ନୂଆଦିଲ୍ଲୀ,୧୦/୦୬: ଆପଣ ନିଶ୍ଚୟ ହ୍ବାଟ୍ସଆପରେ (WhatsApp)ରେ ଷ୍ଟାଟସ୍ ପୋଷ୍ଟ କରୁଥିବେ ଏବଂ ଦେଖୁଥିବେ। ତେବେ ଏପରିସ୍ଥଳେ ଷ୍ଟାଟସ୍ ଦେଖିବା ଆହୁରି ମଜାଦାର ହେବାକୁ ଯାଉଛି, କାରଣ ଆପଣଙ୍କୁ ଏହି ଷ୍ଟାଟସ୍ ୨୪ ଘଣ୍ଟା ପରେ ଡିଲିଟ୍ ହୋଇଯିବ ବୋଲି ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣଙ୍କର WhatsApp ଷ୍ଟାଟସ୍ ଏବେ ଏକ ପ୍ରାଇଭେଟ ଆର୍କାଇଭରେ ସେଭ୍ କରାଯାଇପାରିବ, ଯାହା ଫଳରେ ଆପଣ ପୁରୁଣା ଷ୍ଟାଟସ୍ ଖୋଜି ଦେଖିପାରିବେ। କିଛି ୟୁଜର୍ସ ଏହି ନୂଆ ଫିଚର୍ ପାଇବା ଆରମ୍ଭ କରିସାରିଛନ୍ତି। ରିପୋର୍ଟ ଅନୁସାରେ, ଏହି ଫିଚର୍ ଖୁବ୍ ଶୀଘ୍ର ସମସ୍ତ WhatsApp ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହାକୁ ବ୍ୟବହାର କରିବା ପାଇଁ, ଆପଣଙ୍କୁ ଆପ୍ରେ ଆପଣଙ୍କର ସେଟିଂସ୍ ପରିବର୍ତ୍ତନ କରିବାକୁ ପଡ଼ିବ।
ଷ୍ଟାଟସ୍ ଡିଲିଟ କରିବନି ହ୍ବାଟ୍ସଆପ୍:
ଓ୍ବାବେଟାଇନଫୋ (Wabetainfo) ର ଏକ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ଜଣାପଡ଼ିଥିଲା ଯେ, କମ୍ପାନୀ ଏକ ନୂଆ ଟୁଲ୍ ପ୍ରସ୍ତୁତ କରୁଛି ଯାହା ଲୋକଙ୍କ ପୁରୁଣା ହ୍ବାଟ୍ସଆପ୍ ଷ୍ଟାଟସକୁ ସଂରକ୍ଷଣ କରିବ। ଏହାର ଅର୍ଥ ହେଉଛି ୨୪ ଘଣ୍ଟା ପରେ ଷ୍ଟାଟସ୍ ଡିଲିଟ୍ ହୋଇଯିବ, କିନ୍ତୁ ୟୁଜର୍ସମାନେ ପରବର୍ତ୍ତି ସମୟରେ ଆପ୍ ର ଆର୍କାଇଭ ଅପସନକୁ ଯାଇ ଏହାକୁ ପୁଣିଥରେ ଦେଖିପାରିବେ। ସୌଭାଗ୍ୟବଶତଃ, ଆବଶ୍ୟକ ହେଲେ ଷ୍ଟାଟସକୁ ପୁଣିଥରେ ସେୟାର ମଧ୍ୟ କରାଯାଇପାରିବ।
