ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ରଣଜୀରେ ବିରାଟଙ୍କୁ ନିର୍ଦ୍ଦେଶ ଦେବେ ଏହି ୨୫ବର୍ଷୀୟ ଖେଳାଳୀ , ଜାଣନ୍ତୁ କିଏ ?

Published By : Gurupada Nath | January 28, 2025 5:13 PM

ମୁମ୍ବାଇ, ୨୮/୧ :  ଭାରତର ଷ୍ଟାର ବ୍ୟାଟର ଏବେ ରଣଜୀ ଖେଳିବେ । ଏହା ପ୍ରାୟ ସୁନିଶ୍ଚିତ ହୋଇଯାଇଛି । ରଣଜୀ ଟ୍ରଫି ୨୦୨୪-୨୫ରେ ନଜର ଆସିବେ ଏହି ଭାରତୀୟ ଟିମର ଷ୍ଟାର ଖେଳାଳୀ । ସେ ଆଉ କେହି ନୁହେଁ ବରଂ ଫ୍ରାନ୍ସଙ୍କ ହାର୍ଟ ବିଟରେ ଥିବା ଖେଳାଳୀ ବିରାଟ କୋହଲୀ । 

ଏହା ପ୍ରାୟ ଏବେ ସୁନିଶ୍ଚିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ଗ୍ରୁପର ଶେଷ ମ୍ୟାଚ୍ ୩୦ଜାନୁଆରୀରୁ ଖେଳାଯିବାକୁ ଅଛି । ଯେଉଁଥିରେ ଦିଲ୍ଲୀ ଟିମ୍ ରେଲଓ୍ବେ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ କୋହଲୀ ୨୫ବର୍ଷର ଏଭଳି ଖେଳାଳୀଙ୍କ ଅଧିନରେ ଖେଳିବେ ଯିଏ ଏବେ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିନାହାନ୍ତି ଏବଂ ତାଙ୍କ ବୟସ କେବଳ ୨୫ବର୍ଷ ହେବ । 

ଆମେ କହୁଛୁ ଆୟୁଷ ବଡୋନୀଙ୍କ କଥା । ରେଲଓ୍ବେ ବିପକ୍ଷ ଖେଳାଯିବାକୁ ଥିବା ମ୍ୟାଚରେ ଆୟୁଷ ଦିଲ୍ଲୀର କମାଣ୍ଡ ସମ୍ଭାଳିବେ । ଯେଉଁଥିରେ ବିରାଟ କୋହଲୀ ବି ଖେଳିବେ । ବଡୋନୀ ଏବେ ପର୍ଯ୍ୟନ୍ତ କେବଳ ଘରୋଇ କ୍ରିକେଟ ଏବଂ ଆଇପିଏଲ୍ ଖେଳିଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ତାଙ୍କ ଡେବ୍ୟୁ ହେବା ବାକି ରହିଛି । ଆୟୁଷଙ୍କ ବୟସ କେବଳ ୨୫ବର୍ଷ ହେବ। ଏହିଭଳି ଭାବେ କୋହଲୀ ଦିଲ୍ଲୀ ଲାଗି ୨୫ବର୍ଷର ଖେଳାଳୀଙ୍କ ଅଧିନାୟକତ୍ବରେ ଖେଳିବେ । ଯିଏ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଏବେ ପର୍ଯ୍ୟନ୍ତ ପାଦ ରଖିନାହାନ୍ତି । 

ପ୍ରକାଶ ଯେ, ବଡୋନୀ ଆଇପିଏଲରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ଏବଂ ଘରୋଇ କ୍ରିକେଟରେ ଦିଲ୍ଲୀ ଲାଗି ଖେଳିଥାନ୍ତି । ଆଇପିଏଲ୍ ୨୦୨୫ରେ ବି ଆୟୁଷ ଲକ୍ଷ୍ନୌ ପାଇଁ ଖେଳୁଥିବା ନଜର ଆସିବେ । ଲକ୍ଷ୍ନୌ ଆୟୁଷଙ୍କୁ ୨୦୨୫ସିଜନ ଲାଗି ରିଟର୍ଣ୍ଣ କରିଛି । ବଡୋନୀ ୨୦୨୩ରେ ନିଜ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ ଲକ୍ଷ୍ନୌ ସୁପର ଜାୟଣ୍ଟସ ସହ । ଏବେ ପର୍ଯ୍ୟନ୍ତ ଆୟୁଷ ଆଇପିଏଲ୍ କ୍ୟାରିୟରରେ ପ୍ରାୟ ୪୨ମ୍ୟାଚ୍ ଖେଳିସାରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.