ଭୁବନେଶ୍ୱର,୦୫/୧୦: ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ  ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ଶୁକ୍ରବାର ଏକ ଲଘୁଚାପ ସୃଷ୍ଟି ହୋଇଛି ।  ରାଜ୍ୟରେ ଏହାର ବିଶେଷ ପ୍ରଭାବ  ରହିବନି । ତେବେ ଉତ୍ତର ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ  ବର୍ଷା ହୋଇପାରେ । ପାଣିପାଗ ବିଭାଗ  ଏଭଳି ପୂର୍ବାନୁମାନ କରିଛି ।  

ଶୁକ୍ରବାର ପାରାଦୀପରେ ମାତ୍ର ୧୫.୬  ମିମି ବର୍ଷା ହୋଇଛି । ଜଗତ୍‌ସିଂହପୁରରେ  ୧୦.୪, ଖୋର୍ଦ୍ଧାରେ ୮ ଓ ନବରଙ୍ଗପୁରରେ  ୨ମିମି ବର୍ଷା ହୋଇଛି । 

ଶନିବାର ବାଲେଶ୍ୱର,  ଭଦ୍ରକ, ମୟୂରଭଞ୍ଜ, ମାଲକାନଗିରି,  କୋରାପୁଟ, ରାୟଗଡ଼ା ଓ ଗଜପତିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୬ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା  ଏବଂ ୭ ତାରିଖରେ ଉପକୂଳ ଓଡ଼ିଶା  ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି । କିନ୍ତୁ  ଆସନ୍ତା ୭ଦିନ ଯାଏ ବଡ଼ ବର୍ଷା ବା ବିସ୍ତୃତ  ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ.  ମନୋରମା ମହାନ୍ତି କହିଛନ୍ତି ।