ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

ବିଶ୍ୱ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ଦିବସ, ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ପାଇଁ ଜରୁରି ଡାକ୍ତରଙ୍କ ପରାମର୍ଶ

Published By : Harapriya Sethi | May 3, 2025 9:02 AM

ଆଜି ବିଶ୍ୱ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ଦିବସ । ଏହି ରୋଗ ସମ୍ବନ୍ଧରେ ଜନସାଧାରଣ ସଚେତନ ହେବା ସହିତ ରୋଗର କାରଣ ଓ ଲକ୍ଷଣ ବିଷୟରେ ଜାଣିବା ଦରକାର । ସମ ହସ୍ପିଟାଲ୍‌ର ଅଭିଜ୍ଞ ବିଶେଷଜ୍ଞମାନେ ବିଦେଶରୁ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ହାସଲ କରିଛନ୍ତି । ଅତ୍ୟାଧୁନିକ ପଦ୍ଧତିରେ ଗୁଣାତ୍ମକ ଚିକିତ୍ସା ଯୋଗାଉଛନ୍ତି । ଫଳରେ ବହୁ ଗରିବ ଓ ସାଧାରଣ ରୋଗୀ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ରୋଗରୁ ରକ୍ଷା ପାଉଛନ୍ତି । ଏଥିରେ ଆଇଏମ୍‌ଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ଡିପାର୍ଟମେଣ୍ଟ ଅଫ୍‌ କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି । ପ୍ରଫେସର ପାତ୍ରଙ୍କ ସହିତ ଆସୋସିଏଟ୍‌ ପ୍ରଫେସର ଡା. ରଶ୍ମିରଞ୍ଜନ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର ଡା. ସୁମନ୍ତ ମଦନ ଓ ଆସିଷ୍ଟାଣ୍ଟ ପ୍ରଫେସର ଡା. ଗାର୍ଗୀ ସାସମଲ୍‌ଙ୍କ ନିଷ୍ଠା ରହିଛି । ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ଚିକିତ୍ସା ଉପରେ ପ୍ରଫେସର ପାତ୍ର ନିମ୍ନ ମତ ପ୍ରକାଶ କରିଛନ୍ତି ।

ଆଜିକାଲି ଅଣ୍ଟା ବ୍ୟଥା ରୋଗ ଯୁବକମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । କୌଣସି ଭାରୀ ଜିନିଷ ଉଠାଇବା, ଠିକ୍‌ ଶୈଳୀରେ ନ ବସିବା, ଦୀର୍ଘ ସମୟ ଧରି ଅଣ୍ଟା ଭାଙ୍ଗି କାମ କରିବା ଓ ଓଜନ ବଢ଼ିବା ଦ୍ୱାରା ଏହି ରୋଗ ହୋଇଥାଏ । ଦୀର୍ଘ ସମୟ ଧରି ଅଣ୍ଟାବ୍ୟଥା ରହିଲେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ହେବାର ସମ୍ଭାବନା ରହିଥାଏ । 

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ କ'ଣ?

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ଏକ ପ୍ରକାରର ଗଣ୍ଠିବାତ ରୋଗ । ଯାହାକି ମେରୁଦଣ୍ଡ ହାଡ଼ ଓ ଏହାର ପାଖାପାଖି ଗଣ୍ଠିସମୂହକୁ ପ୍ରଭାବିତ କରିଥାଏ । ଫଳରେ ସକାଳୁ ଉଠିଲେ ପ୍ରାୟ ଅଧଘଣ୍ଟାଏ ଅଣ୍ଟା ଓ ବେକ ଦରଜ ହୋଇଥାଏ । ଏହା ସାଧାରଣତଃ ୨୦ରୁ ୪୦ ବର୍ଷ ବୟସରେ ଆରମ୍ଭ ହୋଇଥାଏ । 

ଏହି ରୋଗର ଲକ୍ଷଣ କ'ଣ?

ରାତିରେ ଶୋଇବା ସମୟରେ ଅଣ୍ଟା ବା ପିଠି ଦରଜ ବଢ଼ିଯିବା, ବେକ ଦରଜ ରହି ବୁଲାଇବା ପାଇଁ କଷ୍ଟ ହେବା. ଜଙ୍ଘସନ୍ଧି, ଆଣ୍ଠୁ, କାନ୍ଧ, କହୁଣୀ ଏବଂ ଗୋଇଠି ଫୁଲିଯାଇ ଦରଜ ହେବା । ଗଣ୍ଠିବାତ ଛଡ଼ା ଆଖିରେ ପ୍ରଦାହ ସୃଷ୍ଟି ହୋଇ ଦରଜ ଏବଂ ଲାଲ୍‌ ହୋଇଯାଇଥାଏ । ଯାହାକୁ ଇଂରାଜୀରେ ଯୁଭାଇଟିସ୍‌ କୁହାଯାଏ । 

ଏହି ରୋଗର କାରଣ କ'ଣ?