ଅଧିକ ପଢ଼ନ୍ତୁ: ରୁଷ ହେଉ କି ଆମେରିକା, ଇସ୍ରାଏଲ ହେଉ କି ଇରାନ... ଶାନ୍ତି ଦୃଷ୍ଟିରୁ ଏହି ସମସ୍ତ ଦେଶକୁ ପଛରେ ପକାଇଛି ଭାରତ
* ଏହା ମନେ ରଖିବା ଉଚିତ ଯେ ଆପଣଙ୍କୁ ଆପଣଙ୍କର ଷ୍ଟାଟସ୍ ସେଭ୍ କରିବାକୁ ପଡ଼ିବ ନାହିଁ; ଏହା ଆପେ ସେଭ୍ ହୋଇଯିବ।
* ଏହାର ଅର୍ଥ ହେଉଛି ଯେ WhatsApp ଆଉ ସ୍ଥାୟୀ ଭାବରେ ଆପଣଙ୍କର ଷ୍ଟାଟସ୍ ଡିଲିଟ୍ କରିବ ନାହିଁ।
ରୋଲଆଉଟ୍ ପାଇଁ ପ୍ରସ୍ତୁତ ନୂଆ ଫିଚର୍:
WhatsApp ର ଷ୍ଟାଟସ୍ ଆର୍କାଇଭ୍ ଫିଚର ଏବେ ରୋଲଆଉଟ୍ ପାଇଁ ପ୍ରସ୍ତୁତ। ରିପୋର୍ଟ ଅନୁଯାୟୀ, ଏହି ଫିଚରଟି WhatsApp ବିଟା ଆଣ୍ଡ୍ରଏଡ୍ (2.26.23.6) ଅପଡେଟ୍ ସହିତ ରୋଲଆଉଟ୍ କରାଯିବ। ଏପର୍ଯ୍ୟନ୍ତ, ଏହା ପରୀକ୍ଷଣ ପର୍ଯ୍ୟାୟରେ ଥିଲା, କିନ୍ତୁ କିଛି ଲୋକ, ବିଶେଷକରି ଆଣ୍ଡ୍ରଏଡ୍ ବ୍ୟବହାରକାରୀ, ଏବେ ଏହାକୁ ବ୍ୟବହାର କରିପାରିବେ।
* ବର୍ତ୍ତମାନ, ଯେକୌଣସି WhatsApp ଷ୍ଟାଟସ୍ ୨୪ ଘଣ୍ଟା ପରେ ଆପେ ଡିଲିଟ ହୋଇଯାଉଛି ଏବଂ WhatsApp ରୁ ସ୍ଥାୟୀ ଭାବରେ ଡିଲିଟ୍ ହୋଇଯାଉଛି।
* ଯିଏ ଷ୍ଟାଟସ୍ ଅପଲୋଡ କରିଛନ୍ତି କିମ୍ବା ଯିଏ ଏହାକୁ ଦେଖିଛନ୍ତି ସେମାନେ ୨୪ ଘଣ୍ଟା ପରେ ଏହାକୁ ଦେଖିପାରୁନାହାନ୍ତି।
* ଏହି ନୂଆ ଫିଚର ଲୋକଙ୍କ ପାଇଁ ସେମାନଙ୍କର ବିଶେଷ ମୁହୂର୍ତ୍ତଗୁଡ଼ିକୁ ସଂରକ୍ଷଣ କରିବାରେ ସହାୟକ ହେବ। ସେମାନେ ସେଭ୍ ହୋଇଥିବା ଷ୍ଟାଟସ୍ ଦେଖିପାରିବେ।
ଆହୁରି ପଢ଼ନ୍ତୁ: Transgender Funeral Rituals: କାହିଁକି ଗୁପ୍ତ ରଖାଯାଏ କିନ୍ନରଙ୍କ ଅନ୍ତିମ ସଂସ୍କାର? ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ୟ
ସମସ୍ତେ ଦେଖିପାରିବେ କି ପୂରୁଣା ଷ୍ଟାଟସ?
