ନୂଆଦିଲ୍ଲୀ,୧୬।୧: ମିଜୋରାମ ପୋଲିସକୁ ବଡ଼ ସଫଳତା। ଭାରତ-ବାଂଲାଦେଶ ସୀମା ନିକଟରେ ଚାଲିଥିବା ହତିଆର ତସ୍କରୀ ମାମଲାରେ ନେଲା ଆକ୍ସନ। ମିଆଁମାରରୁ ବାଂଲାଦେଶ ପର୍ଯ୍ୟନ୍ତ ହତିଆର ଚୋରାଚାଲାଣ ଅଭିଯୋଗରେ ୫ ଜଣଙ୍କୁ କଲା ଗିରଫ। ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଚୀନ୍ ନ୍ୟାସନାଲ ଫ୍ରଣ୍ଟର ନେତା। ଏହି ସମୟରେ ୬ ଏକେ ୪୭ ସହ ବିପୁଳ ପରିମାଣରେ ଗୋଳାବାରୁଦ ଜବତ କରିଛି।
ସୀମାରେ ବଢୁଛି ହତିଆର ତସ୍କରଙ୍କ ପ୍ରଭାବ। ମିଆଁମାରରୁ ବାଂଲାଦେଶ ପର୍ଯ୍ୟନ୍ତ ଚାଲିଛି ବେଆଇନ କାରବାର। ଏହି ମାମଲାରେ ମିଜୋରାମ ପୋଲିସ ନେଇଛି ବଡ଼ ଧରଣର ଆକ୍ସନ। ଆତଙ୍କବାଦୀ ବିରୋଧି ଅଭିଯାନ ବେଳେ ମିଳିଲା ସଫଳତା। ଗୁଇନ୍ଦା ଏଜେନ୍ସି ସହ ମିଶି ପୋଲିସ କରିଥିଲା ଏହି ଅପରେସନ୍। ଏହି ସମୟରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି କିଣା-ବିକା ମିଆଁମାର ଓ ବାଂଲାଦେଶର ଦୁଇ ପ୍ରମୁଖ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିଲା।
ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରେ ଚୀନ ନ୍ୟାସନାଲ ଫ୍ରଣ୍ଟର ଜଣେ ନେତା ଅଛନ୍ତି। ବୁଧବାର ମିଜୋରାମର ମମିତ ନିକଟରେ ଏହି ଅଭିଯାନ ଚାଲିଥିଲା।ଅପରେସନ୍ ବେଳେ ୬ଟି ଏକେ ୪୭ ରାଇଫଲ, ଏକେ ଗୋଳାବାରୁଦର ୧୦ ହଜାର କାରତୁସ ଓ ୧୩ ମାଗାଜିନ୍ ମଧ୍ୟ ଜବତ କରାଯାଇଛି। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଏହି ହତିଆର ଓ ଗୋଳା ବାରୁଦ ଚୀନ୍ ନ୍ୟାସନାଲ ଫ୍ରଣ୍ଟ ଓ ୟୁନାଇଟେଡ୍ ପିପୁଲ୍ସ ଡେମୋକ୍ରାଟିକ୍ ଫ୍ରଣ୍ଟ ଭିତରେ କିଣାବିକା ପାଇଁ ଅଣାଯାଇଥିଲା। ମିଜୋରାମ ପୋଲିସର କହିବା ଅନୁସାରେ, ଏହି ରାଜ୍ୟରେ ବିପୁଳ ଅସ୍ତ୍ର ଜବତ କରାଯାଇଛି। ଏସବୁ ଅନ୍ତର୍ଜାତୀୟ ସ୍ତରରେ ଖୁବ୍ କିଣାବିକା ଚାଲିଛି। ଏଭଳି ଏକ ବଡ଼ ଧରଣର ଆକ୍ସନ ବେଆଇନ ଚୋରା ଚାଲାଣକାରୀଙ୍କ ପାଇଁ ଏକ ଚେତାବନୀ।’