ନୂଆଦିଲ୍ଲୀ ୨୯/୦୬: ବଲିଉଡ୍ 'କ୍ୱିନ୍' ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରଣାୱତ ବର୍ତ୍ତମାନ ତାଙ୍କର ୨୦୧୪ ଫିଲ୍ମ ‘ରିଭଲଭର ରାନୀ’ ସହ ଜଡ଼ିତ ଏକ ପୁରୁଣା କାହାଣୀକୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ କଙ୍ଗନାଙ୍କ ସହ ଅଭିନେତା ତଥା ହାସ୍ୟ ଅଭିନେତା ବୀର ଦାସ ଅଭିନୟ କରିଥିଲେ ଏବଂ ଏଥିରେ ଏକ କିସିଙ୍ଗ୍ ସିନ୍ ଥିଲା। ନିକଟରେ, ବରିଷ୍ଠ ସାମ୍ବାଦିକ ସିମି ଚନ୍ଦୋକ ଏହି କିସିଙ୍ଗ ସିନ୍କୁ ନେଇ ଏକ ଦାବି କରିଛନ୍ତି ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହି ବୟାନ ବରେ ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟ୍ରେ ଆସିଛନ୍ତି ସିମି ଚନ୍ଦୋକ। ସେ ଅଭିଯୋଗ କରିଛନ୍ତି ଯେ ସୁଟିଂ ସମୟରେ ନିର୍ଦ୍ଦେଶକ କଟ୍ କହିବା ପରେ ମଧ୍ୟ କଙ୍ଗନା ଅଟକି ନଥିଲେ, ଯାହା ଫଳରେ ବୀର ଦାସ ଆହତ ହୋଇଥିଲେ। ଏବେ, ବୀର ଦାସ ନିଜେ ଏହି ଦାବି ପଛର ସତ୍ୟ ପ୍ରକାଶ କରିଛନ୍ତି।
ଭାଇରାଲ କିସିଙ୍ଗ୍ ସିନ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୀର ଦାସ ତାଙ୍କ X ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏହି ଦାବିଗୁଡ଼ିକୁ କାଳ୍ପନିକ ବୋଲି କହିଛନ୍ତି। ଷ୍ଟାଣ୍ଡ-ଅପ୍ କମେଡିଆନ ଲେଖିଛନ୍ତି, "ଠିକ୍ ଅଛି। ମୁଁ ସ୍ପଷ୍ଟ କରୁଛି ଯେ ଏହି କାହାଣୀଟି ସମ୍ପୂର୍ଣ୍ଣ ଭାବରେ ତିଆରି ଏବଂ କାଳ୍ପନିକ। କଙ୍ଗନା ଜଣେ ବୃତ୍ତିଗତ କଳାକାର ଥିଲେ, ଏବଂ ମୁଁ ଏବେ ବି ବିଶ୍ୱାସ କରେ ଯେ ସେ ପ୍ରକୃତରେ ଜଣେ ପ୍ରତିଭାଶାଳୀ କଳାକାର।ତାଙ୍କ ବିଷୟରେ ପ୍ରଚାରିତ ହେଉଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅନୁପଯୁକ୍ତ। ଯଦିଓ ସେ ମୋର କମେଡି ଯୋଗୁଁ ମୋତେ ଆତଙ୍କବାଦୀ କହିଥିଲେ, କିନ୍ତୁ ସେଟରେ ଆମ ମଧ୍ୟରେ କେବେ କୌଣସି ସମସ୍ୟା ନଥିଲା।
ତେବେ ଏହି ମାମଲା ପ୍ରଥମ ଥର ଚର୍ଚ୍ଚାକୁ ଆସିନାହିଁ। ପୂର୍ବରୁ ମଧ୍ୟ ସମାନ ଦାବି କରାଯାଇଥିଲା, ଏବଂ କଙ୍ଗନା ୨୦୨୩ ରେ ଏହାକୁ ନେଇ ଆଲୋଚନା କରିଥିଲେ। ପ୍ରକୃତରେ, ସେତେବେଳେ ମଧ୍ୟ ସମାନ ଦାବି ସୋସିଆଲ ମିଡିଆରେ ଘୁରି ବୁଲୁଥିବାରୁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ। ଏହି ଦାବିଗୁଡ଼ିକର ଜବାବ ଦେଇ ସେ ଲେଖିଥିଲେ: "ହ୍ରିତିକ୍ ରୋଶନଙ୍କ ପରେ, ମୁଁ ବି ବୀର ଦାସଙ୍କ ପ୍ରତିଷ୍ଠା ସହିତ ଖେଳିଥିଲି? ଏସବୁ କେବେ ଘଟିଥିଲା?"
ଆହୁରି ପଢ଼ନ୍ତୁ...IPL ଟିମର ମାଲିକାଣୀଙ୍କ ସହ ହେବ କଣ୍ଠଶିଳ୍ପୀଙ୍କ ବିବାହ, ସମ୍ପର୍କୀୟ କଲେ କନଫର୍ମ
ତେବେ 'ରିଭଲଭର ରାନୀ' ବିଷୟରେ କହିବାକୁ ଗଲେ, ସାଇ କବୀରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ଡାର୍କ କମେଡି-ଡ୍ରାମା, ଯେଉଁଥିରେ କଙ୍ଗନା ରାଣାୱତ ଏବଂ ବୀର ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ କଙ୍ଗନା ଜଣେ ରାଜନେତା ଏବଂ ଗ୍ୟାଙ୍ଗଷ୍ଟର ଅଳକା ସିଂହ ଚରିତ୍ରରେ ଅଭିନୟ କରିଥିଲେ। କଙ୍ଗନା ଏବଂ ବୀର ଦାସଙ୍କ ବ୍ୟତୀତ ପୀୟୁଷ ମିଶ୍ରା, ଜାକିର ହୁସେନ ଏବଂ ପଙ୍କଜ ସାରସ୍ୱତଙ୍କ ଭଳି ଅଭିନେତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ବିଶେଷ ଭଲ ପ୍ରଦର୍ଶନ କରିପାରି ନଥିଲେ ମଧ୍ୟ, କଙ୍ଗନା ଏବଂ ବୀର ଦାସଙ୍କ ଯୋଡ଼ି ଖୁବ୍ ଦୃଷ୍ଟି ଆକର୍ଷଣ କରିଥିଲା।