ନୂଆଦିଲ୍ଲୀ,୨୧/୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ୨୩ ତାରିଖରେ ୱାୟନାଡ ଲୋକସଭା ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିବେ । ନାମାଙ୍କନ ଦାଖଲ ବେଳେ ତାଙ୍କ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ । ପରେ ଉଭୟେ ଏକ ରୋଡ ଶୋ’ରେ ସାମିଲ ହେବେ । ଏହା ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ନିର୍ବାଚନ ହେବ । ତାଙ୍କ ବିପକ୍ଷରେ ବିଜେପି ନବ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି ।
ଗତ ଲୋକସଭା ନିର୍ବାଚନରେ ରାହୁଲ ଉଭୟ ୱାୟନାଡ ଓ ଉତ୍ତରପ୍ରଦେଶର ରାୟବରେଲିରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ଆସନରେ ସେ ବିଜୟୀ ହେବା ପରେ ଆଇନଗତ ଦୃଷ୍ଟିରୁ ୱାୟନାଡ ଆସନ ଛାଡିଥିଲେ । ଫଳରେ ଏଠାରେ ଉପନିର୍ବାଚନ ହେଉଛି । ୱାୟନାଡରେ ଆସନ୍ତା ନଭେମ୍ବର ୧୩ରେ ଭୋଟ ଗ୍ରହଣ କରାଯିବ ଏବଂ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ ।