅପରାହ୍ନ ୨ଟା ୩୨ରେ ଶେଷ ହେବ । ଉଦୟ ତିଥିକୁ ବିଚାରକୁ ନେଇ ଏପ୍ରିଲ ୨୪ ତାରିଖ ଅର୍ଥାତ ଗୁରୁବାର ଦିନ ବରୁଥିନୀ ଏକାଦଶୀର ବ୍ରତ ପାଳନ କରାଯିବ। ପାରଣ ସମୟ ଏପ୍ରିଲ ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୫ଟା ୫୨ରୁ ସକାଳ ୮ଟା୨୭ ପର୍ଯ୍ୟନ୍ତ ରହିବ ।

ବରୁଥିନୀ ଏକାଦଶୀର ଶୁଭ ସଂଯୋଗ ଏବଂ ପୂଜା ମୁହୂର୍ତ୍ତ-

ବରୁଥିନୀ ଏକାଦଶୀରେ ବ୍ରହ୍ମା ଯୋଗ, ଇନ୍ଦ୍ର ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଭଳି ଅନେକ ଶୁଭ ଯୋଗ ଗଠନ ହେଉଛି । ଏହି ଶୁଭ ଯୋଗଗୁଡ଼ିକରେ ଭଗବାନ ବିଷ୍ଣୁଙ୍କ ପୂଜା କଲେ ଶୁଭ ଫଳ ମିଳିବ। ଆଜି ସକାଳ ୪ଟା ୨୦ରୁ ୩ଟା ୫୬ ପର୍ଯ୍ୟନ୍ତ ସମୟ ମଧ୍ୟରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ।  

ବରୁଥିନୀ ଏକାଦଶୀର ପୂଜା ବିଧି-

ବରୁଥିନୀ ଏକାଦଶୀ ଦିନ ଅର୍ଥାତ୍ ଆଜି ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ଧ୍ୟାନ କରନ୍ତୁ ଏବଂ ତା'ପରେ ଉପବାସ କରିବାର ସଂକଳ୍ପ ନିଅନ୍ତୁ। ଏହା ପରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫଟୋକୁ ଏକ ଷ୍ଟାଣ୍ଡରେ ରଖନ୍ତୁ ଏବଂ ଚାରିପାଖରେ ଗଙ୍ଗା ଜଳ ଛିଞ୍ଚନ୍ତୁ। ଏହା ପରେ ପନ୍ତାମୃତ ସହିତ ଅଭିଷେକ କରନ୍ତୁ ଏବଂ ପୂଜା ସହିତ ଜଡିତ ଜିନିଷ ଯେପରିକି ଚନ୍ଦନ, ଧୂପ, ଫୁଲ, ତୁଳସୀ ଇତ୍ୟାଦି ଅର୍ପଣ କରନ୍ତୁ। ଏହା ପରେ ବିଷ୍ଣୁ ସହସ୍ରନାମ କିମ୍ବା ନାରାୟଣ କବଚ ପାଠ କରନ୍ତୁ। ତା'ପରେ କର୍ପୂର ଏବଂ ଗାଈ ଘିଅର ଦୀପ ଜାଳି ଆଳତୀ କରନ୍ତୁ । ବରୁଥିନୀ ଏକାଦଶୀ ଦିନ ଦାନର ବିଶେଷ ମହତ୍ତ୍ୱ ରହିଛି। ତା'ପରେ ସନ୍ଧ୍ୟାରେ ଭଗବାନ ବିଷ୍ଣୁଙ୍କ ଆଳତୀ ମଧ୍ୟ କରନ୍ତୁ ଏବଂ ସାରା ରାତି ଉଜାଗର ରହି ପୂଜାର୍ଚ୍ଚନା କରନ୍ତୁ । ତା'ପରେ ଆସନ୍ତା ତାଲି ଅର୍ଥାତ୍ ଦ୍ୱାଦଶୀ ତିଥିରେ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ତା'ପରେ ଉପବାସ ଭାଙ୍ଗି ଦିଅନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.