ନୂଆଦିଲ୍ଲୀ ୨୫/୧୧ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ହେଉଛନ୍ତି ସୌର ମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ। ଶୁକ୍ର ପ୍ରେମ, ସୌନ୍ଦର୍ଯ୍ୟ, ଧନ, ବୈଭବ ଏବଂ ସୁଖ ସୁବିଧାର କାରକ। ସେ ପ୍ରାୟତଃ ରାଶି ପରିବର୍ତ୍ତନ କରନ୍ତି। ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ। ଏହି ପରିବର୍ତ୍ତନ ହେତୁ, କିଛି ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଥିବାବେଳେ କେତେକଙ୍କୁ କ୍ଷତି ସହିବାକୁ ପଡିଥାଏ। ଶୁକ୍ର ଡିସେମ୍ବର ୨ ରେ ମକର ରାଶିରେ ପ୍ରବେଶ କରିବେ। ଏହା ଦ୍ୱାରା କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଦୟ ହେବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
କୁମ୍ଭ : ଶୁକ୍ରଙ୍କ ରାଶି ପରିବର୍ତ୍ତନ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଖୁସି ଆଣିବ। ଡିସେମ୍ବର ପ୍ରଥମ ସପ୍ତାହରୁ ଏହି ରାଶିର ଲୋକଙ୍କୁ ଅନେକ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଆପଣ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ପାଇପାରନ୍ତି। ପୂର୍ବରୁ କରାଯାଇଥିବା ଯେକୌଣସି ବିନିଯୋଗରୁ ବିପୁଳ ଲାଭ ହୋଇପାରେ । ବ୍ୟବସାୟରେ ଲାଭ ନୂତନ ଉଚ୍ଚତାରେ ପହଞ୍ଚିବ । ବିଦେଶ ଭ୍ରମଣ କରିବାର ସୁଯୋଗ ପାଇପାରନ୍ତି।
ବୃଷ : ଶୁକ୍ରଙ୍କ ରାଶି ପରିବର୍ତ୍ତନ ହେତୁ, ଚଳିତ ବର୍ଷର ଶେଷ ମାସ ଏବଂ ନୂତନ ବର୍ଷର ଆରମ୍ଭ ଆପଣଙ୍କ ପାଇଁ ଖୁସିରେ ପରିପୂର୍ଣ୍ଣ ହେବ ।ଦୀର୍ଘ ସମୟ ଧରି ପଡି ରହିଥିବା କାମ ଆରମ୍ଭ କରିବେ। ଚାକିରୀକୁ ଅନ୍ୟ ସ୍ଥାନକୁ ବଦଳାଇ ପାରିବେ, ଯେଉଁଥିପାଇଁ ଆପଣଙ୍କର ଦରମା ଏବଂ ପଦବୀ ବୃଦ୍ଧି ପାଇବ। ଅଦାଲତରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଅନୁକୂଳ ସମାଧାନ ହୋଇପାରେ ।
ମୁଥୁନ : ଶୁକ୍ରଙ୍କ ରାଶି ପରିବର୍ତ୍ତନ ମୁଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ସମାଜରେ ସମ୍ମାନ ବୃଦ୍ଧି ପାଇବ । ପ୍ରଫେସନାଲ୍ କ୍ୟରିୟର୍ ବହୁତ ଭଲ ରହିବ। ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ। ନୂଆ ବର୍ଷରେ ଗାଡି କିମ୍ବା ସମ୍ପତ୍ତି କିଣି ପାରନ୍ତି।ପରିବାରରେ କିଛି ଶୁଭ କାର୍ଯ୍ୟକ୍ରମ ହୋଇପାରେ।