ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୁଖ-ସମୃଦ୍ଧିରେ ଭରିଯିବ ଘର, ଆପଣନ୍ତୁ ଏହି ବାସ୍ତୁ ଟିପ୍ସ

Published By : Anindita Ratha | October 20, 2024 3:05 PM

ପୁରାତନ କାଳରୁ ବାସ୍ତୁ ଶାସ୍ତ୍ରର ବିଶେଷ ଗୁରୁତ୍ୱ ରହିଆସିଛି । ଘରର କେଉଁ ସ୍ଥାନରେ ଆସବାବପତ୍ର ରହିବ, କେଉଁପଟେ ରୋଷେଇ ଘର, କେଉଁଠି ସିଡି ସବୁକିଛି ବାସ୍ତୁ ଶାସ୍ତ୍ର ଅନୁସାରେ କରାଯାଏ । କାରଣ ବାସ୍ତୁ ଦୋଷ ରହିଲେ ଘରେ ସର୍ବଦା ସମସ୍ୟା ଲାଗେ ରହେ । ତେଣୁ ଘରେ ଧନଧାନ୍ୟ,ସୁଖ ଓ ସମୃଦ୍ଧି ଆଣିବାରେ ବାସ୍ତୁ ଶାସ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ବିବେଚନା କରାଯାଏ । ବାସ୍ତୁ ଶାସ୍ତ୍ରରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଅନେକ ଉପାୟ ରହିଛି । ଆସନ୍ତୁ ଜାଣିବା..

ଦିଗ ଅନୁସାରେ ନିଜ ଘର ରୁମଗୁଡିକର ରଙ୍ଗ ଚୟନ କରିବା ଉଚିତ୍ ।  ଏପରି କଲେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସେହିପରି ଟ୍ୟାପ୍‌ରୁ ପାଣି ବୁନ୍ଦା ବୁନ୍ଦା ପଡିବାକୁ ବାସ୍ତୁ ଶାସ୍ତ୍ରରେ ଅଶୁଭ ମନେ କରାଯାଏ । ଏହାଦ୍ବାରା ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହେ । ଯେତେ ରୋଜଗାର କଲେ ଅଣ୍ଟେନି । ତେଣୁ ସବୁବେଳେ ଭଲ ଭାବେ ଟ୍ୟାପ୍ ବନ୍ଦ କରିବା ଉଚିତ୍ । ଏଥିସହ ଘରର କେଉଁ ପଟେ ପାଣି ଟାଙ୍କି ରହିବା ଉଚିତ୍ ତାହା ମଧ୍ୟ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ବାସ୍ତୁ ଅନୁସାରେ, ଘରର କବାଟ ଓ ଝରକା ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ । ସକାଳ, ସନ୍ଧ୍ୟାରେ ଝରକା ଖୋଲା ରଖନ୍ତୁ । 

ଏଦି ଦିଗରୁ ଖରା ଓ ପବନ ଘରେ ପ୍ରବେଶ କରିବା ଆବଶ୍ୟକ । ଏହାଦ୍ବାରା ଘରେ ସକରାତ୍ମକ ଶକ୍ତିର ପ୍ରବାହ ହୋଇଥାଏ  । ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଅବ୍ୟବସ୍ଥିତ ଓ ଅପରିସ୍କାର ରହିଲେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହେ । ତେଣୁ ଘରକୁ ସର୍ବଦା ସଫାସୁତୁରା ଓ ବ୍ୟବସ୍ଥିତ ରଖନ୍ତୁ । ଏହାଦ୍ବାରା ଘରେ ଲକ୍ଷ୍ମୀ ବାସ କରନ୍ତି ।  ବାସ୍ତୁ ଶାସ୍ତ୍ରରେ ଘରର ଆଲମିରା ରଖିବା ସ୍ଥାନ ମଧ୍ୟ କୁହାଯାଇଛି । ଏହା ଅନୁସାରେ, ଆଲମିରା ସବୁବେଳେ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗ ଆଡକୁ ରଖିବା ଉଚିତ୍ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.