ଏହି ରୋଗ ପ୍ରାୟତଃ ବଂଶଗତ ଓ ପରିବେଶ ଜନିତ । ୯୦% ଏହି ରୋଗରେ ପୀଡ଼ିତଙ୍କ ପାଖରେ ଏଚ୍‌ଏଲଏବି-୨୭ ନାମକ ଏକ ଜିନ୍‌ ଦେଖାଯାଇଥାଏ । ବହୁ ଲୋକଙ୍କ ପାଖରେ ଏହି ଜିନ୍‌ ଥିଲେ ହେଁ ସବୁ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିନଥାଏ ।

ରୋଗକୁ କିପରି ଚିହ୍ନିବା?

ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା ଯେପରିକି ଇଏସ୍‌ଆର୍‌, ସିଆର୍‌ପି ଏବଂ ଅଣ୍ଟାର ଏକ୍ସରେ ଦରକାର ପଡ଼ିଥାଏ । ବେଳେବେଳେ ରକ୍ତର ଏଚ୍‌ଏଲଏବି-୨୭ ଏବଂ ଏମ୍‌ଆର୍‌ଆଇ ଆଦି ପରୀକ୍ଷା ଦରକାର ପଡ଼ିପାରେ । 

କେଉଁ ଡାକ୍ତରଙ୍କ ପାଖରେ ଚିକିତ୍ସା କରିବା ଉଚିତ?

ସାଧାରଣତଃ ଏହି ରୋଗର ଚିହ୍ନଟ ର‌୍ୟୁମାଟୋଲୋଜିଷ୍ଟମାନେ କରିଥାନ୍ତି । ଏହି ରୋଗର ଉପଯୁକ୍ତ ଚିକିତ୍ସା ଠିକ୍‌ ସମୟରେ ନ କରିଲେ ପୀଡ଼ିତଙ୍କର ଦୈନନ୍ଦିନ ଜୀବନଯାତ୍ରା କଷ୍ଟଦାୟକ ହୋଇଥାଏ । 

ଚିକିତ୍ସା ଦ୍ୱାରା ଏହି ରୋଗ ଭଲହୋଇଯାଏ କି?

ଠିକଣା ସମୟରେ ଉପଯୁକ୍ତ ଔଷଧ ଓ ବ୍ୟାୟାମ ଦ୍ୱାରା ରୋଗୀମାନେ କଷ୍ଟରୁ ରକ୍ଷା ପାଇଥାନ୍ତି । ରୋଗ ଆଗକୁ ବଢ଼ି ନଥାଏ । 

ଏହି ରୋଗ ପାଇଁ କି ପ୍ରକାର ଔଷଧ ବ୍ୟବହାର ହୁଏ?

ଏହି ରୋଗରେ ଏନ୍‌ଏଆଇଡି ବହୁତ ସହାୟକ ହୋଇଥାଏ, ଯାହା ଶରୀରରେ ଥିବା ପ୍ରଦାହକୁ କମ୍‌ କରେ । ମେରୁଦଣ୍ଡ ସହିତ ଅନ୍ୟ ଗଣ୍ଠିରେ ପ୍ରଦାହ ହେଲାବେଳେ ସଲ୍‌ଫା ସାଲାଜାଇନ୍‌ ଔଷଧ ବ୍ୟବହାର କରାଯାଇଥାଏ । ଉପରୋକ୍ତ ଚିକିତ୍ସାରୁ ଆରାମ ନ ମିଳିଲେ ବାୟୋଲୋଜିକ୍‌(ଏକ୍ସଟିଏନ୍‌ଇ) ଦରକାର ପଡ଼ିଥାଏ । 

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ର ଖାଦ୍ୟପେୟ ସହ ସମ୍ପର୍କ ଅଛି କି?

ଧୂମପାନ, ମଦ୍ୟପାନ ଏହି ରୋଗକୁ ଆଗକୁ ବଢ଼ାଇଥାଏ । ତେଣୁ ଏହାକୁ ଛାଡ଼ିବା ଅନିବାର୍ଯ୍ୟ । ସୁଷମ ଖାଦ୍ୟ ଖାଇଲେ ଏହି ରୋଗ ବଢ଼ିବାର ସମ୍ଭାବନା କମିଯାଏ । 


                                                                                                               ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ର 

                                                                                        ବିଭାଗୀୟ ମୁଖ୍ୟ ଆଇଏମ୍‌ଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ଡିପାର୍ଟମେଣ୍ଟ ଅଫ୍‌ 

                                                                                                        କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.