ଭୁବନେଶ୍ଵର, ୦୭/୦୨ : ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସାମାଜରେ ଲୁଚି ରହି ଜୀବନର ଜୟଗାନ କରୁଛନ୍ତି କିଛି ମହିୟସୀ । ନିଜ ଓଜରେ ଦିପ୍ତିମାନ ସେହି ଓଜସ୍ବିନୀମାନଙ୍କ ସନ୍ଧାନ ଓ ତାଙ୍କ ଅବଦାନକୁ ସ୍ବୀକୃତି ପାଇଁ ‘ପ୍ରମେୟ'ର ଉଦ୍ୟମ ଅବ୍ୟାହତ । ୨୦୧୫ ମସିହାରୁ ପ୍ରତିବର୍ଷ ଏମାନଙ୍କ ଅବଦାନର ସ୍ବୀକୃତି ସ୍ବରୂପ ତାଙ୍କୁ ପ୍ରୋସାହିତ କରିଆସୁଛି 'ପ୍ରମେୟ ଓଜସ୍ବିନୀ ସମ୍ମାନ’। ଚଳିତବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଦୃଷ୍ଟାନ୍ତ ସାଜିଥିବା ୩ ଜଣ ସ୍ବୟଂସିଦ୍ଧାଙ୍କୁ ବାଛିଚି ପ୍ରମେୟ। ଜନମତ ଆଧାରରେ ସେମାନଙ୍କ ମଧ୍ୟରୁ ବିଜୟିନୀଙ୍କୁ ବଛାଯିବ। ବିଶଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ଏଥିପାଇଁ ଫେବ୍ରୁଆରୀ ୭ ତାରିଖରେ ସମ୍ବଲପୁର ସହରର ଗଙ୍ଗାଧର ମଣ୍ଡପ ଠାରେ ପ୍ରମେୟ ଓଜସ୍ୱିନୀ ସମ୍ମାନ- ୨୦୨୫ ସମାରୋହ ଆରମ୍ଭ ହେବ। ବିଜୟିନୀଙ୍କୁ ସମ୍ମାନରେ ଟ୍ରଫି, ମାନପତ୍ର, ଉପଢ଼ୌକନ ନଗଦ ଅର୍ଥରାଶି ଦିଆଯିବ। ଅନ୍ୟ ଦୁଇ ରନର୍ସଅଫ୍ ଙ୍କୁ ଟ୍ରଫି, ଉପଢ଼ୌକନ ଓ ନଗଦ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯିବ। ଆଜି ଅପରାହ୍ନ ୫ଟାରୁ ଆମର ୟୁଟ୍ୟୁବ୍ ଏବଂ ଫେସବୁକ୍ ପେଜ୍ ରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ। ନିଜର ମତାମତ ଦେଇ ପାରିବେ।
ପ୍ରମେୟ ଦ୍ଵାରା ବଛା ହୋଇଥିବା ୩ ଜଣ ସ୍ଵୟଂସିଦ୍ଧା ହେଲେ ରାଜମିସ୍ତ୍ରୀ ପଦ୍ମିନୀ ରଣା, ମହିଳା ଚାଷୀ ଯମୁନା ମଲ୍ଲିକ ଏବଂ ପରିବେଶପ୍ରେମୀ ଶିକ୍ଷୟିତ୍ରୀ ସ୍ନିଗ୍ଧା ଦାଶ। ମାତ୍ର ୧୮ ବର୍ଷ ବୟସରେ ପୀଠ ପଢ଼ା ସହ ପୁରୁଷ ପ୍ରଧାନ ରାଜମିସ୍ତ୍ରୀ କାମ କରି ଆସୁଛନ୍ତି ପଦ୍ମିନୀ । ବିବାହ ପରଠୁ ସ୍ବାମୀଙ୍କ ସହଯୋଗୀ ପାଲଟିବାକୁ ଯାଇ ନିଜେ ଏବେ ପ୍ରାୟ ୬ ଏକର ଜମିରେ ବିଭିନ୍ନ ଚାଷ କରି ପରିବାରର ଆର୍ଥିକ ମେରୁଦଣ୍ଡ ସାଜିଛନ୍ତି ମହିଳା ଚାଷୀ ଯମୁନା । ଶିକ୍ଷକତା ବୃତ୍ତିରେ ରହି ପରିବେଶ ସୁରକ୍ଷା ପାଇଁ ସବୁଜିମା ସୃଷ୍ଟି ଲାଗି ଉତ୍ସର୍ଗକୃତ ଅଛନ୍ତି ସ୍ନିଗ୍ଧା। ଏହି ୩ ମହିଳାଙ୍କୁ ନେଇ ଜନମତ ସଂଗ୍ରହ ହୋଇଛି । ଆପଣମାନଙ୍କ ମତଦାନ ଆଧାରରେ ହିଁ ଉପରୋକ୍ତ ୩ ଜଣଙ୍କ ମଧ୍ୟରୁ ଚଳିତ ବର୍ଷର ‘ପ୍ରମେୟ ଓଜସ୍ବିନୀ -୨୦୨୫' ବିଜୟିନୀ ବଛାଯିବ । ଅଧିକ ଅପଡେଟ୍ ପାଇଁ ପ୍ରମେୟ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ। ଆମ ଫେସବୁକ୍ ଏବଂ ୟୁଟ୍ୟୁବ ପେଜ୍କୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।
ଏହି ଖବରଟିକୁ ପଢନ୍ତୁ- ୨୦୩୦ ସୁଦ୍ଧା ଶୂନ୍ୟ ଜଳାତଙ୍କ ମୃତ୍ୟୁ ଟାର୍ଗେଟ୍, ସିଏଚ୍ସି, ପିଏଚ୍ସିରେ ମହଜୁଦ ରହିବ ଆଣ୍ଟିରାବିଜ ଇଞ୍ଜେକ୍ସନ୍