ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଟିଏମ୍‌ସି ନେତାଙ୍କୁ ମିଥୁନଙ୍କ ଖୋଲା ଧମକ, କହିଲେ-ଆମେ ତାଙ୍କୁ କାଟିକି ମାଟିରେ ପୋତିଦେବୁ ... ଜାଣନ୍ତୁ କ’ଣ ଥିଲା କାରଣ ?

Published By : Harapriya Biswal | October 28, 2024 6:52 PM

କୋଲକାତା,୨୮।୧୦: ଆସନ୍ତା ମାସ ପଶ୍ଚିମବଙ୍ଗରେ ୬ଟି ବିଧାନସଭା ଆସନରେ ହେବାକୁ ଯାଉଛି ଉପ ନିର୍ବାଚନ। ଏହା ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ଖୁବ୍ ଗରମ୍ ହୋଇ ଉଠିଛି। କ୍ଷମତାସୀନ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହିକ୍ରମରେ ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିବା ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି। କୋଲକାତାରେ ୭୪ ବର୍ଷୀୟ ମିଥୁନ ନିଜ ଦଳ ପାଇଁ ପ୍ରଚାର କରିବା ସମୟରେ ଟିଏମସିର କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଇଛନ୍ତି। ମିଥୁନ କହିଛନ୍ତି ,ଆମେ ତାଙ୍କୁ କାଟିକି ମାଟିରେ ପୋତି ଦେବୁ। ମୋତେ ଲାଗୁଥିଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି କହିବେ, କିନ୍ତୁ ସେ କିଛି କହିଲେନି।’

 ଲୋକସଭା ନିର୍ବାଚନ ବେଳେ ଟିଏମସିର ହୁମାୟୁନ କବିର ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧାର୍ମିକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଅବଶ୍ୟ ଏହାକୁ ନିର୍ବାଚନ କମିଶନ ସେନସନର କରିଥିଲେ। ଉକ୍ତ ପ୍ରସଙ୍ଗକୁ ଆଧାର କରି  ମିଥୁନ ଏବେ ଏବେ ଟିଏମସିର ନେତାଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି,  ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ। ମୁଁ ମୁଖ୍ୟମନ୍ତ୍ରୀ ନୁହେଁ। କିନ୍ତୁ ମୁଁ ଏକଥା କହୁଛି। ବେଙ୍ଗଲର ଗାଦି ଜିତିବା ପାଇଁ ଆମେ କିଛି ବି କରିପାରିବୁ। ୨୦୨୬ ବିଧାନସଭା ନିର୍ବାଚନ ପରେ ବେଙ୍ଗଲର ଗାଦି ବିଜେପିର ହେବ। ମୁଁ ବାରମ୍ବାର ଏକଥା କହୁଛି। ଆମେ ୨୦୨୬ ନିର୍ବାଚନ ଜିତିବା ପାଇଁ କିଛି ବି କରିବୁ। ଏଠାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବସିଛନ୍ତି। ତାଙ୍କ ଉପସ୍ଥିତିରେ ମୁଁ କହିବାକୁ ଚାହୁଁଛି ଯେ ଗାଦି ପାଇବା ପାଇଁ ଆମେ କିଛି ବି କରିବୁ।”

ଅମିତ ଶାହଙ୍କ ଉପସ୍ଥିତିରେ ଟିଏମ୍‌ସି ନେତାଙ୍କୁ ଧମକ ଦେଇ ମିଥୁନ  କହିଛନ୍ତି, “ମୁଁ କହୁଛି ଆମେ ସେମାନଙ୍କୁ କାଟିବୁ ଓ ପିଙ୍ଗି ଦେବୁ। ହେଲେ ଭାଗିରଥୀରେ ସେମାନଙ୍କୁ ଫୋପାଡିବୁ ନାହିଁ। କାରଣ ସେହି ନଦୀ ଆମର ମା’। ଆମେ ଆପଣମାନଙ୍କୁ ମାଟିରେ ପୋତିବୁ। ବେଙ୍ଗଲ ସରକାର ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଦେଉ ନାହାନ୍ତି। ହେଲେ ଆଗକୁ ଏହା ଆଉ ଚଳିବ ନାହିଁ। 

ଉଲ୍ଳେଖନୀୟ ଯେ,  ହୁମାୟୁନ କବିର ନିର୍ବାଚନ ପ୍ରଚାର ସମୟରେ କହିଥିଲେ, ଏଠାରେ ଆପଣଙ୍କର ଲୋକ ୩୦% ଅଛନ୍ତି, କିନ୍ତୁ ଆମର ୭୦ % ଅଛନ୍ତି। ଯଦି ଲାଗୁଛି ଆପଣ ମସଜିଦକୁ ଧ୍ବଂସ କରିଦେବେ ଓ ମୁସଲମାନ ଆରାମରେ ବସିଯିବେ, ତେବେ ତାହା ଭୁଲ। ଯଦି ମୁଁ ଆପଣଙ୍କୁ ଭାଗୀରଥିରେ ବୁଡାଇ ନଦିଏ ତେବେ ରାଜନୀତି ଛାଡିଦେବି। ହୁମାୟୁନଙ୍କ ଏହି ମନ୍ତବ୍ୟକୁ ନେଇ ଟିଏମସିର ସାଧାରଣ ସମ୍ପାଦକ ଜୟ ପ୍ରକାଶ ମଜୁମଦାର ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ “କେହି ବି ତାଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ରାଜନେତା ଭାବେ ବିଚାରକୁ ନେଉ ନାହାନ୍ତି। ସେ ଯେଉଁ ଟିଏମସି ନେତାଙ୍କ ବୟାନ କଥା କହୁଛନ୍ତି, ତା’କୁ ନିର୍ବାଚନ କମିଶନ ହଟାଇ ଦେଇଛନ୍ତି। କିନ୍ତୁ ଏବେ ଅମିତ ଶାହଙ୍କ ଉପସ୍ଥିତିରେ ମିଥୁନ ସେକଥା କହୁଛନ୍ତି। କ’ଣ ଏବେ ଏହାକୁ ନିର୍ବାଚନ କମିଶନ ହଟାଇବେ ଓ ନିନ୍ଦା କରିବେ ?

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.