ଜଣେ ୟୁଜରଙ୍କ ପୁରୁଣା ହ୍ବାଟ୍ସଆପ ଷ୍ଟାଟସ କେବଳ ପୋଷ୍ଟ କରିଥିବା ବ୍ୟକ୍ତି ହିଁ ଦେଖିପାରିବେ। ଅନ୍ୟ ୟୁଜରମାନେ କାହାର ପୁରୁଣା ଷ୍ଟାଟସ ଦେଖିପାରିବେ ନାହିଁ। WhatsApp ର ଷ୍ଟାଟସ ସଂଗ୍ରହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହେବ। ସରଳ ଭାବରେ କହିବାକୁ ଗଲେ, ୨୪ ଘଣ୍ଟା ପରେ, ଆପଣ ପୋଷ୍ଟ କରିଥିବା ଷ୍ଟାଟସ କେବଳ ସେଭ୍ ହୋଇଥିବା ସ୍ଥାନରେ ଆପଣ ହିଁ ଦେଖିପାରିବେ। ଯଦି ଆପଣ ଏହାକୁ ପୁଣି ସେୟାର କରନ୍ତି, ତେବେ ଅନ୍ୟମାନେ ଏହାକୁ ଦେଖିପାରିବେ।
ଏହି ଫିଚରକୁ କିପରି ଚାଲୁ କରିବେ?
* ରିପୋର୍ଟ ଅନୁଯାୟୀ, ଏହି ଫିଚରକୁ ଆକ୍ଟିଭ କରିବା ପାଇଁ, ହ୍ୱାଟସଆପ୍ ସେଟିଂସ୍ରେ "ଷ୍ଟୋରେଜ୍ ଏବଂ ଡାଟା" (‘Storage and Data’) କୁ ଯାଆନ୍ତୁ।
* ସେଠାରେ, ଆପଣ "ଷ୍ଟାଟସ୍ ଆର୍କାଇଭ୍" (‘Status Archive’) ପାଇଁ ଏକ ନୂଆ ଅପସନ୍ ପାଇବେ। ଏହାକୁ ଅନ୍ କରିବା ପରେ, ଆପଣଙ୍କର ଷ୍ଟାଟସ୍ ଆପେ ସେଭ୍ ହୋଇଯିବ।
* ପୁରୁଣା ଷ୍ଟାଟସ୍ ଦେଖିବା ପାଇଁ, ଲୋକମାନଙ୍କୁ ଅପଡେଟ୍ସ ଟ୍ୟାବ୍ (Updates tab) କୁ ଯାଇ ଉପରେ ତିନୋଟି ବିନ୍ଦୁରେ ଥିବା "ଷ୍ଟାଟସ୍ ଆର୍କାଇଭ୍" (‘Status Archive’) ଉପରେ କ୍ଲିକ୍ କରିବାକୁ ପଡ଼ିବ।
* "ଷ୍ଟେଟସ୍ ଆର୍କାଇଭ୍" (‘Status Archive’) ଫିଚରଟି ବର୍ତ୍ତମାନ କେବଳ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହ୍ୱାଟସଆପ୍ର ବିଟା ସଂସ୍କରଣ ବ୍ୟବହାର କରୁଥିବା କିଛି ଚୟନିତ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ।
* ହ୍ୱାଟସଆପ୍ ବର୍ତ୍ତମାନ ଏହାକୁ ପରୀକ୍ଷଣ କରୁଛି, ତେଣୁ ଏହା ସମସ୍ତଙ୍କ ଫୋନରେ ତୁରନ୍ତ ଦେଖାଯିବ ନାହିଁ।
* ଯଦି ଆପଣ ଏହାକୁ ସଦ୍ୟତମ ଅପଡେଟ୍ ପରେ ମଧ୍ୟ ଦେଖିପାରୁନାହାଁନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ; ଆଗାମୀ ସପ୍ତାହଗୁଡ଼ିକରେ ଏହା ସମସ୍ତ ସାଧାରଣ ବ୍ୟବହାରକାରୀଙ୍କ ହ୍ଶଟ୍ସଆପରେ ଦେଖାଯିବ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: TMC Politics: ସାମ୍ନାକୁ ଆସିଲା ଟିଏମସିର ୧୯ ସାଂସଦଙ୍କ ତାଲିକା, ଶତ୍ରୁଘ୍ନଙ୍କ ସହ ଏମାନେ ଛାଡ଼ିଲେ ମମତାଙ୍କ ହାତ