ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଅଣ୍ଟା ଭିଡ଼ିଲେ ମହିଳା, ମରାମତି କଲେ ରାସ୍ତା

ଫୁଲବାଣୀ, ୧୫/୧୧ : କନ୍ଧମାଳରେ ଆଜି ବି ରହିଛି ଅନେକ ଦୁର୍ଗମ ଅଞ୍ଚଳ, ଯେଉଁ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଗମନାଗମନର ସୁବିଧା ନାହିଁ। ବିଶେଷ କରି ଅସୁସ୍ଥ ଓ ଗର୍ଭବତୀମାନେ ଏଥିପାଇଁ ବହୁ ସମସ୍ୟା ଭୋଗୁଛନ୍ତି। କନ୍ଧମାଳ ଗଞ୍ଜାମ ସୀମାର ରାଇକିଆ ବ୍ଲକ୍‌ ବାଦଗଡ଼ ଗ୍ରାମ ଉପାନ୍ତ ଅଞ୍ଚଳରେ ରହିଛି । ଭଲ ରାସ୍ତା ନଥିବାରୁ ଗର୍ଭବତୀ ଓ ଅନ୍ୟ ରୋଗୀମାନେ ଡାକ୍ତରଖାନା ପହଞ୍ଚିବାରେ ସମସ୍ୟା ହେଉଛି । ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଶୁଣିଲାନି । ଏନେଇ ମହିଳାମାନେ ରାସ୍ତା ନିର୍ମାଣ କରିଛନ୍ତି । କନ୍ଧମାଳରେ ବାଦଗଡ଼ ଗ୍ରାମ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟ, ବଜାର, ଶିକ୍ଷା ପାଇଁ ଏମାନେ ଗଞ୍ଜାମ ଜିଲ୍ଲାର ସୋରଡା ଉପରେ ନିର୍ଭରଶୀଳ । ଗ୍ରାମ ଠାରୁ ସୋରଡାର ଦୂରତା ମାତ୍ର ୧୨ କିଲୋମିଟର । ଏହି ରାସ୍ତା ମଧ୍ୟରୁ ପ୍ରାୟ ୮ କିଲୋମିଟର ଗଞ୍ଜାମ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ବେଳେ ସୀମାରେ ଥିବା ୪ କିଲୋମିଟର ରାସ୍ତା କନ୍ଧମାଳରେ ରହିଛି । ଏହି ରାସ୍ତାର ଅବସ୍ଥା ଭଲ ନ ଥିବାରୁ ବାଦଗଡ଼ ସମେତ ଦୁଇଟି ପଞ୍ଚାୟତର ୨୨ଟି ଗ୍ରାମର ଅଧିବାସୀ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ୫୦ ବର୍ଷ ତଳେ ନିର୍ମାଣ ହୋଇଥିବା ରାସ୍ତା ଅବସ୍ଥା ଏବେ ଅତି ଶୋଚନୀୟ ରହିଛି । ୪ କିଲୋମିଟର ରାସ୍ତାର ନିର୍ମାଣ ପାଇଁ ରାଇକିଆ ବ୍ଲକର ରଣବା ଓ ଇନ୍ଦ୍ରଗଡ଼ ପଞ୍ଚାୟତର ଅଧିବାସୀ ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳ, ଆର୍‌ଡିସି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । 

ଲୋକଙ୍କ କହିବା ପ୍ରକାରେ ୧୯୯୮ ମସିହାରୁ ସବୁଦିନିଆ ରାସ୍ତା ପାଇଁ ଦାବି କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା କନ୍ଧମାଳ ନା ଗଞ୍ଜାମ ପ୍ରଶାସନ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ରାସ୍ତା ଉପରେ ନିର୍ଭର କରୁଥିବା ବାଦଗଡ ସମେତ କାନସରୁ, ନୂଆକାନସରୁ, ସିକିରିଗୁଡ଼ା ଆଦି ୨୨ଟି ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୪ କିଲୋମିଟର ରାସ୍ତା ମଧ୍ୟରୁ ପ୍ରାୟ ୭୦ ମିଟର ରାସ୍ତା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ସେହି ରାସ୍ତା ନିର୍ମାଣ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଗର୍ଭବତୀ ଓ ଗୁରୁତର ରୋଗୀ ଚିକିତ୍ସା ପାଇଁ ସୋରଡ଼ା ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି । କଦର୍ଯ୍ୟ ରାସ୍ତା ଯୋଗୁଁ ରୋଗୀ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେଉଛି । ଅନେକ ସମୟରେ ରୋଗୀଙ୍କ ବାଟରେ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି । ଆଶା, ଅଙ୍ଗନବାଡ଼ି କର୍ମୀମାନେ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବାବେଳେ ଚିନ୍ତାରେ ପଡ଼ି ଯାଆନ୍ତି । 

ଦାବି ଓ ଅଭିଯୋଗ ପରେ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ମହିଳାମାନେ ଅଣ୍ଟା ଭିଡିଛନ୍ତି । ଚାନ୍ଦା କରି ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟମାନେ ସାମିଲ୍‌ ହୋଇ ପ୍ରାୟ ଦେଢ କିଲୋମିଟର ରାସ୍ତା ମରାମତି କରିଛନ୍ତି । ଅନ୍ତତଃ ପକ୍ଷେ ଦୁଇ ଚକିଆ ଯାନ ଯାତାୟାତ କରିବା ସମ୍ଭବ ହୋଇପାରିଛି । ଶହ ଶହ ମହିଳା ଓ ପୁରୁଷ ଏବଂ ଯୁବକମାନେ ସାମିଲ୍‌ ହୋଇ ଦୁଇ ଦିନ ଧରି ଉକ୍ତ ରାସ୍ତାକୁ ମରାମତି କରିଛନ୍ତି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ମଧ୍ୟରେ ସମନ୍ୱୟ ସ୍ଥାପନ କରି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେଲେ ୨୨ ଖଣ୍ଡ ଗ୍ରାମର ଅଧିବାସୀ ଉପକୃତ ହୁଅନ୍ତେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.